ପୃଷ୍ଠା:Prachina Odia Kabita.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭ଶ ଶତାବ୍ଦୀ
୨୪୫
 

ଯେବେ ମୋ ଠାରେ ଦୟା କରିଥିବ
ମୋର ସମସ୍ତ କ୍ରୀଡ଼ା ସୁମରିବ ।।୧୧୦।
ମୋର ଦୁଃଖ କରୁଥିବ ବିଚାର
ଅଣାୟତେ ସୁହାଉ ଥିବ ତାର ।
(୨)
(ରାଗ-ଗୁଜ୍ଜରୀ)
ନିଜ ପୁରେ ପ୍ରବେଶ ତରୁଣୀ
ନ ଦେଖିଲାକ କୁମରମଣି
ଅନୁସରି ସର୍ବ ସ୍ଥାନେ ଯାଇ
ନ ପାଇଲା କୁମରକୁ କାହିଁ ।
ସଖି ଗୋ,
କାହିଁ ଅଛି ମୋ, ପ୍ରାଣବନ୍ଧୁ
ସକଳ କଳା ପରିପୂର୍ଣ୍ଣ ସେ ଗୋ
ରୂପେ ମଦନ ଗୁଣରେ ସିନ୍ଧୁ । ।୧।
ୟେତେ ବୋଲି ତିଳୋତ୍ତମା ବାଳୀ
ମୋହଣ ସେ ପଡ଼ିଲାକ ଢଳି
ମୋହେଣ ସେ ପଡ଼ିଲାକ ଢ଼ଳି
ତା ଦେଖି କରି ମିଳି ସହଚରୀ
ମୁଖରେ ନେଇ ଛିଞ୍ଚିଲେକ ବାରି ।
ସଖି ଗୋ,
ଧରି ତୋଳନ୍ତି ସମସ୍ତ ହୋଇ
କର୍ପୂର ଚନ୍ଦନ ପନୀରରେ ଗୋଳି
ଲେପିଲେକ ବେଗ କରି ନେଇ । ।୨।
କିଞ୍ଚିତେ ସତେଜ ହୋଇ ବାଳୀ
କହଇ ଉତ୍ତର ବିକଳେ ଭାଳି
ଶୁଣ ଶୁଣସି ମୋର ସଖିଜନ
ମୋର ବନ୍ଧୁକୁ ଲୋଡ଼ି ବେଗେ ଆଣ ।