ପୃଷ୍ଠା:Prachina Odia Kabita.pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୮
ପ୍ରାଚୀନ ଓଡ଼ିଆ କବିତା
 

ବିତ୍ତର ପାଇଂ କେ ଅଗ୍ନିରେ ଝାସ ଦେଲା
କାହାର ଧନ କେ ନେଡ଼ାୟେ ମାରି ନେଲା ।
ପୁଅନ୍ତ ଘେନିଣ କେ ପଳାଇ ଯାଉଂ ଯାଉଂ
ଆଗେ ନିଆଂ ଅଛି ଯିବ ଆଉ କାହୁଂ ।
ପୋଡ଼ି ଯାଉଅଛି ହାଥି ଘୋଡ଼ାଶାଳ
ଫିଟିଣ ବିକଳେ ବୁଲନ୍ତି ମାଳ ମାଳ ।
ଓଟ ଗଧ ମଇଂଷି ମଞ୍ଜାରି ବହୁତ
ପକ୍ଷୀ ଜନ୍ତୁମାନେ ବହୁତ ହୋଇଲେ ହତ ।
ପାଚେରୀ ଡେଇଂ ଯେ ନ ପାରିଲେ ଯାଇଂ
ଦୁଆର ବାଟେ ପଶନ୍ତି ଆହାର ଖାଇ । | ୨୩୦ |
ଅଯୋଗେ ଅଗ୍ନି ନାଗିଲା ଚଉକତି
ପଳାଇ ନ ପାରିଣ ହୋଇଲେ ନିପାତି ।
ଚନ୍ଦନ ଅଗର ପୋଡ଼ନ୍ତି ଅପାର
ଯୁଆଦ ଶାଳୁଆ ମଇଂଷି ସମ୍ବର ।
ମୃଗ ବାହୁଟିଆ ଶୃଗାଳ ହରିଣୀ
ଅଜା ମେଷ ସାରି ସୁଆ ରଣ ବଣି ।
ପୁଷ୍ପ ତୋଟାମାନ ସବୁ ଗଲେ ଜଳି
ଆବର ବୃକ୍ଷ ଯେ ସୁସ୍ୱାଦ ଥିଲେ ଫଳି ।
ସେହି ସହିତେ ହୋଇଲେ ଭସ୍ମରାଶି
ମାନି ତ ଗୌରବେ ଏକାସ୍ଥାନେ ବସି । ।୨୪୦।
ଜ୍ଞାନ ହରାଇଲେ ଲଙ୍କାର ନରନାରୀ
କୋଳାହଳ ନାଦେ କମ୍ପାଇ ତିନି ପୁରି ।

('ଜଗମୋହନ ରାମାୟଣ',

ସୁନ୍ଦରାକାଣ୍ଡରୁ ଗୃହୀତ)