ସ୍ଥାନ ଓ ତପସ୍ୱୀ ଅଛନ୍ତି ରାମ ଏହି ସକଳ ଧନ ସେମାନଙ୍କୁ ଦାନ କରିବେ । ରାଜା ଏହି ଆଜ୍ଞା କଲାଋ କେକୟୀ ଅତ୍ୟନ୍ତ ମ୍ଳାନବଦନା ହୋଇ ରାଜାଙ୍କୁ କହିଲେ ମହାରାଜ ଆପଣ ଭରତଙ୍କୁ ସକଳ ରାଜ୍ୟ ଦେଇଅଛନ୍ତି, ଅତଏବ ଏହି ସକଳ ଧନ ନେଇ ରାମଙ୍କୁ ଦେଉଅଛନ୍ତି ଏକି ବିଚାର । ରାମଚନ୍ଦ୍ର କହିଲେ, ପିତଃ, ବିମାତା ଉତ୍ତମ ଆଜ୍ଞା କରିଅଛନ୍ତି, ଆମ୍ଭେ ଅରଣ୍ୟକୁ ଯିବୁଁ ଆମ୍ଭର ଅଶ୍ୱ ହସ୍ତୀ ଓ ଅର୍ଥରେ କି ପ୍ରୟୋଜନ; ଆମ୍ଭେ ବଳ୍କଳ ପରିଧାନ କରି ଅରଣ୍ୟରେ ଭ୍ରମଣ କରିବୁଁ, କେବଳ ଲକ୍ଷ୍ମଣ ଓ ସୀତା ଆମ୍ଭ ସଙ୍ଗେ ଯିବେ, ଅନ୍ୟ କୌଣସି ଦ୍ରବ୍ୟରେ ପ୍ରୟୋଜନ ନାହିଁ । କେକୟୀ ରାଣୀ ପୂର୍ବରୁ ବଳ୍କଳ ପ୍ରସ୍ତୁତ କରି ରଖିଥିଲେ, ରାମ ବଳ୍କଳର ନାମ କହିବାମାତ୍ର ସେ ସେହି ବଳ୍କଳ ଅଣାଇ ଦେଲେ । ତାହା ଦେଖି ରାଜା ଦଶରଥ ଓ ତାଙ୍କ ସାତ ଶତ ରାଣୀ ରୋଦନ କଲେ; ଏବଂ କେକୟୀଙ୍କୁ ସମସ୍ତେ ଏହି କଥା କହି ଉର୍ତ୍ସନା କଲେ ଯେ ପିତୃ ସତ୍ୟ ପାଳିବା ଲାଗି କେବଳ ରାମ ବନକୁ ଯିବେ, ଲକ୍ଷ୍ମଣ ଓ ସୀତାଙ୍କୁ କି ନିମନ୍ତେ ବନ ପ୍ରେରଣ କର । ଅପର ରାମ ଓ ଲକ୍ଷ୍ମଣ ବଳ୍କଳ ପରିଧାନ କଲେ, ମାତ୍ର ସୀତା ତାହା କିଋପେ ପରିଧାନ କରିବେ, ସମସ୍ତଙ୍କର ଏହି କଥା ମହା ଭାବନା ହେଲା । ପରେ ସଭାସଦ ଓ ମନ୍ତ୍ରିଗଣ ଏହି ବିଧାନ କଲେ କି ସୀତାଙ୍କର ବଳ୍କଳ ପରିଧାନର ପ୍ରୟୋଜନ ନାହିଁ ସେ ବସନ ଓ ଅଳଙ୍କାରାଦି ପରିଧାନ କରିବେ ।
ଜାଇତ୍ରୀ ଓ ଜାଇଫଳ ବିଷୟ ।
ଭାରତ ସମୁଦ୍ରର ପୂର୍ବ-ପାର୍ଶ୍ୱରେ ଅନେକ ଗୁଡ଼ାଏ ଦ୍ୱୀପ ଏକତ୍ର ଅଛି; ତାହା "ଭାରତ ସମୁଦ୍ରୀୟ-ଦ୍ୱୀପବ୍ୟୂହ" ନାମରେ ପ୍ରସିଦ୍ଧ ଅଟେ । ଉକ୍ତ ଦ୍ୱୀପ ବ୍ୟୃହରେ ଯେଉଁ ସକଳ ପଦାର୍ଥ ଉତ୍ପନ୍ନ ହୁଏ, ତନ୍ମଧ୍ୟରେ ଅଳାଇଚ, ଲବଙ୍ଗ, ଜାଇଫଳ, ଜାଇତ୍ରୀ, କର୍ପୁରାଦି ମସଲା ପ୍ରଧାନ; ବାସ୍ତବ ସେଇ ସକଳ ଦ୍ୱୀପ ମସଲାର ଆକର, ଏବଂ ସେହେତୁଋ ଅନେକ ଲୋକେ ତହିଁମଧ୍ୟଋ କେତେଗୁଡ଼ିକର ନାମ "ମସଲା ଦ୍ୱୀପ" ଦେଇଅଛନ୍ତି । ଜାଇଫଳ ଓ ଜାଇତ୍ରୀ ଏହି ଦ୍ୱୀପ ଛାଡ଼ି ଅନ୍ୟଠାରେ ଜନ୍ମେ ନାହିଁ । ଏହି ସକଳ ଦ୍ୱୀପର ପ୍ରାକୃତଧର୍ମ ଯେ ପ୍ରକାର, ତଦନୁଋପ ପ୍ରାକୃତ-ଧର୍ମବିଶିଷ୍ଟ ଅନ୍ୟ ଦ୍ୱୀପରେ ଅନେକ ଲୋକେ ଏହି