ପୃଷ୍ଠା:Prachina Odia Kabita.pdf/୩୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-୧୭ଶ ଶତାବ୍ଦୀ
୩୨୩
 

ଚିବୁକ ଧରି ଊର୍ଦ୍ଧକୁ ଟେକିଲା ବଦନ
ଅଧର ଉପରେ ଦେଲା ମଧୁର ଚୁମ୍ବନ ଯେ । ୮୦ ।
କ‌ର୍ଣ୍ଣମୂଳେ କହିବାକୁ ଆରମ୍ଭିଲା କଛି
ନ ଶୁଣିଲା ଶଶିମୁଖୀ ଶରୀର ରୋମାଞ୍ଚି ଯେ |
ରୋମମୂଳେ ଲୁଚିଲା କନକବର୍ଣ୍ଣ ତନୁ
ମଦନ ବେଦନା ବହି କମ୍ପାଇଲା ତନୁ ଯେ |
ମନ୍ଦ ମନ୍ଦ ଚାହିଂ ସେ ବୁଜିଲା ବେନି ନେତ୍ର
ପବନେ ପଲ୍ଲବ ପ୍ରାୟ କମ୍ପିଲା ତା ଗାତ୍ର ଯେ |
ନିଃଶ୍ୱାସ କେବଳ କମ୍ପାଇଲା ଅନୁରାଗୀ
ନାୟକହିଂ ସଦୃଶ ହୋଇଲା ବାଳା ଲାଗି ଯେ |
ଭୂଜେ ଭୂଜେ ଆଲିଙ୍ଗନ ନିବଡ଼େ ପିଡ଼ିଲ।
କାନ୍ତ ଅଙ୍ଗେ ଲୀନ ହୋଇ ସୁନ୍ଦରୀ ଜଡ଼ିଲା ଯେ | | ୯° ।
କୁନ୍ଦନ ପତ୍ରେ କୁନ୍ଦନ ଚୁମ୍ବଶୀଳ ଲୋହେ
ଯେସନେ ଆର୍ଦ୍ର ପତନୀ ତିନ୍ତି ଲାଗେ ଦେହେ ଯେ |
ଜଗତୀ ଉପରୁ ଉଠି ବିଜେ ରଥପରେ
ପ୍ରିୟା ଘେନି କୋଳେ ଶର ଶରାସନ କରେ ଯେ |
ସମ୍ବର ବିନାଶି ରତି ଘେନି ପଞ୍ଚଶର
ଗମନ କରଇ କି ସେ -ବିହାର ନବର ଯେ ।
ମିଳିଲେ ରସ ଉଦୟ କାନନ ଭିତରେ
ଦେଖନ୍ତି ଶାଳ ତମାଳ ରସାଳ ଆଦିରେ ଯେ |
ବକୁଳ ହେନ୍ତାଳ ତାଳ ସରଳ କୁଦାଳ
ହିଞ୍ଜଳ ମଞ୍ଜୁଳ ଜାତି ଫଳ କଣ୍ଟାହୁଳ ଯେ । । ୧୦୦ ।
ବିଡ଼ଙ୍ଗ ଲବଙ୍ଗ ବଙ୍ଗ ପୁନ୍ନାଗ ଚକ୍ରାଙ୍ଗ
ମନ୍ଦରଙ୍ଗ ବାସଙ୍ଗ ନାରଙ୍ଗ ମାତୁଳଙ୍ଗ ଯେ |
ନାଗରଙ୍ଗ ତାଉ ରଙ୍ଗ ରଙ୍ଗ ପଦ୍ମ ରଙ୍ଗ
ଝୁରଙ୍ଗ ପ୍ରିୟଙ୍ଗ କଟୁରଙ୍ଗ ପ୍ରତି ରଙ୍ଗ ଯେ |
ନାଗେଶ୍ୱର କର୍ଣ୍ଣିକାର ଚାରୁ କରବୀର
ଜମ୍ଭୀର ମନ୍ଦାର ସିନ୍ଧୁବାର ସୁଖଦିର ଯେ |