ପୃଷ୍ଠା:Prachina Odia Kabita.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪
ପ୍ରାଚୀନ ଓଡ଼ିଆ କବିତା
 

ହେମନ୍ତର ରାଣୀ ଦେଖି ସନ୍ତୋଷ ହୋଇଲେ
ହୀନ ପରପଞ୍ଚ ବେଶ ଯ‌ହୁଁ ପକାଇଲେ ।
ହୋଇଲେ ସନ୍ତୋଷ ଯେ ସକଳ ଲୋକ ଦେଖି
ହାସ୍ୟ କରୁଛନ୍ତି ସ‌ହୀ ସଙ୍ଗାତୁଣୀ ଦେଖି । । ୩୩ ।

ସକଳେ ଚଉଠି ସାରି କାଦଖେଳି ଗଲେ
ଛ'ସାତ ଅଷ୍ଟମଙ୍ଗଳା ଉଛବ ସାରିଲେ ।
କ୍ଷିତିପତି ଠାକୁର ସେ କପିଳାସେ ସ୍ଥିତି
କ୍ଷୁଦ୍ରବୁଦ୍ଧି ବଚ୍ଛାଦାସ କଳସା ପଢ଼ନ୍ତି । । ୩୪ ।