ପୃଷ୍ଠା:Prachina Odia Kabita.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୬୯
 

କେତେକ ଗଢ଼ିଲା ମାନବ ଦେହି, ଆପଣା କାର୍ଯ୍ୟେ ନ ପଶିଲେ କେହି ।
ଏ ଜନ୍ମ ବହି ଅକାରଣ ନୁହ, ଗ୍ୟାନ ଖଡଗେ ଛେଦ ମାୟାମୋହ ।
ଅଚ୍ୟୁତ ଦାସ ବିଚାରଇ ୟେତେ, ଏ ଦେହ ଲିଭିଲି କାରଣ ମୋତେ ।
ଅନେକ ପୁନ୍ୟ କରିଥିଲି ଯହୁଂ, ମାନବ ଶରୀର ଲଭଲ ତହୁଂ ।
ଏହାହୁଁ ଯେବେ ଆନ ଜନ୍ମ ହୋନ୍ତି, ଏତେମାନ ହେତୁ କାହୁଂ ଜାଣନ୍ତି ।
ନାନା କଉତୁକ ବିଷୟ ଭାବ, ଏତେବେଳକୁ ୟେହି ମୋତେ ଲାଭ ।୬୦।
ମୁହିଂ ଯେ ଜଣେ ହୋଇଂଅଛି ଲେଖା, ଭିନେ ଆୟେତନ ମୋହର ୟେକା ।
କୁମାର ଯୁବା ଯେ ଜ୍ୱରା ଅବସ୍ଥା, ଏହି ଦେହ ମୋର ତିନି ଅବସ୍ଥା ।
ଯିସ ହୋଇଥିଲି ବାଳୁତ ଭାବେ, ସେ କଥାମାନ ପାଶୋରିଲି ୟେବେ ।
ସମୟେ ଶିଶୁ ପୁଅଙ୍କର ସଙ୍ଗେ, ଦିନ ବଞ୍ଚିଲି କଥା ଖେଳ ରଙ୍ଗେ ।
ତଦ ଅନ୍ତରେ ମୁଂ ପଢ଼ିଲି ପାଠ, ଥୋକାଏ ଜାଣିଲି ବିଦ୍ୟାର ବାଟ ।
ବିଦ୍ୟାର ବିବେକେ ବୁଦ୍ଧି ବଢ଼ିଲା, ଅବିବେକ ପଣ କିଛି ଛାଡ଼ିଲା ।
କେବଳ ବିବେକ ଯହୁଂ ଜାଣିଲି, ମୋହୋ କଥାକୁ ମୁ ପରିମାଣିଲି ।
ଏମନ୍ତ ବିଚାର କଲି ମନକୁ, ସଂସାର ଉଲଛି ଧନ ଜନକୁ ।
ମୁହିଂ ସଂସାର ସଙ୍ଗେ ଅଛି ପଡ଼ି, ମୋତେ ଅବା ନନ୍ଦ ପାରଇ ଲୋଡ଼ି ।
ମୁଇଂ ଅବା ନନ୍ଦ ଲୋଡଇ ଛାଡ଼ି, ସେ ମୋହର ସଙ୍ଗେ ହୋଇଛି ଜଡ଼ି ।୭୦।
ଜନ୍ମ ମରଣ ୟେହା ଘେନି ଲେଖା, ୟେହାର ନ ଥିଲେ ମୁଂ କାହିଂ ଲେଖା ।
ମୃଗତୃଷ୍ଣା ଜଳେ ମୀନ ଲୋଡ଼ିଲି, ସ୍ୱପନ ଧନକୁ କୁଣ୍ଡିଆଇଲି ।
ହସ୍ତ ପାତିଲେକି ଚନ୍ଦ୍ରମା ପାଇ, ନିଶୂଣୀ ବାନ୍ଧିକି ସ୍ୱର୍ଗକୁ ଯାଇ ।
ମୋତେ ଅଗୋଚର ମୋହରି ଦେହ, ଉପେଖି ଯିବା ୟେଡ଼େ ମାୟାମୋହ ।
ୟେ ଦେହ ଛାଡ଼ିଲେ ଯହିଂକି ଗଲା, ଏବେ ଯହିଂ ଅଛି ଯହୁଂ ଅଇଲା ।
ଯଦି ପାଇବ ସଦଗୁରୁ ଦୀକ୍ଷା, ୟେତେକ ମାତ୍ର ଜାଣିବାକୁ ଇଚ୍ଛା ।
ଚିନ୍ତା ପାଉଂଅଛି ଶରୀର ଦେଖି, ନ ପୁଣ ଦେହ ନ ପାରଇ ରଖି ।
ସୁଗତି କୁଗତି ମୋହୋର ମୂଳ, ମୋହ କଲା କର୍ମ ମୋତେ ହେଂ ଶୂଳ ।
ମୁହିଂ ଆବୋରିଲି ବିଷୟ ଦ୍ୱନ୍ଦ୍ୱ, ମୋହୋର ମୋତେ ହୋଇଲାକ ମନ୍ଦ ।
ଆବର ପ୍ରତକ୍ଷେ ଦେଖିଲି ଯାହା, ଚିତ୍ତ ଚମକଇ କହିଲେ ତାହା । ୮୦ ।
ମୋହର ଦେଖୁଂ ଦେଖୁ ଯେତେ ଗଲେ, ଜଣେହେଂ କେହି ବାହୁଡ଼ି ନଇଲେ ।
ୟେତେ ମାୟାମୋହ କ୍ଷଣକେ ଛାଡ଼ି, ଯେତେକ ମଲେ ନଇଲେ ବାହୁଡ଼ି ।