ପୃଷ୍ଠା:Prachina Odia Kabita.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨
ପ୍ରାଚୀନ ଓଡ଼ିଆ କବିତା
 

ନାହିଁକି ସଂସାର ମଧ୍ୟେ ରାଜାର କୁମର
ନିର୍ଲଜ୍ଜ ବୁଢ଼ାକୁ ସୁନ୍ଦରୀକି କଲ ବର ।
ନୋହିଲେ ବୁଡ଼ିବୁ ମାଏ ଝିଅ ଦୁହେଁ ହୋଇ
ନୋହିଲେ ମରିବୁ ସ୍ୱହସ୍ତରେ ବିଷ ଖାଇ । ।୨୦।

ପଟ ଘେନି ମାଣିକ୍ୟ ମୁକୁତା ଗୁନ୍ଥା ନାହିଁ
ପୋଡ଼ୁ ପୋଡ଼ୁ ଜୀବନ ପବିତ୍ର ରାଜା ହୋଇ ।
ପିଅର ଜନନୀ ତୁମ୍ଭ ଜୀବନ ଧିକ ତ
ପାକୁଆ ବୁଢ଼ାକୁ ଦେଇ ଘେନି ଲୋଡ଼ ବିତ୍ତ । ।୨୧।

ଫରମାଣ ଦେଇଛନ୍ତି ହେମନ୍ତ ରାଜନ
ଫାଇ କେତେ କ‌ହିବା ଗୋ ସେହୁ ବଡ଼ଜଣ
ଫାଳେଣ ଜାଣିନା ପଛେ ତାହାଙ୍କର ଗୁଣ
ଫରସେ ସେବିଲେ ଗୌରା ପାଇବ କାରଣ । ।୨୨।

ବିଚାର ନ‌କର ମାଏ ଝିଅ ଦୁହେଁ ତୁମ୍ଭେ
ବିକଳ ମନରୁ ଛାଡ଼ କ‌ହୁଅଛୁଁ ଆମ୍ଭେ ।
ବ୍ରହ୍ମା ବିଷ୍ଣୁ ଦେବତାଏ ଛନ୍ତି ତାଙ୍କୁ ବେଢ଼ି
ବଡ଼ ଭାଗ୍ୟବନ୍ତ ଗୌରା ପୁଣ୍ୟେ ଅଛି ବଢ଼ି । ।୨୩।

ଭାଲପଟେ ଲେଖନ ଯା କରିଛି ବିଧାତା
ଭଲ ଭାଗ୍ୟବନ୍ତ ଗୌରା ଆମ୍ଭର ଦୁହିତା ।
ଭୋଜନର ବେଳେ ରାଣୀ ମିଳିଲାକ ଆସି
ଭିତରେ ମଣୋହି ସଞ୍ଚା ଭିଆଣ କରସି । ।୨୪।

ମହାଦେଈ ମନବ୍ୟଥା ଛଡାଇ ରାଜନ
ମିଳିଲେ ଯେ ସର୍ବଜନ ବିଭାର ଆସ୍ଥାନ ।
ମଙ୍ଗଳଣ କଲେ ତ‌ହିଁ ହଳଦୀ ଚନ୍ଦନ
ମଙ୍ଗଳ ମହୁରି ଶଙ୍ଖ ବାଜେ ଘନ ଘନ ।୨୫।

ଯୁବତୀ ସକଳ ମିଳି ହୁଳହୁଳି ଦେଲେ
ଜଗମୋହିନୀକି ଦିବ୍ୟ ବେଶ କରାଇଲେ ।