ପୃଷ୍ଠା:Prachina Odia Kabita.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୮
ପ୍ରାଚୀନ ଓଡିଆ କବିତା
 

ଗନ୍ଧ ଚନ୍ଦନ ଯେ କ୍ରର୍ପୂର କସ୍ତୁରୀ
ସୁବର୍ଣ୍ଣର ଗଡ଼ୁ ଅଛଇ ଖୋରା ଖୋରି ।
ଆଲଟ ଚାମର ଯେ ମୁକୁତା ଦ୍ରର୍ପଣ
କନେକ ପଦାର୍ଥ ଯେ କାଚର ଘଟଣ ।
ଶୁଭ ଅନୁକୂଳ ଘେନିଣ ଜରତା
କାମ ମୋହେନୀ ମୂଳେ ବାରହ ବନିତା ।
ସଙ୍ଗତେ ଅଛନ୍ତି ଯେ ଅନେକ ପରିବାରୀ
ନଉକାରେ ବସିଲେ ଯେ ହରଷ ମନ ଧରି |
ଆୟେ ଅଳଙ୍କାର ଦିବ୍ୟ ବାସ ପିନ୍ଧି
କର୍ଣ୍ଣେଣ ତଡ଼କି ବାହେ ବିଦ ମୁଦି । ।୧୨୦।
କର୍ଣ୍ଣେଣ ପଦେକ ଯେ ମୁକୁତାର ହାର
ଯଉବନ ଉପରେ ଲୁଳଇ ମୋତିମାଳ ।
ପାଦରେ ନୂପୁର ଯେ ହସ୍ତରେ ରତ୍ନବାହି
ଲଲାଟରେ କସ୍ତୁରୀ ଚିତା ତାମ୍ବୋଳ ରସ ଖାଇ ।
ସ୍ତନ ଜାନୁ ଜଘନ ବଳିଣ କାଖପଖା
କେ ଜାଣି ପଟାନ୍ତର ସ୍ୱର୍ଗର ନାୟେକା ।
କରେ ତାଳ ମର୍ଦ୍ଦଳ ବଇଁଶୀ ବେଣୁ ଘେନି
ନୃତ୍ୟ ରସ ସଜ ଘେନନ୍ତି କାମେନୀ ।
କନ୍ୟାର ଆସନ୍ତେ ନୃପତି ଗୋଡ଼ାଇ
ମନ୍ତ୍ରୀ ଅମାନାତ୍ୟ ଘେନିଣ ପ୍ରବୋଧଇ । ।୧୩୦।
ତୁ ମୋହୋର ଜରତା ଗୋ ଅଟୁସି ବିଶ୍ୱାସ
ଯେମନ୍ତ ପାରୁ ତୁ ମୁନିକି ଘେନି ଆସ ।
କାମ ମୋହେନୀ ଘେନି ଜରତା କୋଷା ନାରୀ
ବାରହ ବନିତାୟେ ନୃପତି ପାଦେ ପଡ଼ି ।
ତୁ ଦେବ ବାହୁଡ଼ିଣ ଯାସି ନୃପମଣି
ଆଣିମୁଁ ଋଷିଶୃଙ୍ଗ ବନଗଜ ଠାଣି ।
ୟେଥେ ବିଚାର ତୁ ନକର ଦେବ କିଛି
କାଲି ଆଣି ତୋତେ ଦେବି ଋଷି ବଛି ।