କାରଣ ଏହା କେବଳ କ-୍ୟୁଟର ଓ ମୋବାଇଲ୍ ଫୋନ୍ ସୁବିଧା ଥିବା ଲୋକଙ୍କର ମତାମତ ।
ନୂତନ ଭାବେ 'ସପ୍ତାଶ୍ଚର୍ଯ୍ୟ' ବାଛିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ସ୍ୱିଜରଲ୍ୟାଣ୍ତର
ଜଣେ ଚତୁର ବ୍ୟବସାୟୀ, ବର୍ଣ୍ଣାର୍ଡ ଓ୍ୱେବର୍ (Bernard Weber) ଙ୍କ ଦ୍ୱାରା । ତାଙ୍କ ଯୋଜନାକୁ
କାମରେ ଲଗାଇବା ପାଇଁ ଗଢ଼ା ଯାଇଥିଲା New Open World Corporation(NOWC)
ନାମକ ସଂଗଠନ । ଓ୍ୱେବର ନିଜ କାମ ଆରମ୍ଭ କରିିଥିଲେ ୧୯୯୯ରେ । ବିଶ୍ୱରେ ଧୀରେ ଧୀରେ
ଛାଇ ଯାଇଥିଲା ଇଣ୍ଟରନେଟ୍, ମୋବାଇଲ ଫୋନ୍ ଓ ନ୍ୟୁଜ୍ ଚ୍ୟାନେଲ୍ର ଜାଲ । NOWC ଏହାକୁ
ବ୍ୟବହାର କରି 'ସପ୍ତାଶ୍ଚର୍ଯ୍ୟ' ବାଛିବାର ଯୋଜନା କରିିଥିଲା ।
ନିଜ ଓ୍ୱେବ୍ସାଇଟ୍ ଦ୍ୱାରା NOWC ସାରା ବିଶ୍ୱର ଇଣ୍ଟରନେଟ୍ ବ୍ୟବହାରକାରୀ ମାନଙ୍କୁ
ଆହ୍ଲାନ କରିିଥିଲା ନିଜ ଦେଶର ଭାସ୍କର୍ଯ୍ୟର ଉତ୍କର୍ଷ ଗୁଡ଼ିକୁ ବିଶ୍ୱସପ୍ତାଶ୍ଚର୍ଯ୍ୟ ନିର୍ବାଚନ ପ୍ରକ୍ରିୟାରେ
ଭାଗ ନେବା ପାଇଁ ମନୋନୀତ କରିବାକୁ । ମାନବ ନିର୍ମିତ ଏହି ଭାସ୍କର୍ଯ୍ୟ ଗୁଡ଼ିକ ୨୦୦୦ ମସିହା
ପୂର୍ବରୁ ନିର୍ମିତ ହୋଇଥିବା ଦରକାର ଏବଂ ଏଗୁଡ଼ିକ ସଂରକ୍ଷିତ ହୋଇ ରହିିବା ଉଚିତ । ଏହା
ଥିଲା NOWCର ନିୟମ ।
ନଭେମ୍ବର ୨୦୦୫ ସୁଦ୍ଧା NOWC ବିଶ୍ୱର ୧୭୭ଟି ମାନବ ନିର୍ମିତ ଭାସ୍କର୍ଯ୍ୟକୁ ନିଜ
ସପ୍ତାଶ୍ଚର୍ଯ୍ୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିଥିଲା । ଜାନୁଆରୀ ୧, ୨୦୦୬ରେ NOWC
ଘୋଷଣା କଲା, ସେମାନେ ଖୁବ୍ ବଛା ବଛି କଲା ପରେ ଏହି ତାଲିକାକୁ '୨୧'କୁ କମାଇପାରିଛନ୍ତି ।
ଏହି '୨୧'ଟି ଭାସ୍କର୍ଯ୍ୟ ହିିଁ ଭାଗ ନେବେ "ସପ୍ତାଶ୍ଚର୍ଯ୍ୟ ନିର୍ବାଚନ'ରେ ।
ଏହି ତାଲିକାରେ ଥିଲା 'ଗୀଜାର ପିରାମିଡ' । NOWCର ଏହି ନିର୍ବାଚନ ପ୍ରକିୟାକୁ ବିରୋଧ
କଲା ଇଜିପ୍ଟ ସରକାର । ଇଜିପ୍ଟବାସୀଙ୍କ ନଜରରେ ଏହି ପିରାମିଡ ବିଶ୍ୱର ଏପରି ଏକ ଐତିହ୍ୟ
ଯାହା ଏଭଳି ନିର୍ବାଚନ ପ୍ରକ୍ରିୟାର ଅଂଶ ହେବା ଅନୁଚିତ । "ପୁରାତନ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ବଞ୍ଚି
ରହିିଥିବା ଏକମାତ୍ର ଆଶ୍ଚର୍ଯ୍ୟକୁ କିପରି ନିର୍ବାଚନରେ ଠିଆ କରାଯିବ ବିଂଶ ଶତାବ୍ଦୀର କୌଣସି
ଭାସ୍କର୍ଯ୍ୟ ବିପକ୍ଷରେ ?" ପଚାରିଲେ ଇଜିପ୍ଟ ସରକାର । ଇଜିପ୍ଟର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ
ଫାରୁକ୍ ହୋସ୍ନି, କହିିଥିଲେ ଏହି ସପ୍ତାଶ୍ଚର୍ଯ୍ୟ ନିର୍ବାଚନ ଯୋଜନା କେବଳ ଓ୍ୱେବରଙ୍କ ବ୍ୟକ୍ତିଗତ
ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ । ଇଜିପ୍ଟର ବିଶ୍ୱ ସ୍ଥାପତ୍ୟର ପଣ୍ତିତ, ନାଗିବ୍ ଅମିନ୍ ଏହି ନିର୍ବାଚନର
କୌଣସି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନାହିିଁ ବୋଲି କହି ଅଭିଯୋଗ କରିିଥିଲେ- ଏହା କେବଳ
ବ୍ୟାବସାୟିକ ଲାଭ ପାଇଁ ଉଦ୍ଦିଷ୍ଟ ।
NOWC ବାଧ୍ୟ ହୋଇଥିଲା ଇଜିପ୍ଟର ବିରୋଧ ଆଗରେ ନଇଁବାକୁ । ବାଦ୍ ଦେଇଥିଲା
ଗୀଜାର ପିରାମିଡକୁ୍ ନିର୍ବାଚନ ପ୍ରକ୍ରିୟାରୁ । ଘୋଷଣା କରାଯାଇଥିଲା 'ଗୀଜାର ପିରାମିଡ'ର ନାମକୁ
ସମ୍ମାନିତ ଅଷ୍ଟମ ଭାବେ, ନିର୍ବାଚିତ ସପ୍ତାଶ୍ଚର୍ଯ୍ୟମାନଙ୍କ ସହ ଘୋଷଣା କରାଯିବ ।
ତା'ପରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଥିଲେ
ବିଶ୍ୱର ୨୦ଟି ଭାସ୍କର୍ଯ୍ୟ । ଏମାନଙ୍କ ମଧ୍ୟରେ ଥିଲା ଭାରତର ତାଜମହଲ । ଆଗ୍ରାରେ ଥିବା
ବାଦଶାହା ଶାହଜାହାନ୍ଙ୍କ ପ୍ରେମର ମର୍ମର ନିଦର୍ଶନ । ଅଧିକାଂଶ ଭାରତୀୟ ସେତେବେଳଯାଏ
ପୃଷ୍ଠା:Saptascharya.pdf/୯
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୯