ପୃଷ୍ଠା:Prachina Odia Kabita.pdf/୩୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-୧୭ଶ ଶତାଦ୍ଦୀ
୩୩୩
 

କେବେହେ ସଞ୍ଚା ନ ଜାଣଇରେ, ଚନ୍ଦ୍ରମୁଖି
ଜାଣୁ ଯେମନ୍ତ ମନ ମୋର, ଯାଚି ସେ କହୁ ଯେ ଉତ୍ତର
ଯିବ ଏ କଥା ସବୁ ଜୀବନ ଧାଇଁ ଧାଇଁ
ଏହା କହିବେ ଚକ୍ରଧରରେ |
ଝୀନବସନ ଫୁଟି ଜଘନ ସ୍ତନ ଦିଶି
ଅଳସ କରଇ ଯେ ଦେହ
ଝସକେତନ ଏହୁ ସମୟ ଜାଣି କରି
ଜଗି ଜଗି କରାଇ ମୋହରେ, ଚନ୍ଦ୍ରମୁଖି । ୬୦ ।
ଝଳି ଲଲାଟପଟ ଦେଖି, ଝିମଟେ ଧଇର୍ଯ୍ୟ କେ ରଖି
ଝାଳରେ ଏହା ନୋହି କାମ ସେ ଝଞ୍ଜା ସହି
ରହି କେ ପାରୁ ଚନ୍ଦ୍ରମୁଖୀରେ ।

Χ X X X

ଡକା କରିଛି ଏବେ ଡାଳିମ୍ବ ବୀଜ ଦନ୍ତୀ
ଡରୁଛି ମଦନ ବାଣକୁ
ଡୋଳା ପିତୁଳା ପ୍ରାୟେ ପାଶେ ନ ଥିବୁ ଯେବେ
କିମ୍ପାଇ ଆଶା ପରାଣକୁରେ, ଚନ୍ଦ୍ରମୁଖି
ଡମ୍ବରୁଜିତ ମଧ୍ୟଦେଶ, ଡମ୍ବରୁ ଦିଶେ ଯେଉଁ କୃଶ
ଡୋଳା ଲକ୍ଷଣ ହେତୁ ଛାଡ଼ୁନାହିଁ ମୋହୋର
ଏହି ମୋହୋର ଧରି ରୋଷରେ | | ୭୦ |
ଢାଳେହେଁ ତୋହୋ ବିନୁ ଦଣ୍ଡେହେଁ ନ ବଞ୍ଚିବି
ଢ଼ମ ନୁହଇ ଯୁବାମଣି
ଢ଼ଳି ପ୍ରାଣ ନ ଗଲେ କେ ଦୁଃଖ ନିବାରିବ
କାହାରେ ରସିକ ସିହାଣିରେ, ଚନ୍ଦ୍ରମୁଖି
ଢମ ନୁହଇ ଏ ଯୁଗତି, ଢ଼ଳେହେ କିଣିଛୁ ଯୁବତି
ଢୋକିଲାର ପୀୟୁଷ ହସ୍ତ କେ ସରିଯିବ
ବିଧାତା ଏମନ୍ତ କୁମତିରେ ।