ପୃଷ୍ଠା:Prachina Odia Kabita.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୬
ପ୍ରାଚୀନ ଓଡ଼ିଆ କବିତା
 

ବ୍ରତ ଜପ ତପ ମନ୍ତ୍ରେ ନ ପାଇ
ଭାବିଲେ ନାମ ଅନାମକୁ ପାଇ ।
ଅତି ଅଗୋଚର ଅନାମଖଣ୍ତ
ଅବତାର ଯହୁଁ କୋଟି ବ୍ରହ୍ମାଣ୍ଡ ।
ଅନାମ ଖଣ୍ଡ ଜାତ ହୋଇ ନାମ
ସଂସାର ନାମରୁ ହେଲା ଜନମ ।
ଅତି ଗୁପତ ଏ ନାମ ମହିମା
ବର୍ଣ୍ଣ ଚିହ୍ନ ଯାର ନ ଜାଣେ ବ୍ରହ୍ମା । ।୯୦।
ମୁହିଁ ବା କେଉଁ ଛାର ଲୋକ ହୋଇ
ମୁଖରେ ମୁଁ ଏହା କହି ଲୋଡ଼ଇ ।
ସାଧୁଙ୍କ କରୁଣା ଗୁରୁଙ୍କ ଆଜ୍ଞା
ମୋହର କାହିଁ ସେ ଏଡ଼େ ପ୍ରତିଜ୍ଞା ।
ଠୁଳ ଶୂନ୍ୟେ ନାହିଁ ପରମାନନ୍ଦ
ତାହା ଜାଣନ୍ତି ସେ ଭକତବୃନ୍ଦ ।
ଭକତଜନ ପାଦ ଅରବିନ୍ଦ
ଧ୍ୟାୟି କରି କହେ ଅଚ୍ୟୁତାନନ୍ଦ ।


('ଜ୍ଞାନପ୍ରଦୀପ ଗୀତା', ୨ୟ ଅଧ୍ୟାୟରୁ ଗୃହୀତ)