ପୃଷ୍ଠା:Saptascharya.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାଣି ନଥିଲେ ଏ ସପ୍ତାଶ୍ଚର୍ଯ୍ୟ ନିର୍ବାଚନର କଥା । ନିର୍ବାଚନର ଏକ ମାସ ପୂର୍ବଯାଏ ତାଜମହଲ ପାଇଥିଲା ମାତ୍ର ୦.୮ ପ୍ରତିଶତ ଭୋଟ୍‍ ଏବଂ ଏହା ଥିଲା ୧୪ତମ ସ୍ଥାନରେ । କିନ୍ତୁ କିଛି ଟିଭି ନ୍ୟୁଜ୍‍ ଚ୍ୟାନେଲ୍‍ମାନଙ୍କ ପ୍ରଚାର ପରିବର୍ତ୍ତିତ କରିଦେଲା ତାଜମହଲର ଭାଗ୍ୟ । ଏହି ଚ୍ୟାନେଲ୍‌ମାନେ ଏସ୍‍.ଏମ୍‍.ଏସ୍‍ ଓ ଇଣ୍ଟରନେଟ୍‍ ମାଧ୍ୟମରେ କରାଯାଉଥିବା ବିଦେଶୀ ସଂଗଠନର ନିର୍ବାଚନ ପ୍ରକ୍ରିୟାକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯୋଡ଼ିଦେଲେ । ତ‌ଥାକଥିତ ଗରିବ ଭାରତୀୟମାନେ ନିଜ ମୋବାଇଲ୍‍ ଫୋନରୁ ଏସ୍‍.ଏମ୍‍.ଏସ୍‍ କରି ଚାଲିଲେ ତାଜ୍‍ମହଲକୁ ଜିତାଇବା ପାଇଁ । ଶେଷରେ ୧୩ ପ୍ରତିଶତରୁ ଅଧିକ ଭୋଟ ପାଇ ତାଜମହଲ ସ୍ଥାନ ପାଇଲା ତ‌ଥାକଥିତ ଆଧୁନିକ ସପ୍ତାଶ୍ଚର୍ଯ୍ୟମାନଙ୍କ ତାଲିକାରେ । ଜୁଲାଇ ୭, ୨୦୦୭ରେ ଏହି ଚୂଡା଼ନ୍ତ ତାଲିକା ଘୋଷଣା କରାଗଲା ପର୍ତ୍ତୁଗାଲ୍‍ର ଲିସବନ୍‍ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ । ଏହି ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ ମାନବ ନିର୍ମିତ ଭାସ୍କର୍ଯ୍ୟ ଗୁଡ଼ିକ ହେଲା-
୧) ତାଜ ମହଲ (ଭାରତ), ୨) କ୍ରାଇଷ୍ଟ 'ଦ' ରିଡ଼ିମର (ବ୍ରାଜିଲ), ୩) ଗ୍ରେଟ୍‍ ଓ୍ୱାଲ୍‍ ଅଫ୍‍ ଚାଇନା (ଚୀନ୍‍), ୪) ମାଚୁ ପିକ୍‌ଚୁ୍‍ (ପେରୁ), ୫) ପେଟ୍ରା (ଜୋର୍ଡନ), ୬) ରୋମାନ୍‍ କଲୋସିୟସ୍‍ (ଇଟାଲୀ), ୭) ଚୀଚେନ୍‍ ଇତ୍‍ଜା (ମେକ୍ସିକୋ) । ଏହି ତାଲିକାର ସମ୍ମାନିତ ଅତିିଥି ଥିଲା- ଗୀଜାର ବିଶାଳ ପିରାମିଡ୍‍ ।
ପ୍ରାୟ ଏକକୋଟି ଭୋଟରେ ନିର୍ବାଚିତ ହୋଇଗଲେ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ୱର ଜନସଂଖ୍ୟା ପ୍ରାୟ ୭୦୦କୋଟି । ଏଣୁ ଏହି ଭୋଟିଂ ପ୍ରକ୍ରିୟାକୁ ନେଇ ଉଠିିଲା ଅନେକ ପ୍ରଶ୍ନବାଚୀ । ଅନେକେ କହିିଥିଲେ, ଏହାଥିଲା ପଇସା ଦେଇ ଭୋଟ୍‍ କିଣିବା ପ୍ରକ୍ରିୟା- ଯେଉଁଥିରେ ଲାଭବାନ ହୋଇଥିଲେ ଓ୍ୱେବର ଓ ତାଙ୍କ ସଂଗଠନ NOWC । ଜଣେ ବ୍ୟକ୍ତି ଇଣ୍ଟରନେଟ୍‍‌ରେ ଥିବା NOWC ଓ୍ୱେବସାଇଟ୍‍ରେ କେବଳ ଗୋଟିଏ ଭୋଟ ଦେଇପାରୁଥିଲା । ଅଧିକ ଭୋଟ ଦେବାପାଇଁ ଜଣକୁ NOWCକୁ ଅର୍ଥଦାନ କରିବାକୁ ପଡୁଥିଲା । NOWC ସପ୍ତାଶ୍ଚର୍ଯ୍ୟ ସମ୍ବନ୍ଧିତ ବିଭିନ୍ନ ସାମଗ୍ରୀ ଯଥା ଟିସାର୍ଟ, କପ୍‍ ଓ ଅନ୍ୟ ଉପହାର ସାମଗ୍ରୀ ବିକ୍ରୀ କରି ଖୁବ୍‍ ଆୟ ବି କରିିଥିଲା । ସାରା ବିଶ୍ୱରୁ କରାଯାଇଥିବା ଏସ୍‍.ଏମ୍‍.ଏସ୍‍.ର ପ୍ରାପ୍ୟରୁ ଏକ ମୁଖ୍ୟ ଭାଗ ଟେଲିଫୋନ କ-ାନୀମାନେ ଦେଇଥିଲେ NOWCକୁ । ଓ୍ୱେବର ଘୋଷଣା କରିଥିଲେ, ସେ ଏହି ସପ୍ତାଶ୍ଚର୍ଯ୍ୟ ନିର୍ବାଚନରୁ ମିଳିିବା ଆୟକୁ ବିଶ୍ୱର ଐତିହାସିକ ଭାସ୍କର୍ଯ୍ୟ ଗୁଡ଼ିକର ସୁରକ୍ଷା ପାଇଁ ଖର୍ଚ୍ଚ କରିବେ । ହେଲେ ଓ୍ୱେବର ନିଜ ଆୟର କେତେ ଭାଗ ଭାରତ ପଠାଇଲେ ତାହା କେହି ଜାଣନ୍ତି ନାହିିଁ ।
ଏହି ସପ୍ତାଶ୍ଚର୍ଯ୍ୟ ନିର୍ବାଚନ ପ୍ରକ୍ରିୟାରୁ ଶିକ୍ଷା ନେଇ ଭାରତର ଏନ୍‍.ଡି.ଟିଭି ନାମକ ନ୍ୟୁଜ୍‍ ଚ୍ୟାନେଲ ଆରମ୍ଭ କରିିଥିଲା ଭାରତୀୟ ସପ୍ତାଶ୍ଚର୍ଯ୍ୟ ନିର୍ବାଚନର ପ୍ରକ୍ରିୟା । ଏଠି ମଧ୍ୟ ଇଣ୍ଟରନେଟ୍‍ ଓ ଏସ୍‍.ଏମ୍‍.ଏସ୍‍ ମାଧ୍ୟମରେ ବଛା ଯାଇଥିଲା ସପ୍ତାଶ୍ଚର୍ଯ୍ୟ । ମାର୍ଚ୍ଚ ୩୧, ୨୦୦୯ରେ କରାହୋଇଥିଲା ଏହି ତାଲିକାର ଘୋଷଣା । ତାଜମହଲକୁ 'ଆଶ୍ଚର୍ଯ୍ୟ ମାନଙ୍କ ଆଶ୍ଚର୍ଯ୍ୟ' କହି ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦିଆଯାଇଥିଲା । ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଅଲଗା ଭାବେ ଭାରତର

୧୦ ସପ୍ତାଶ୍ଚର୍ଯ୍ୟ