ପୃଷ୍ଠା:Prachina Odia Kabita.pdf/୩୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୨
ପ୍ରାଚୀନ ଓଡ଼ିଆ କବିତା
 

ଢାଳେ ଯାହା ବୋଇଲେ ଗୋ ଅଛଇ ବିଚାରି
ଜଳ ମହାଦେବଙ୍କ ଶିରରୁ ପୁଷ୍ୱା ପଡ଼ି ।
ଆଣିକରି ପୁଷ୍ୱ ସୁକନ୍ତଳା ଶିରେ ଲାଇ
ଆଣିଲେ ଛଟକେ ସଖୀ। ଏଥକୁ କଡ଼ାଇ ।
ଆଣିମଣି ପଦ ପାଇ ହୁଅ ପାଟରାଣୀ
ଏଣିଆଡ଼ କଥାମାନ ପାସୋର ମିତଣୀ | | ୬୦ ।
ତହିର ଉତାରେ (ଯେ)ତୋଟାରେ ବୁଲୁଛନ୍ତି
ତୋଳନ୍ତି ମାଧେବୀ ପୁଷ୍ୱ ବୋଲନ୍ତି ଯୁବତୀ ।
ତୋହୋର ବିଭା ନିକଟ ହୋଇଲା ଗୋ ଆସି
ଭୁନିକରି ମୋହୋ ଆଗେ କହିଗଲେ ଋଷି ।
ଥର ହୋଇ ସକଳ ଦେଖଇ ମହୀପତି
ଥମ୍ବି ଯେ ହୋଇଲା ତାର ଅଧଉର୍ଯ୍ୟ ମତି ।
ଥରହର ଅଙ୍ଗ ତାର କୁସୁମ ଶରଘାଏ
ଥକାଏକ, ସୁବର୍ଣ୍ଣ ପୁତୁଳି ଉଭା କରି
ଦେଲା ନେଇ ଋଷିକ° ଆଶ୍ରମେ କି ବିଚାରି | ୭° ।
ଦେଖୁଛନ୍ତି ଅମରାବତୀ ପୁରେ ଯେତେ ନାରୀ
ଦଶ ଅଂଶେ ଅଧିକ ଅଟଇ ସେ କୁମାରୀ ।
ଧିକ କଲା ମହିରେ ଗୋ, ଯେତେ ସୀମଥିନୀ
ଧିକ କଲା ମାନସରବରଣ ହ°ସନୀ ।
ଧିକ କଲା କୁରଙ୍ଗୀ କେଶରୀ ଧରାଧର
ଅଧିକ ହୋଇଲା, ତାକୁ ମନୁମତ ଶର ।
ନବଯୁବା ଯୁବତୀ ଜାଣଇ ରତରସ
ନୟନ ଯୁଗଳ ତାର ଜୀବନକୁ ଫାଶ ।
ନିଧମ ଅଗ୍ନିରେ ଘଶି ହୋଇଲା ଗୋ ଘିଅ
ନିଶ୍ଚୟେ ଜାଣିଲି ନୁହନ୍ତି ଋଷି ଝିଅ । | Γο
ପଶିଲା ପଶିଲା ହାତୀ ଶୁବିଲା ଶବଦ
ପଳାବନ୍ତି ସ୍ରବ ସଖୀ ପରମ ବିସ୍ୟାଦ ।