ପୃଷ୍ଠା:Prachina Odia Kabita.pdf/୩୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-୧୭ଶ ଶତାବ୍ଦୀ
୩୨୧
 

ଶମ୍ବର-ବଇରି କିଯେ ଶମ୍ବରକୁ ମାରି
ରମଣୀରତନ ରତି ଆଣୁଛନ୍ତି ହରି ଯେ ।
କେ କିସ ବୋଲନ୍ତି ତାହା ନଯାଇ କଳନା
ଅନାଉଂ ଅନାଉଂ କହୁ କହୁ ହୋନ୍ତି ବଣା ଯେ ।
ଆପଣା ବନିତା କର କେହୁ ଧରିଥିଲସ
ମୁଖ ଚାହିଂ କର ଛାଡ଼ିଦେଇ ନ ପାରିଲା ଯେ ।
କାହାକୁ ବନିତା ବିଷ ପରାଏ ଦିଶିଲା
କେଉଂ ଜନ ଆପଣାର ଚେତନା ନାଶିଲା ଯେ । ।୩୦।
ଆଗପଛ ହୋଇ ରଥ ବେଢ଼ି ଗୋଡ଼ାଇଲେ
ଯେତେ ସେ ପୁରୁଷ ରାଜନକୁ ପ୍ରଶଂସିଲେ ଯେ ।
ନାରୀମାନେ ପ୍ରଶଂସନ୍ତି ଧନ୍ୟ ସେ ସୁନ୍ଦରୀ
ସାକ୍ଷାତ ମଦନକୁ ପାଇଲୁ ବର କରି ଯେ ।
ପୁରନାରୀଏ ଚାହଂନ୍ତି ସଆନନ୍ଦ ହୋଇ
ଉଦ୍ୟମ ପ୍ରକାଶ କରି ଦୁରେ ଲଜ୍ଜା ଥୋଇ ଯେ ।
ବାତାୟନ ନୟନ କଳସ କୁଚମତ
ବସନ ପତାକା ତଥି ଶିରରେ ରଂଜିତ ଯେ ।
ପରମୁଖ ମୁଖ ତାର ସୋପାନ ଚରଣ
ଭିତ୍ତିର ବିଚିତ୍ର ଚିତ୍ରମାନ ଆଭରଣ ଯେ । ।୪୦।
ଗଜଦନ୍ତ ମାନ ବାହୁ ସ୍ତମ୍ଭ ଚାରୁ ଉରୁ
ଅସିତ ରାମର କର ଶ୍ରେଣୀ ପ୍ରାୟେ ଗୃରୁ ଯେ ।
ମୁକୁତା ତୋରଣମାନ ଦନ୍ତ ସୁରୁଚିର
ପ୍ରସନ୍ନେ ହାସ ଦିଶଇ ମୋହ କରେ ନର ଯେ ।
ୟେମନ୍ତରେ ନରେଶ ନଗରେ ପରବେଶ
ଛାଡ଼ନ୍ତି ନାହିଂ କ୍ଷଣେହେଂ ଚନ୍ଦ୍ରମୁଖୀ ପାଶ ଯେ ।
ଲୋଚନ ଢାଳିବା ଦୁଃଖ ମଣନ୍ତି ସ୍ନେହରେ
ମନ ନିକି ପୂର୍ଣ୍ଣ ସ୍ନେହ ଥିଲେ ପରସ୍ପରେ ଯେ ।
ଚନ୍ଦ୍ରକିରଣରେ ପ୍ରାଙ୍ଗଣରେ ବସିଥାନ୍ତି
କେଉଂ ଦିନେ ବଡ଼ଭୀକି ଜଗତିକି ଯାନ୍ତି ଯେ । ।୫୦।