ପୃଷ୍ଠା:Prachina Odia Kabita.pdf/୨୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫୬
ପ୍ରାଚୀନ ଓଡ଼ିଆ କବିତା
 

ଶ୍ରୀବତ୍ସ ଦ୍ୱିଜର ମାନିନୀ ପ୍ରିୟାର ବେନି ପାଦଚିହ୍ନ ବହେ
ଭଗତ ସୁରତି ବେନି ରସେ ରସେ ତେଣୁ ପରାଭବ ସହେ ।
ହାଟକେ ଘଟିତ କ୍ଷୁଦ୍ର ଘଣ୍ଟି କୁନ୍ଦ କଟିତଟେ ପଟୁ ଶୋଭା
ପୀତ ବସନ ପରିଧାପନ କଳାନିରନ୍ତେ ଚଞ୍ଚଳା ଆଭା ।
କମଳା କୋମଳ କର କମଳରେ ଲଳୁତି ଯେବଣ ପାଦ
ତ୍ରିଭୂବନ ଜନ ଶରଣ ରକ୍ଷଣ ହରଇ ଭବ ବିଷାଦ । ।୧୪୦।
ଇନ୍ଦ୍ର ଚନ୍ଦ୍ର ରୁଦ୍ର ଧାତା ସୁରଗଣ ମୁକୁଟର ନୀଳମଣି
ମୁକୁନ୍ଦ ଚରଣକମଳେ ଯୁଗଳେ ଭ୍ରମର ପରାୟେ ମଣି |
ନାନା ରତ୍ନମୟେ ଭୂଷଣେ ଭୂଷିତ ଦୁଷଣ ରିପୁର ତନୁ
ବିବିଧ ବର୍ଣ୍ଣେ ଶୋଭା ପାଉଅଛି କି ସେ ମଘବାର ଧନୁ ।
ମୁକୁତା ହାରା ଯେସନେ ତାରା ଶୋଭିତ ହୃଦ ଗଗନେ
କୌସ୍ତୁଭମଣି ଚନ୍ଦ୍ରମା ଜାଣି ପ୍ରକାଶ କରେ କିରଣେ ।
ମାନିନୀ ପ୍ରିୟାର ଲାକ୍ଷାର ରଙ୍ଗ ଅଙ୍କିତ ଯେବଣ ଭାଲ
କସ୍ତୁରୀ ତିଳେକ ରଞ୍ଚିତ ତଥି ତନୁରେ ଅଞ୍ଜନ ଜାଳ ।
ଅତି ସୁବେଶ କେଶବ ହୋଇ ମଦନେ ଆରତ ଚିତ୍ତ
ମନ୍ଦମନ୍ଦ କରି ମୁରଲୀ ବାବନ୍ତି ଗାବନ୍ତି ସୁସ୍ୱର ଗୀତ । ।୧୫୦।
ଶୁଣି ଯୁବତୀ ଉତ୍ସୁକ ମତି ବେଣୁ ବାଣୀ କିସେ ଦୁତି
ଯାନ୍ତି ତଡ଼ତି ସ୍ଖଳିତ ମତି ଭାବନ୍ତି ଗୋପିକା ଯୁବତୀ ।
କାହା ଅର୍ଦ୍ଧ ଅଙ୍ଗେ ଚନ୍ଦନ-ଚର୍ଚ୍ଚିତ କରେଣ କୁସୁମମାଳ
ବିଭ୍ରମେ କବରୀ ଖୋସି ନ ପାରିଲା ଫିଟିଛି କୁଟିଳ ବାଳ ।
ନୀବିସେ ତୁଟଇ ବସନ ଲୋଟଇ ତୁଟଇ କଣ୍ଠର ହାର
କାଞ୍ଚି ନୂପୁର ଅତି ମୁଖର ତନୁରେ ସ୍ୱେଦ ବିକାର ।
କେହୁ ବିଭୋଳେ ଆପଣା ଡୋଳେ କସ୍ତୂରୀ ପଙ୍କ ରଞ୍ଜିଲା
କିଙ୍କିଣିମାଳା କଣ୍ଠେ ଖଞ୍ଜିଲା ଚେତନା ତାର ହଜିଲା ।
ବୀଣା ବାଉଥିଲା ଯେବଣ ରାମା ବେଗେ ବେଗେ ଗଲ। ଧାଇଁ
ବୀଣା ପଡ଼ିଲା ଭାଜି ସେ ଗଲ। କିଛି ହିଁ ଜାଣଇ ନାହିଁ । ।୧୬୦।
ଆପଣା କୁଚ ପୃଥୁଳ ଉଚ୍ଚ ତୁମ୍ବୀ ପରାୟେକ ମଣି
ଆଉଁସୁ ଅଛି ନ ଜାଣେ କିଛି ମଦନ ଅନ୍ଧେ ତରୁଣୀ ।