ପୃଷ୍ଠା:Prachina Odia Kabita.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୫୩
 

ଯେତେକ ଗୁଣ ଯେ ଅଛି ତୋହୋର ଶରୀର
ଗୁଣ ଗୁଣିବାକୁ ବେଳ ନାହିଁ ତ ମୋହୋର ।
ବାବୁ ତୋତେ ଘେନି କ୍ରୋଧ କରୁ ରୟଣୀ ପାହିଲେ
ମୁହିଂ ନାଶ‌ଯିବିରେ ପାଣ୍ତବେ ଜାଣିଲେ । ।୨୫୦।
ଗଦା ଘେନି କରେ ରାଜା ଭୂମିରେ ଦିଲା ଗାରେ
ସାତ୍ତାଳ ଗମ୍ଭୀର ଯେ ହୋଇଲା ବେନିତାଳ ବିସ୍ତାରେ ।
ପିନ୍ଧିବାର ବସ୍ତ୍ର ଅର୍ଦ୍ଧେକ ଚିରିଲା ରାଜନ
ସୁସଞ୍ଚ କରିଣ ତାହା ପାଡ଼ିଲା ତଳେଣ ।
ଲକ୍ଷଣ କୁମାରକୁ ରାଜା ଶୁଆଇଲା ତ‌ହିଂ
ଉଚ୍ଚ ସ୍ୱରେ ରୋଦନ କରଇ ସଂପୂର୍ଣ୍ଣ ଚନ୍ଦ୍ରମା ମୁଖ ଚାହିଁ ।
ହଂସୁଲୀ ତୁଳିରେ ପୁତ୍ର ଶୋଇଥାଉ ତେବେ
ୟେଥକୁ ଯୋଗ୍ୟ ବାବୁ ହୋଇଲୁ ତୁହି ୟେବେ ।
କେହୁ ମୁଣ୍ତେ ପେଲି ମେରୁ ଚାଳିଲା ରେ ବାପ
ହୃଦେ ଆଭରଣ କେହୁ କଲା କାଳସର୍ପ ।।୨୬୦।
ବାବୁ ସୋମ ବଂଶକୁ ତୁ ମୋର ୟେକା ପୁତ୍ରଗୋଟି
ସବୁ ବୁଡାଇଲୁରେ କାଟିଲୁ ମୋର ତଣ୍ଟି ।
ବାବୁ ୟେ ଜନ୍ମେ କାହିଁ ମୁହିଂ ଚାହଂଇ ତୋର ମୁଖ
ତୁ ମୋତେ ସମସ୍ୟା ନ ଦିଲୁରେ ପୁତ୍ର ହୋଇଲୁ ନିରେଖ ।
ବାବୁ ନେତ ପାଟ ପାତନୀ ନାନା ପୁଷ୍ପ ଶୋଭା ଗଭାଭାଗ
ରକତେ କର୍ଦ୍ଦନରେ ହୋଇଲା ତୋହୋର ଅଙ୍ଗ ।
ବାବୁ ବାରସ୍ୱତୀ ଭୁବନ ପ୍ରାୟେ ତୋର ପୁରଗୋଟି ।
ତାହା ଉପେଖି ପୁତ୍ରରେ ଭୁମିରେଣ ଅଛୁ ଲୋଟି
ବାବୁ ମୃଗନାଭ କସ୍ତୁରୀରେ ଯୁଆଦ କର୍ପୂର ମିଶା
ମୁହିଂ ରାଢ଼ ତୋତେରେ କଲି ମାଟି ମିଶା ।।୨୭୦।
ବାବୁ ଅତିଅନ୍ତ ସୁକୁମାର ତୁରେ କୁମାର ଲକ୍ଷଣ
ବରଷେ ବାହୁନିଲେ ନ ସରଇ ତୋହୋର ଯେତେ ଗୁଣ ।