ପୃଷ୍ଠା:Prachina Odia Kabita.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୨
ପ୍ରାଚୀନ ଓଡ଼ିଆ କବିତା
 

ବୋଇଲ ପଡା ପାଞ୍ଚଖଣ୍ଡି ଯେ ମାଗୁଛନ୍ତି ଶିରୀପତି
ପଡ଼ା ଦୁଇଖଣ୍ଡି ଦେଇ ପ୍ରବୋଧିବା ଅଭ୍ୟର୍ଥୀ ।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନି ଦେଖନ୍ତେ
ବିନାଯୁଦ୍ଧେ ସୂଚିମୁନେ ବୋଇଲି ରାଜ୍ୟ ନ ଦିଅଇ କଦଶ୍ଚିତେ ।
ତ‌ହିଂର ପ୍ରତିଫଳ ଏବେ ପାଇଲିରେ ବାବୁ
ୟେଡେ ବଡ ସମ୍ପଦ ମୁଂ ବୁଡାଇଲି ସବୁ ।
ୟେବେ ପୁତ୍ରରେ କରିବା ତୋର ବୋଲ
ଅର୍ଦ୍ଧରାଜ୍ୟ ପାଣ୍ଡବନ୍ତ ଦେବି ତୁ ଉଠି ଆସ ମୋହୋର ତୁଲ ।
ବାବୁ ସଂପୂର୍ଣ୍ଣ ଚନ୍ଦ୍ରମାରେ ତୋହର ବଦନଇ
ଅପାଦରେ ବାବୁ ଘେନି ଯାଇକିନା ମୁହିଁ ।। ୨୩୦ |
ଆରେ ବାବୁ ପନିର ଚନ୍ଦନ ମଳୟ ବସନ୍ତ କସ୍ତୂରୀ ଯେ ଦାୟେ ।
ରକତେ କର୍ଦ୍ଦନ ୟେବେ ତୋହୋର ହୋଇଲାକ କାୟେ ।
ବାବୁ ମଣି ମାଣିକ୍ୟରେ ହୃଦୟ ତୋର ଢ଼ଳି
ମୁଣ୍ଡ ମାନଙ୍କରେ ପୁତ୍ରରେ ହୋଇଲୁ ତୁ ମେଳି ।
ବାବୁ ନବସହସ୍ର ରାଜା ତୋତେ ଖଟନ୍ତି ଆସ୍ତାନେ
ୟେକେ ବେଢ଼ିବେ ତୋତେ ଭୁତ ପ୍ରେତ ପିଚାଶଗଣେ ।
ବାବୁ ହୃଦେ ତୋତେ ଧରିଣ ଯେ ରାଜା ଧୂତିରାଷ୍ଟ୍ର
ତୋହୋର ମୁଖ ଦେଖନ୍ତେ ପାସୋରନ୍ତେ ଅନେଶ୍ୱତ ପୁତ୍ରଂକର କଷ୍ଟ ।
ବାବୁରେ ହୃଦୟେ ଧରିଛି ତୋହୋର ମୃତୁପିଣ୍ଡଗୋଟି
ୟେ ମୋହେର ଶରୀର ନ ଯାଇ କିଂପା ଫାଟି । । ୨୪୦ ।
ବାବୁ ସଦୟେ ସାଧାରଣ ତୁ ଦୁଖୀଜନ ଉଦ୍ଧାରଣ ।
ଶରଣ ରକ୍ଷଣ ତୁ ଅକାରଣ କଇଂ କାରଣ ।
ୟେତେକ ଦୟାଧର୍ମ ଥାଇ ତୋର ଚିତ୍ତେ ।
ସେ ଧର୍ମ ଦେବତା ୟେବେ ଛାଡ଼ିଲ କେମନ୍ତେ ।
ବାବୁ ୟେକା ବେଳକେ ତୋତେ କଂପା ନ କଲେକ ରକ୍ଷା
ଅନେକ ଦେବତା ବ୍ରାହ୍ମଣେ ଭଗତି ହେଉ ମନବାଞ୍ଛା ।