ପୃଷ୍ଠା:Prachina Odia Kabita.pdf/୩୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯୨
ପ୍ରାଚୀନ ଓଡ଼ିଆ କବିତା
 

ଏକ ଡିମ୍ବକେ ଘୋଟିଛି ଅଗାଧଟି, ଦୂତି ଗୋ ।
ଡିମ୍ବ ବାହାରି ଛୁଆ ଉଡ଼ିଗଲା
୧୦ଜଳ ଚଳୁକେ ଦେଉଳ ବୁଡ଼ିଲା, ଦୂତି ଗୋ ।
ସେ ହଂସ ଚରଣେ ମୋହର ଆଶ
ଭାବେ ଭଣିଲେ ଯଶୋବନ୍ତ ଦାସ, ଦୂତି ଗୋ ।

(୪)

ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ୱିତୀୟ ମାସେ ତୁ ଯେ ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଲିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି ।
ପଞ୍ଚମେ ନାଭିକମଳ କଲା ଭିଆଣ
୧୦ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ ।
ସପ୍ତମେ ନାସା ଜିହ୍ୱା ଆବର ମୁଖ କର୍ଣ୍ଣ
ଚକ୍ଷୁଭ୍ରୂଲତା କାମ କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ ବହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରି ।
ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନବମାସେ ଚମଡ଼ାକୁ ଢାଙ୍କୁଣୀ ଦେଲା ।
ଦଶମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ
୨୦ତୋ ନାମ ଗାଉଥିବି ସୁମରି ।