କୁମ୍ଭୀର
ସାମାନ୍ୟ ଗପ୍ପ ଅଛି, କୁମ୍ଭୀରକୁ ଏକ ଦୃଷ୍ଟିରେ ଚାହିଁଲେ ସେ ଚକ୍ଷୁ ଲଜ୍ଜାରେ ଦର୍ଶକକୁ ଆକ୍ରମଣ କରେ ନାହିଁ । ଏକଥା ସତ୍ୟ ସଙ୍ଗେ କି ପର୍ଯ୍ୟନ୍ତେ ସଭାବ ରଖେ ତାହା ପାଠକବୃନ୍ଦ ନିର୍ଦ୍ଧର୍ଯ କଋନ୍ତୁ । ମନୁଷ୍ୟଠାଋ କୁମ୍ଭୀର ଚକ୍ଷୁରେ ଅଧିକ ପରଦା ଅଛି ଇହା ପ୍ରତ୍ୟକ୍ଷ; ସେମାନଙ୍କର ପ୍ରତ୍ୟେକ ଚକ୍ଷୁରେ ତିନିଟା ଲେଖାଏ ପତା ଥାଏ । କୁମ୍ଭୀର ସ୍କନ୍ଧରେ ପଞ୍ଜରା ଅସ୍ଥି ଅଛି, ଏ ଗୋଟାଏ ଅସାଧାରଣ ଲକ୍ଷଣ, ଅନ୍ୟ କୌଣସି ପ୍ରାଣିଠାରେ ଦୃଷ୍ଟି ହୁଏ ନାହିଁ ଏବଂ ଏତତ୍ପ୍ରଯୁକ୍ତ ଏମାନେ ସହଜରେ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଅକ୍ଷମ । କୁମ୍ଭୀର ଆକ୍ରମଣଋ ପଳାଇବା ସମୟରେ ବକ୍ରଗତି ଅବଲମ୍ବନ କଲେ ଆନାୟାସରେ ନିରାପଦ ହୋଇ ମନୁଷ୍ୟ ଯାଇ ପାରେ । ସେମାନଙ୍କ ଆଗ ପଦଦ୍ୱୟରେ ପାଞ୍ଚ ୨ ଅଙ୍ଗୁଳି ଆଉ ପଶ୍ଚାତ୍ ପଦରେ ଚାରି ଅଙ୍ଗୁଳି ଲେଖାଏ ଅଛି କିନ୍ତୁ ତିନି ଅଙ୍ଗୁଳି ମାତ୍ରରେ ନଖ ଥାଏ ଅବଶିଷ୍ଟ ଅଙ୍ଗୁଳି ନଖ ହୀନ; ଦେହର ଚର୍ମ ସର୍ବତ୍ର ଅସମାନ ଚତୁଷ୍କୋଣାକାର ଅସ୍ଥି ତୁଲ୍ୟ ପଦାର୍ଥରେ ଆବୃତ ତଦ୍ୱାରା କୁମ୍ଭୀର ଦେହ ଅତ୍ୟନ୍ତ ଦୃଢ଼ ଓ ଅସ୍ତ୍ରରେ ପ୍ରାୟ ଅଭେଦ୍ୟ । କିମ୍ବଦନ୍ତୀ ଅଛି ଯେ କୁମ୍ଭୀରର ଜିହ୍ୱା ନାହିଁ କିନ୍ତୁ ଏକଥା ଅସତ୍ୟ ଏମାନଙ୍କର ବଡ ଜିହ୍ୱା ଅଛି ମାତ୍ର ଅନ୍ୟ ପଶୁ ଜିହ୍ୱା ପରି ସଳଖ ନୁହେ ଏବଂ ସେ ହେତୁଋ ପର୍ବୋକ୍ତ ଜନଶ୍ରୁତି ରାଷ୍ଟ୍ର ହୋଇଅଛି ।
ଉଦର ପୂରଣୋପଯୁକ୍ତ ଖାଦ୍ୟଦ୍ରବ୍ୟ ପ୍ରାପ୍ତ ହେଲେ କୁମ୍ଭୀର ମନୁଷ୍ୟର ବଶ୍ୟ ହୋଇ ରହେ, ମାତ୍ର ସ୍ୱଭାବତଃ ସେମାନେ ଅତ୍ୟନ୍ତ ଦୁର୍ବୃତ୍ତ; ଅଶ୍ୱ ଗବାଦି ଯେ କୌଣସି ପଶୁଙ୍କୁ ଜଳ ମଧ୍ୟରେ ପାନ୍ତି ସେହିକ୍ଷଣି ତାହାକୁ ବିନାଶ କରନ୍ତି; ଅତ୍ୟନ୍ତ କ୍ଷୁଧାର୍ତ୍ତ ହେଲେ ସ୍ଥଳରେ ଗମନ କଲେ ସୁଦ୍ଧା ଜୀବ ହିଂସା କରନ୍ତି । କଥିତ ଅଛି, କୌଣସି ୨ ଦୂର୍ଦ୍ଦାନ୍ତ କୁମ୍ଭୀର ନୌକାଋ ଅସାବଧାନ ନାବିକକୁ ଧରି ନେଇ ଯାଇଅଛି । -- ଜଳ ପାନାର୍ଥ ଗବାଦି ଆସିଲେ, କୁମ୍ଭୀରମାନେ -- ଅଗ୍ର ପାଦରେ ଆଘାତ କରନ୍ତି; ସେହି -- ଗୋଋ ଭୂମିରେ ପତିତ ହେବାଋ ସେହି ଅବକାଶ -- ସ୍କନ୍ଧରେ ଦଶନ କରି ଜଳକୁ ଘେନିଯାଏ । ଅନେକ କୁମ୍ଭୀର ନଦୀ ତଟକୁ ରୌଦ୍ରୋତ୍ତପ୍ତହେବା ଲାଗି ଶୁଷ୍କ ବାଲୁକାରେ ଶୟନକରି ହନ୍ତବ୍ୟ ପଶୁ-ପ୍ରତ୍ୟାଶା କରିଥାନ୍ତି, ଗୋ-ମେଷ-ଛାଗାଦି ଯେଉଂ ପଶୁ ଦୁର୍ଭାଗ୍ୟ ବର୍ଣ୍ଣଋ ତାଙ୍କ ନିକଟକୁ ଆସନ୍ତି ତତ୍କ୍ଷଣାତ୍ ସ୍କନ୍ଧ ଧରି ଉକ୍ତ ଗଳ ଗ୍ରାହ ତାହା ଜୀବନ ପ୍ରତ୍ୟାଶା ଏକାବେଳକେ ବିଲୋପ କରନ୍ତି ।