ପୃଷ୍ଠା:Prachina Odia Kabita.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୪
ପ୍ରାଚୀନ ଓଡ଼ିଆ କବିତା
 

ଅଗ୍ନି ଘେନିଣ ବହିଲା ଅଣଚାସ
ମେଢ଼ ମଣ୍ଡପ ଜଗତୀ ହୋଇଲା ବିନାଶ । ।୧୧୦।
ଦଶ ଯୋଜନ ଲଙ୍କାର ଆକୃତି
କ୍ଷଣକେ ଧୃମାନ୍ତ କଲାକ ମାରୁତି ।
ଆସ୍ଥାନ ନବର ନୃତ୍ୟ ରଙ୍ଗ ସ୍ଥାନ
ଦେବାର୍ଚ୍ଚନ ଘର ଦୋହୋରା ଆଳମାନ ।
ରାଣୀହଂସପୁର ତୋଟାପୁର ଜଗତୀ
ତିନିପୁର ମେଢ଼ ପୋଡଇ ଚଉକତି ।
ହାଥି ଘୋଡାଶାଳ ଭଣ୍ଡାର ଘରମାନ
ପ୍ରଳୟ କାଳ ଜାଣି ବହଇ ହୁତାଶନ ।
ଯହିଂ ହନୁମନ୍ତ ବସଇ ପୁଣି ଯାଇଂ
ସେ ଘର ପୋଡ଼ଇ ସନ୍ଦେହ ୟେଥେ ନାହିଂ । ।୧୨୦।
ନଗ୍ର ପୋଡ଼ି ବୀର ଉର୍ଧକୁ ଉଡ଼ିଗଲା
ଶତେ ଯୋଜନ କରି ଲାଞ୍ଜ ବେଢ଼ାଇଲା ।
ଲଙ୍କାର ଆକୃତି କି ପାଇଲାକ ପୁଛ
ଶୂନ୍ୟରେ ରହିଅଛି ପବନର ବଛ ।
କୁମ୍ଭକର୍ଣ୍ଣ ନବର ଇନ୍ଦ୍ରଜିତ ପୁର
କୁମ୍ଭ ନିକୁମ୍ଭ ବିଭୀଷଣର ଘର ।
ଧୃମାକ୍ଷ କାକାକ୍ଷ ବିରୁପାକ୍ଷର ବାସ
ମହୋଦର ପୁର ପ୍ରଶସ୍ତିର ଉଆସ ।
ଅକମ୍ପପନ ତ୍ରିଶିରା ଖର ଦୁଷଣର ଘର
ଅଗ୍ନି ଲାଗିଣ ଜଳନ୍ତି ଦୂରଦୂର । ।୧୩୦।
ସପତ ପୁର ଲଙ୍କା ସହଶ୍ରେକ ହାଟ
ଶତେ ରାଜଦଣ୍ଡ ଦୁଇ ସହସ୍ର ବାଟ ।
କନ୍ଦି ବିକନ୍ଦି ତଦନ୍ତ ନ ଜାଣି
ଘରେହେଁ ନ ଛାଡ଼ଇ କପିକୁଳମଣି ।
ସବୁରି ଘରେ ନେଇ ଲାଞ୍ଜ ବେଢ଼ାଇଲା
ପବନ ସାହା ପାଇ ସମସ୍ତ ଦହିଲା ।