ପୃଷ୍ଠା:Prachina Odia Kabita.pdf/୩୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୩୧୯
 

ମନ ମତ୍ତକାରୀ ବାରଣ ନ ଯାଇ ଜାଣିଲି ସଖୀ ଚିତ୍ରଲେଖା,
ଅତି ଯତନେ ପଟ ମୁଦି ଥୋଇଲା କ‌ହି ମଧୁର ମୃଦୁ ଭାଷା ।
ସଙ୍ଘାତ, ଦୁଲ୍ଲର୍ଭ ଜନେ ଅନୁରାଗ,
ଚଉଦ ଭୂବନେ ଯେହୁ ଅପୂରୁବ ତାହାରେ ବଳିଲା ସରାଗ ।
ଚନ୍ଦ୍ରବଦନୀ ହେଠମାଥେ ବସିଲା, ସଖୀ କହଇ ରସବାଣୀ,
ଉଷାପତି-ତାତ-ପିଅର-ଚରଣେ ଶିଶୁଶଙ୍କର ଶିରୋମଣି ।
ସୁଜନେ, ଶୁଣି ନଧର ମୋର ଦୋଷ,
ପଞ୍ଚମ ଛାନ୍ଦ ଶୁଭେ ଶେଷ ହୋଇଲା ସରସ ଉଷା-ଅଭିଳାଷ ।
(‘ଉଷାଭିଳାଷ’, ପଞ୍ଚମ ଛାନ୍ଦରୁ ଗୃହୀତ)