ପୃଷ୍ଠା:Prachina Odia Kabita.pdf/୩୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଷାଭିଳାଷ

ଶିଶୁ ଶଙ୍କର

ପଲଙ୍କ ତେଜିଣ ଉଠିଲା ସୁମୁଖୀ ସପନ ସଙ୍କେତ ପାଇଣ
ଆହା ପ୍ରାଣନାଥ, କେଣେ ଗଲୁ ବୋଲି ଉଚ୍ଚସ୍ୱରେ କରେ କାରୁଣ,
ଦଇବ ! ଦେଖାଇ ନିଧି ହରିନେଲୁ,
ଶିଶୁ କୁମାରୀ ମୁଁ କିଛି ନ ଜାଣଇ କିମ୍ପାଇ ମୋତେ ଏହା କଲୁ ?
ସପନେ ଅଙ୍ଗସଙ୍ଗ ଲଭି ଅଙ୍ଗନା ବିରହେ ବାତୁଳ ବଚନ,
ରତିଲାଳସେ ଅଳସଭର ତନୁ ତରଳ ଚକିତ ଲୋଚନ,
ଭୋ ନାଥ ! ଏହିକ୍ଷଣି ଥିଲ ପଲଙ୍କେ,
ବିନା ଅପରାଧେ କିକେ ଛାଡ଼ିଗଲ କାମିନୀ ମରଣ ନିଶଙ୍କେ ।
ଛନଛନ ମନ ବାତୁଳ ବଚନ ନିରେଖି ଚାହେଁ ଦଶଦିଶ,
ଦଣ୍ଡକେ ଲେଉଟି ଲାଜ ବିକାଶିଲ ହେଠ ବଦନେ ଖରଶ୍ୱାସ, । ୧୦ ।
ତ ହାକୁ, ଉଠି ପଚାରେ ଚିତ୍ରଲେଖୀ,
କିସ ବିପରୀତ କହ ଗୋ ତୁରିତ କେବଣ ଚିତ୍ର ପ୍ରାଣସଖୀ !
ଅବୋଧ ବାଳା ତୁ ନାହିଁ ବିଭା ହେତୁ ବଲ୍ଲଭ ଗୁଣେ କି କେ ଦୁଃଖୀ
ମଧୁପାନ ଆଶେ ଚମ୍ପକ ବିକାଶେ କଉଁ ମଧୁପ ମିଳେ ସଖି !
(ଆହେ) ସଙ୍ଘାତ, ସ୍ୱରୂପ କହ ମୋରେ ବାଣୀ,
ରବି ପବନ ଅଗମ୍ୟ ଅନ୍ତଃପୁରେ କାହୁଁ ପୁରୁଷ କଲୁ ଆଣି ।
ସଖୀ ବାଣୀ ଶୁଣି ନିଦ୍ରାଭାବ ଗୁଣି ପୁଲକେ କୁଚ ଗଣ୍ଡ ଜାନୁ,
ନବ ଅନୁଭବେ କାତର ଅଧର ଆଶ୍ୱାସି ଝମଝମ ତନୁ ।
ଚତୁରୀ, (ତାର) ଚମକି ଉଠେ ଅଙ୍ଗଭଙ୍ଗ,
ଅତି ଅଶକତେ ଭୂମିରେ ଶୁତିଲା, ଶିଥିଳ କେଶବାସ ଅଙ୍ଗ । । ୨୦ ।
ମୁଖେ ନୀର ସିଞ୍ଚି ଧୀରେ ଧୀରେ ବିଞ୍ଚି ଚିତ୍ରଲେଖା ମୁଖ ବିରସ,
ବାବୁ ଦଇବ କେବଣ ବିପରୀତ ବରଷା କଲୁ ମଧୁମାସ ।
(ଆଗୋ) ସଙ୍ଘାତ, ମୋହ ମେଘ ତୋତେ ରୁନ୍ଧିଲା,
ଲୋଚନ ନୀର, କୁଚରେ ବରଷନ୍ତେ କୋକିଳ ବଚନ ବାଧିଲା ।