ପୃଷ୍ଠା:Prachina Odia Kabita.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୦
ପ୍ରାଚୀନ ଓଡ଼ିଆ କବିତା
 

ତାହାକଇଂ ଆକ୍ରୋଷି ଧଇଲା ନୃପବର
ତବଦେ ରହିଲା ସେ ରକତ ନ‌ଦୀ ଉପର ।
କେବଣ ମହାତମା ସେ ବଡ଼ାଇ ବିଚକ୍ଷଣ
ୟେ ଅବା ମୋତେ କରି ପାରଇ କାରଣ । ।୧୭୦।
କୋଳ କରି ଧଇଲା ତାକୁ ମାନ‌ଚକ୍ରବ୍ରତୀ
ଉପରେ ଥୋଇଲା ନେଇ ଗଦାବର ଦୁହିନ୍ତି ।
ସତୁରି ସତୁରି ଭାର ବେନି ଗଦା ଗରୁ
ସ‌ହିଲା ସେ ମୃତୁପିଣ୍ତ ଭରା ମହାମେରୁ ।
ଆପଣେ ରାଜା ଯେ ପଡ଼ଇ ତ‌ହିଁ ପରେ ମାଡ଼ି
ସୋଲଭେଳା ଜାଣି ଭାସଇ ରକତ ନ‌ଦୀରେ ନ ବୁଡ଼ି ।
ପିଥିରେ ବସିଣ ରାଜା ବାହଇ ବେନି ହାଥେ
ବେନି ଘଡ଼ିରେ ଗଲା ସେ ଯୋଜନେ ପରିଯନ୍ତେ ।
ଆପଣା ଭୂମିର ଯେ ପଛିମ ଦିବା ଭାଗେ
ପାରିହୋଇ ମୃତପିଣ୍ତଂ ଉତୁରିଲା ବେଗେ । ।୧୮୦।
ଦ୍ରୋଣକର୍ଣ୍ଣ ଶଲ୍ୟ ଶକୁନି ଦୁଶାସନ ଭୁରିସର୍ବା
ତୋହୋର ପ୍ରାୟେ କେହି ନୋହିଲେରେ ବାବା ।
କେହି ମୋତେ ରକତ ନ‌ଦୀରୁ ନ କଲେକ ପାରି
ମରି କେବଣ ମହାତମା ତୁ ହୋଇଲୁ ଉପୁଗାରି ।
ଲେଉଟାଇ ବଦନ ଚାହଂଇ କୁରୁରାଣ
ନିରୋପି ଚାହିଂଲା ଏ ମୋ କୁମାର ଲକ୍ଷଣ ।
ଆହା ମୋର ପୁତ୍ର ବୋଲି ରାୟେ ଲଗାଇଣ ହୃଦେ
ଅସାଷ୍ଟମେ ରୋବଇ ରାଜା ମାନ ଯେ ଗୋବିନ୍ଦେ ।
ବାବୁରେ ପଳା ଯା ବୋଲିଣ ବୋଇଲି ମୁହିଂ ତୋତେ
ପ୍ରମାଦ ଭୂମିରେ ପୁତ୍ରରେ ପଡ଼ିଲୁ କେମନ୍ତେ । ।୧୯୦।
ଆରେ ଆରେ ମୋର ଲକ୍ଷଣ କଇଛା ଜଗଜ୍ଜେଠୀ
ତ୍ରଇଲୋକ୍ୟେ ବନ୍ଦନା ନାଥ ତୋହୋର ନାମଗୋଟି ।
ଅତିଅନ୍ତ ଲକ୍ଷଣରେ ତୋହର ବତିଶ ଗୁଣ
ଶୟଳ ଜନ ଚିନ୍ତିଲେ ତୁ ସର୍ବଗୁଣେ ଲକ୍ଷଣ ।