ପୃଷ୍ଠା:Prachina Odia Kabita.pdf/୩୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୨୪
ପ୍ରାଚୀନ ଓଡ଼ିଆ କବିତା
 

ତାତଙ୍କି କେତକୀ ଆମଳକୀ ହରିତକୀ
କେତକୀ କଣ୍ଟକୀ ଆମ୍ବ୍ରାତକୀ ସୁଧାତକୀ ଯେ |
କୁରୁବକ ଚମ୍ପକ କେତକ ବିଭୀତକ
ପାରିଜାତକ ଅଶୋକ କୋରକ ପ୍ରିୟକ ଯେ । । ୧୧୦ ।
ଚାରୁକର ମର୍ଦ୍ଧକ ଚିତକ କୁଠେରକ
କିଂଶୁକ ଯାବକ ମଧୁକୃତ ମୟୁରକ ଯେ |
ଧୂର୍ଜଟିକା ହେମ ଫୁସିକା ଯେ ଶେଫାଳିକା
ବଇଜୟନ୍ତିକା ଗିରିମଲ୍ଲିକା କନକା ଯେ |
ରୁଦ୍ରାକ୍ଷ ଇନ୍ଦ୍ରାକ୍ଷ କୁବେରାକ୍ଷାଦି ରୁଦ୍ରାକ୍ଷ
ଶୋଭନ୍ତି ଦାରକ୍ଷଲତା ସର୍ବରୁହ ପ୍ଳକ୍ଷ ଯେ |
କୃଷ୍ଣାଗୁରୁ ଦେବଦାରୁ ଆଗୁରୁ ନାଗୁରୁ
ମହାଦାରୁମାନେ ଛନ୍ତି ପଂକ୍ତି ପଂକ୍ତି ଚାରୁ ଯେ |
କାନ୍ଧିଆ କସ୍ତୁରୀ ଟଭା ଦୁଲଭା କପିତ୍‌ଥ
ନୀପ ସଡ଼ପ କଳପଲତା ଯୂଥ ଯୂଥ ଯେ | । ୧୨୦ ।
ଶିରୀଷ ବିଶେଷ କାନ୍ତି ସରୁଚିରବାସ
ଶରୀର ସଘନ ହୋଇ ଦଶେ ୟେକ ପାଶ ଯେ |
ଜାତି ଯୁତୀ ମାଳତୀ ସେବତୀ ସୁବାସନ୍ତି
କୁନ୍ଦ ମୁଚୁକ ବୃନ୍ଦ ହୋଇ ପ°କ୍ତି ପ°କ୍ତି ଯେ |
ନିଆଳୀ ମଲ୍ଲିକା ଜେଲି ପାଟଳୀ ଶିମୁଳୀ
ଛୁରିଅନା କରୁଣା ରାସନା ମହୁକୋଳି ଯେ ।
ୟେ ଆଦି ଯେତେକ ତରୁ କୁସୁମ ନିକର
ନଥିଲାର ନାହି° ଧନ୍ୟ ୟେ ବନ ଉଦର ଯେ |
ଦେଖ ଏ ରସାଳ ବନ ରସର ଆଳୟ
ବିରହୀ ବାହକ କାନ୍ତା କାନ୍ତି ସୁଖଦାୟ ଯେ | | ୧୩୦ ।
ପିକ କଳ କଳ ଶୁଣି କହନ୍ତି ରାଜନ
ଲାଜ ନ ପା ଆଜଠାରୁ ହୁଅ ଯା ମଉନ ଯେ |
ମଧୁକର ରବ ଶୁଣି ବୋଲେ କମଳାକ୍ଷୀ
କୋକିଳକୁ ମଧୁକର ନିନ୍ଦା କରୁଅଛି ଯେ |