ଠିଆ ହେଲେ ଯେଉଁ ପ୍ରତିଛବି ମିଳେ ତାହା ତାଙ୍କର ନିଜର । “ଜଗନ୍ନାଥପ୍ରସାଦ ଦାସଙ୍କ ସ୍ୱାତନ୍ତ୍ର୍ୟ ତାଙ୍କର ସ୍ୱଚ୍ଛ କାବ୍ୟରୀତି । ଏହି ସ୍ୱଚ୍ଛତାର କାରଣ ହୁଏତ ତାଙ୍କର ନିର୍ମଳ କାବ୍ୟଚେତନା... "ଶୈଳୀ ମୁଖ୍ୟତଃ ଗୀତିମୟତା ଓ ଧ୍ୱନିଚେତନାକୁ ଆଶ୍ରୟ କରି ଗଢ଼ିଉଠିଛି... । "ତାଙ୍କ କବିତାରେ ଭାଷା ଭାରାକ୍ରାନ୍ତ ନୁହେଁ ଓ ଭାଷାର ବହମାନତା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଇଛି । ଏ ଧରଣର କବିତା ବର୍ତ୍ତମାନ ପ୍ରାୟ ବିରଳ । ... ଜଗନ୍ନାଥପ୍ରସାଦ ଦାସ କବିତା- ପାଠକର ଏକ ବଡ଼ ଆବଶ୍ୟକତା ପୂରଣ କଲେ । "ଏ ସଂକଳନରେ ସେ ଯେଉଁ ପ୍ରତିଶ୍ରୁତି ଓ ପରିଚୟ ଆରମ୍ଭ କରିଛନ୍ତି ତାର ପରିଣତି, ଓଡ଼ିଆ କାବ୍ୟ ପରଂପରାର ସହାୟକ ହେବ ।" ଆଧୁନିକ ଓଡ଼ିଆ କବିତାର ପିତୃତୁଲ୍ୟ କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଏ ପୁସ୍ତକର ସମୀକ୍ଷା କରି କେତେକ ଗୁରୁତ୍ୱପୂର୍ଣ୍ଣ ମତ ବ୍ୟକ୍ତ କରିଛନ୍ତି- “ସବୁଠାରୁ ଯାହା ଆଖିରେ ପଡ଼େ ତାହା ହେଉଛି ତାଙ୍କର ବକ୍ତବ୍ୟର ପରିଚ୍ଛନ୍ନତା । ଗଦ୍ୟର ପରିଚ୍ଛନ୍ନତା ସଂଗେ କାବ୍ୟର ଆବେଗ-ସଂଚାରୀ ସ୍ୱଭାବର ଏକ ସମ୍ମିଶ୍ରଣ ତାଙ୍କ କବିତାଗୁଡ଼ିକରେ ଦେଖିବାକୁ ମିଳେ ।... ତାଙ୍କ କବିତାର ମନୋଗତ ଗୁଣ ଦୃଶ୍ୟଗତ ଗୁଣକୁ (visual image) ଅସ୍ପଷ୍ଟ ବା ଧୂଆଁଳିଆ କରିନାଇଁ । "କବି ଜଗନ୍ନାଥପ୍ରସାଦ ଦାସ କବିତାରେ ସଂହତି ଓ ମିତଃ ପ୍ରକାଶ ପୁନଃପ୍ରତିଷ୍ଠା କରିବା ଦିଗରେ ସଚେତନ ଥିବା ବାସ୍ତବିକ ଆନନ୍ଦର ବିଷୟ । ".. ଗୃହୀତ ପ୍ରଥା ବଦଳରେ ଚିତ୍ରମାଧ୍ୟମରେ ଭାବ ବ୍ୟକ୍ତ କରାଯାଇଛି । ତେଣୁ ପାଠକର ‘ପ୍ରସ୍ତୁତ ଉବ୍ଦୀପନା’ ଭାଙ୍ଗିବା ଦିଗରେ ତାଙ୍କର ସଚେତନ ଉଦ୍ୟମ ପ୍ରଶଂସନୀୟ... । କବିତାଗୁଡ଼ିକ ସଂହତ, ସପ୍ରତିଭ ଏବଂ ଚିତ୍ରଧର୍ମୀ ହେଲେ ମଧ୍ୟ ଦୂର୍ବୋଧ୍ୟ ନୁହେଁ ।" ଶ୍ରୀ ବିବେକାନନ୍ଦ ଜେନାଙ୍କର ‘ପ୍ରଥମ ପୁରୁଷ: ଏକ ବ୍ୟକ୍ତିଗତ ଦୃଷ୍ଟିପାତ' ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଶ୍ରୀ ଜେନା ନିଜେ କବି ହୋଇଥିବାରୁ ଏବଂ 'ପ୍ରଥମ ପୁରୁଷ' ର କବିଙ୍କୁ ନିକଟରୁ ଦେଖିଥିବାରୁ ତାଙ୍କର ‘ଦୃଷ୍ଟିପାତ’ ଯଥାର୍ଥରେ ‘ବ୍ୟକ୍ତିଗତ' । ତାଙ୍କର ମତ ନିରପେକ୍ଷ ଓ 'କବିବନ୍ଧୁଙ୍କ କବିତାରୁ କିଛି ଖରାପ ନ
୧। ପ୍ରଜାତନ୍ତ୍ର, ୨୦-୦୧-୧୯୭୨
୨। ଝଙ୍କାର, ଫେବୃଆରୀ ୧୯୭୨