ପୃଷ୍ଠା:Prachina Odia Kabita.pdf/୩୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୨
ପ୍ରାଚୀନ ଓଡ଼ିଆକବିତା
 


ଇଷ୍ଟପୂର୍ଣ୍ଣ ନୁହଇ ନିତ୍ଯରେ ଖେଦ ମତି
ଧନ୍ୟ ପୁରୁଷ ଯୁବତୀ ପରସ୍ପରେ ପ୍ରୀତି ଯେ |
ମାସ ଧର୍ମ ହୁଅଇ ଯେବେ ଅୟି କୁନ୍ଦଦନ୍ତୀ
ଛଡ଼ାଛଡ଼ି ନୋହେ କ୍ଷଣେ ନୟନ ସଙ୍ଗତି ଯେ |
ଗଲେ ଯେ ଜନେକ ଘରୁ ଆସିବା ନିକଟ
ପ୍ରିୟସଖୀମାନେ ଭେଟି ଆସିଥିଲେ ବାଟେ ଯେ |
ନିତ୍ଯକର୍ମମାନ ସହଚରୀ ସଙ୍ଗେ ସାରି
ସନ୍ତ‌ତେ ୟେକା ପଲଙ୍କେ ନୃପତିକୁମାରୀ ଯେ |
ୟେମନ୍ତେ କେତେକ ଦନ ଅନ୍ତେ ଆଜଗାମ
ମହାଘୋର ଋତୁବର ଦାରୁଣ ଗ୍ରୀଷମ ଯେ | ୬୦ ।
ଦିଶେ ଦିଶେ ପାଟଳୀ ପଟଳ ବର୍ଣ୍ଣ ଦିଶେ
ଶିରୀଷ କୁସୁମ ଦିଶେ ଦିଶେ ପରକାଶେ ଯେ |
ଜଗତିକି ପ୍ରିୟା ସହ ରାଜନ ଗମନ
ଦିନ ପରିଣାମ ଘେନି ଶୀତଳ ପବନ ଯେ ।
ଦେଖିଲେ ଅଙ୍ଗନାମାନଙ୍କର ଜଳକ୍ରିଡ଼ା
ନାୟକ ସଙ୍ଗତିଭାବେ ତେଜିଛନ୍ତି ବ୍ରିଡ଼ା ଯେ |
ଦେଖି ରାଜା ପୁଷ୍ପରର ସରୋବରେ ମନ
ପ୍ରିୟାର ଚିବୁକ ଧରି କହନ୍ତି ୟେସନ ଯେ |
କରିବର କ୍ରିଡ଼ାଗାମୀ କମଳବଦନୀ
କୃଶୋଦରୀ କୁନ୍ଦଦନ୍ତୀ କମଳଲୋଚନୀ ଯେ | ୭୦ ।
ମୋର ପ୍ରାଣର ପୁରୁଷ ନୟନ ପ୍ରତିମା
ସକଳ ଅଙ୍ଗଦେଶର ସୁଖସାର ସୀମା ଯେ |
ହୃଦୟମଣ୍ଡମୀ ମୋର ନୟନରଞ୍ଜିମୀ
ଜୀବର ଜୀବନ ଖମାର ମାନବମୋଚମୀ ଜୋଯ ।
ମନୋରମ କାନନକୁ ସୀଡ଼ାର ସେ ଯିବା
ମନୋରମ ନାମରେ ସରୋବର ହିଂ ଦେଖିବା ଗୋ ।
ଯେଉଁ ସରୋବରେ ହଂସୀ ଦେଖିଲା ସଜନୀ
ଶୁଣି ବକ୍ରେ ଚାହିଁ ମୁଖ ପୋତି ଚନ୍ଦାନନୀ ଯେ |