ପୃଷ୍ଠା:Prachina Odia Kabita.pdf/୧୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୨୩
 

କେହୁ ଖଞ୍ଜନ୍ତି ବେଳେ ଯାଉଁଳି ସୁନା ସୂତା
କାହାର ହୃଦରେ ପଦେକ ମୁକୁତା ।
କାହାର ରତ୍ନନିଆଳ ଲୁଳଇ ଉର ଯାୟେ
ମର୍କତ ତୋଢ଼ର କେ ଖଞ୍ଜି ନିଜ ପାୟେ ।
କେ ନେତ ପିନ୍ଧିଣ ଉପୁରାଣ ଦେଇ
କେ ରଙ୍ଗପତନୀ ଯେ ଆଭରଣ କରି ।
କେହୁ ଚତୁସମ କେହୁ କୁଙ୍କୁମ ଘଷନ୍ତି
ଗଣ୍ଠି ଅନା ଚନ୍ଦନ କେ ମିଶାଇ ଘେନନ୍ତି ।
କେ କରେଣ ଯନ୍ତ୍ର କେ ଧରିଲେ କରତାଳ
କେହୁ ସଜ ହୋଇଲା ଘେନିଣ ମର୍ଦ୍ଦଳ । ୨୬୦।
କେହୁ ଚାମର କେହୁ ମୁଖଦରପଣ
କେହୁ ଭୁଜେ କରନ୍ତି ବିବିଧ ଆଭରଣ ।
କାହାର ହସ୍ତରେ ଦାରାକ୍ଷର ଫଳ
କେହୁ ପଣା କେହୁ ଘେନିଲେ ବାସଜଳ ।
କେହୁ ଦିବ୍ୟବସ୍ତ୍ର କେ ଘେନିଲେ ପୁଷ୍ପମାଳି
କେ ଗନ୍ଧଚନ୍ଦନ କେ କର୍ପୂରର ଧୂଳି ।
କେ ସୁବର୍ଣ୍ଣର କଠାଉ କେ ସୁବର୍ଣ୍ଣ କମଣ୍ଡୁଳ
କେହୁ ଧୂପକାଠି କେ ଘେନିଲେ ତାମ୍ବୋଳ ।
କେ କରେଣ ପାଟଛତି କେ କରେଣ ଖଟୁଳି
କେ ରତ୍ନଝରି କେ ପାଟଇ ମୁଚୁଳି । ।୨୭୦।
ଅନେକ ସମ୍ଭାର ଯେ ଘେନିଣ ଯୁବତୀ
ଜରତାର ଆଜ୍ଞା ଘେନିଣ ଚଳିଯାନ୍ତି ।
ବେଳ ତିନି ଘଡ଼ିମାନେ ସେ ତହୁଂ ଚଳିଗଲେ
ପ୍ରହରକ ପ୍ରବେଶେ ଯାଇ ମୁନିଙ୍କି ଦେଖିଲେ ।
ମଢ଼ିଆ ଦୁଆରେ ଯେ ଅଛଇ ବେଲଗଛି
ତହିଁର ତଳେ ବସି ଅଛଇ ମୁନି ବଛି ।
କୃଷ୍ଣାଜିନ ଛାଲ ସେ ପାଡ଼ିଣ ବ୍ରହ୍ମଚାରୀ
ବାମ ପାଖେ ଥୋଇ ଅଛଇ ଆଧାରି ।