ପୃଷ୍ଠା:Saptascharya.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରେମ ଅସାଧ୍ୟ ସାଧନ କରିପାରେ । ପ୍ରେମ ହିିଁ ସବୁ ମାନବ ନିର୍ମିତ ଆଶ୍ଚର୍ଯ୍ୟର ମୂଳ ଉତ୍ସ । ନିଜ ଦେହ ଓ ଆତ୍ମା ପ୍ରତି ଥିବା ଅଦମନୀୟ ପ୍ରେମରୁ ଜାତ ହୋଇଥିଲେ ଗୀଜାର ବିଶାଳ ପିରାମିଡ଼ । ଆଉ ଜଣେ ସମ୍ରାଟଙ୍କର ନିଜ ପ୍ରେୟସୀ ପ୍ରତି ପ୍ରେମର ନିଦର୍ଶନ ଥିଲି ମୁଁ । ସମ୍ରାଟ ଚାହିିଁଲେ ନିଜ ପ୍ରେମକୁ ମୋ ଦ୍ୱାରା ବଞ୍ଚାଇ ରଖିବାକୁ । ମୋର ପରାକାଷ୍ଠାର ଦୀପ୍ତିରେ ନିଜ ପ୍ରେମକୁ ଇତିହାସ ପୃଷ୍ଠାରେ ଅମର କରିଦେବାକୁ । କିନ୍ତୁ ସମୟ ସହ ମୁଁ ଲଢ଼ିପାରିଲି ନାହିିଁ । ଆଜି ମୋ ବିଷୟରେ କିଛିଟା ବର୍ଣ୍ଣନା ମିଳେ ଗ୍ରୀକ୍‍ ଇତିହାସକାର ମାନଙ୍କ ପୁସ୍ତକରେ । ପୁରାତତ୍ତ୍ୱବିତ୍‍ମାନେ ଖୋଜି ବାହାର କରିଛନ୍ତି କିଛି ଭଗ୍ନାବଶେଷ- ଯାହା ମୋର ଅବଶେଷ କି ନୁହେଁ ସେମାନେ ଏଯାଏଁ ଠିକ୍‍ କରିପାରୁନାହାନ୍ତି । ମୁଁ ସିନା ନାହିିଁ, ହେଲେ 'ପ୍ରେମ' ମରିିନି । ଏହା ଆଜି ବି ମଣିଷକୁ ପ୍ରେରିତ କରୁଛି ନୂଆ ନୂଆ ତାଜମହଲ ନିର୍ମାଣ କରିବାପାଇଁ ।

ବେବିଲୋନ୍‍ର ଝୁଲନ୍ତା ବଗିଚା