ପୃଷ୍ଠା:Prachina Odia Kabita.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୭୩
 

ସରସ୍ୱତୀ ସଙ୍ଗେ କର ଖେଳା ଗୋ
ପାଶେ ଖଟିଣ ଥିବ ବିମଳା ଗୋ
ତାଙ୍କୁ ଘେନି କରୁଥିବ ନୀଳା ଗୋ | | ୧୧ |
ଲକ୍ଷ୍ମୀଙ୍କି ତିଆରି ଦେବ ଜଗନ୍ନାଥ ବଳଦେବଙ୍କୁ ରାଇଲେ
ବିବିଧ ବେଶ ହୋଇ ତିନି ମୂରତି ତଡ଼ାଉ ଲାଗି ହୋଇ°ଲେ, ସେ ନରେ ।
ଦାରୁବ୍ରହ୍ମରୁପ ହରିହରେ ହେ
ଦେଖି ପାପ ନ ରହେ ଶରୀରେ ହେ
ସେବା ଲୋକଙ୍କୁ ଆଗ୍ୟାଂ ସେ ଦେଲେ ହେ । ।୧୨।
ପଶୁ ପାଳେକ ସେ ଭଣ୍ଡାରନାୟକ ପଣ୍ଡା ମୁଦିରଥ ଗଲେ
ପନୀର ନୀରସେ କର୍ପୂର ଚନ୍ଦନ ପ୍ରଭୁ ଅଙ୍ଗରେ ଲେପନ କଲେ, ସେ ବେଢିଣ ।
ଗନ୍ଧ ଲେପନ୍ତି ଫେଡ଼ାଫେଡ଼ିଣ ସେ
ଚୂଳେ ସେବତୀ ଭିଡ଼ି ବାନ୍ଧିଣ ସେ
ପ୍ରଭୁ ପହଣ୍ଡି ବିଜେ କରିଣ ସେ | ।୧୩।
ପହଣ୍ଡି ବିଜୟେ କରି ଜଗନ୍ନାଥ ରଥେ ବିଜେ କରି ଯାଇଂ
ଲଙ୍କାଗଡ଼ରୁ ପାଚେରୀ ତୁଟିଗଲା ଦେଖିଲଇଂ ଲଙ୍କ ସାଇ°, ସେ ହରି ।
ଶୁଭେ ବାଜେ ମଙ୍ଗଳ ମହୁରୀ ସେ
ତିନି ମୂର୍ତ୍ତି ରଥେ ବିଜେକରି ସେ
ମୁଖ ଶବଦ ବ୍ରହ୍ମାଣ୍ଡ ପୂରି ସେ | ।୧୪।
ଦଉଡ଼ି ଧରି ତିନିରଥ ଓଟାରି ତିନିରଥ ଗଲା ଚଳି
ଦେବ ମାନବେ ହରିହର ବୋଲନ୍ତେ ଶବଦେ ସିନ୍ଧୁ ଉଛୁଳି, ସେ ଦେଖ ।
ଶୋଭା ପାଉଛି କଳା ଶ୍ରୀମୁଖ ସେ
ହରିହର ବୋଲି ସର୍ବ ଲୋକ ସେ
ଚାହିଁ ସକଳ ପାପ ଉପେଖ ସେ | ।୧୫।
ଫଳ କଦଳୀ ନଟୀକାଳ ଆଣିଣ ବେନି ପାଖେ କଲେ ଚାର
କେ କେଣେ ଛିଣ୍ଡାଇ ଘେନି ପଳାବନ୍ତି କେ ବୋଲଇ° ମାରଧର, ସେ ତହିଁ ।
ହୁରିଜୁରି କେ ଘେନି ପଳାଇ° ସେ
ମାତା ପିତା ବୋଲି କେ ରୋବଇ° ସେ
ଫୁଟି ପାଣିପଣା କେ ପିଅଇଂ ସେ ।୧୬।