ପୃଷ୍ଠା:Prachina Odia Kabita.pdf/୨୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨୪
ପ୍ରାଚୀନ ଓଡ଼ିଆ କବିତା
 


ଡରାଇ କେତେ କହୁ ବନମାଳୀ
ଡେଇଁ କାଳିନ୍ଦୀରେ ମର୍ଦ୍ଦିଲୁ କାଳୀ
ଡଂଶିଲା ଅଙ୍ଗେ ତୁ ନ ଯାଇ ନାଶ
ଡରାଇ କହୁ ମୁଁ ବାଳୁତ ଶିଷ ଯେ
ଡରିଲୁ ନାହିଁ ଇନ୍ଦ୍ରକୁ ଯେ,
ଡୋଳେ ଦେଖିଲୁ ଗିରିବର ଧରିଣ
ରଖିଲୁ ଗୋପବୃନ୍ଦକୁ ଯେ । । ୧୩ ।
ଢ଼ମ ପରା ଏବେ ନ ମଣ ଢ଼ାଳେ
ଢ଼ଳି ପଡ଼ିବ ଜୀବ ଯିବାବେଳେ
ଢ଼ୋକିବ ଯେବେ ତୋ ଅଧରୁ ସୁଧା
ଢ଼ଳି ନ ପଡ଼ିବ ଜୀଇବ ରାଧା ସେ,
ଢାଳେ ହୋଇଅଛି ଦୁଖୀ ଯେ,
ଢଳହଳ ସୁଧା ତୋତହୁଁ ପିଇଲେ
ଜୀଇବ ସେ ଚନ୍ଦ୍ରମୁଖୀ ଯେ । । ୧୪ ।
ଅଣହେଳା ଏବେ ନ କର ହରି
ଏଣୀ ନୟନୀ ନିଶ୍ଚେ ଯିବ ମରି
ଅଣ ଅପରାଧୀ ରାଧିକା ସ‌ହୀ
ଅନଙ୍ଗ ବାଣୁ ବାରେ କର ତ୍ରାହି ସେ
ଅଣ ମନୁଷ୍ୟ ରମଣୀ ହେ
ଅମୂଲ୍ୟ ପିତୁଳୀ ସୁଖେ ଭୋଗ କର
ଆଣିଦେବି ଏହିକ୍ଷଣି ହେ । ।୧୫।
ତୁମ୍ଭେ ଯେବେ ନିଶ୍ଚେ ନ ଯିବ ହରି
ତିମିରି ଅର୍ଦ୍ଧ ଆଣିମି ସୁନ୍ଦରୀ
ତୋଷ ହୋଇ ଆଜ୍ଞା ଦିଅ ଶ୍ରୀରଙ୍ଗ
ତ୍ରିପୁତି ହୋଇ ଲଭ ସଖୀ ସଙ୍ଗ
ତୁରିତେ ଆସିବ ତେବେ ଯେ
ତ୍ରିଲୋଚନ ରିପୁ- ତାପକୁ ନ ଡରି
ତୋ ତନୁ ଲଭିବ ଯେବେ ଯେ । ।୧୬।