ପୃଷ୍ଠା:Prachina Odia Kabita.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୪
ପ୍ରାଚୀନ ଓଡ଼ିଆ କବିତା
 

ଯହୁଂ ସେ ପହରେ ହୋଇଲାକ ବେଳ
ବିଭାଣ୍ଡେକ ବାଳ ଚିତ୍ତ ସମାକୁଳ । ।୫୬୦।
ନଇଲେ କିନା ବୋଲି ବୃକ୍ଷେ ଉଠିଚାହିଁ
ୟେଣେ ନଦୀକୂଳେ ଅଛନ୍ତି ସର୍ବସ‌ହୀ ।
ବେଶ ବେଶନ ସେ ହୋଇଣ ଅଳଙ୍କାର
ଧୂପ ଦୀପ ବାସ ଚନ୍ଦନ ଅଗର ।
ଗୀତ ଗାଇଣ ସେ କରନ୍ତି ନୃତ୍ୟରସ
ଦୁରୁହୁ° ଦେଖିଲା ତାହା ବିଭାଣ୍ଡକ ଶିଷ ।
ତରତର ହୋଇଣ ସେ ଗଛରୁ ଓହ୍ଲାଇଲା
କନ୍ୟାଙ୍କର ତହିଁକି ସେ ଅନ୍ତର ହୋଇଗଲା ।
ଅଧ କୋଶେକ ଯେ ଅଟଇ ତହିଁ ପଥ
ଦଣ୍ଡକର ଭିତରେ ମିଳିଲେ ତପୋବନ୍ତ ।।୫୭୦।
ଦୁରୁହୁଂ ଦେଖିଣ କାମମୋହେନୀ ବୋଇଲା
ଦେଖ ଦେଖ ଜରତା ଗୋ ଋଷିଶୃଙ୍ଗ ଅଇଲା ।
ଅନେକ ରସ ତହିଁ ଉପୁଜିଲା କାଲି
ମୁରୁଛି ନ ପାରିଲା ଅଇଲା ମୁନି ଭୁଲି ।
ନିକଟ ହୁଅନ୍ତେଣ ବୋଲଇ ବ୍ରହ୍ମଚାରୀ
ବାରହ ବନିତାୟେ ଚରଣେ ଯାଇ ପଡ଼ି ।
ଋଷିଶୃଙ୍ଗ ବୋଇଲେ ଶୁଣ ତପସ୍ୱିନୀ
ୟେ ମୋତେ ଅକଲ୍ୟାଣ ଅଟଇ ମହାମୁନି ।
ତୁମ୍ଭେ ପୁଣ୍ୟଦେହୀ ରୂପେଣ ଗରୁହଂସୀ
ମୁହଁ ବାଳୁତ ଯେ ଅଟଇ ତୁମ୍ଭର ଶିଷି ।।୫୮୦।
ମହତଙ୍କ ସଙ୍ଗେ ପୀରତି ଥିବା ଅର୍ଥେ
ଆରତ ହୋଇଣ ଅଇଲଇଁ ୟେଥେ ।
ପିତା ମୋହୋର ବହୁତ ତିଆରିଲେ ଆସି
ବୋଇଲେ ବାବୁରେ ସେ ଅଟନ୍ତି ରାକ୍ଷସୀ ।
ତାହାକୁଇଂ ପରତେ ନଯିବୁ ବାଳ ପୋଇ
ତାହାଙ୍କର ପରସାଦେ ତପ ନାଶ ଯାଇ ।