ମଜା କଥା ହେଲା, ଷ୍ଟ୍ରାବୋ ଓ ଡାୟୋଡୋରସ୍ ନିଜ ଜୀବନକାଳ ମଧ୍ୟରେ ବେବିଲୋନ୍ର
ଝୁଲନ୍ତା ବଗିଚା ଦେଖିନଥିଲେ । ସେମାନେ ମୋ ବିଷୟରେ ଲେଖିଲା ବେଳକୁ ହୁଏତ ମୁଁ ଧ୍ୱଂସ
ପାଇସାରିିଥିଲି । ସେମାନେ ଯାହାକିଛି ଅନ୍ୟମାନଙ୍କଠାରୁ ଶୁଣିିଥିଲେ ତାହାକୁ ହିିଁ ଲେଖିଥିଲେ ।
ତେଣୁ ଅନେକେ ବେଳେବେଳେ ସନ୍ଦେହ ପ୍ରକାଶ କରନ୍ତି, ମୁଁ ପ୍ରକୃତରେ ଥିଲି ନା ନାହିିଁ ?
ମୋର ସ୍ଥିତି ବଜାୟ ରହିିଥିଲା ପ୍ରାୟ ୫୦୦ ବର୍ଷ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ
ମେସୋପଟାମିଆ ଅଞ୍ଚଳରେ ଆସିିଥିବା ଏକ ବିରାଟ ଭୂମିକମ୍ପ ମୋତେ ଧ୍ୱଂସ୍ତ କରିଦେଲା ।
ବେବିଲୋନ୍ର ପରବର୍ତ୍ତୀ ଶାସକମାନେ ମୋତେ ପୁନଃନିର୍ମାଣ କରିବାକୁ ସାହସ କରିପାରି ନଥିଲେ ।
ମୁଁ ହଜିଯାଇଥିଲି କାଳର କରାଳ ଗର୍ଭରେ ।
ଜର୍ମାନ ପୁରାତତ୍ତ୍ୱବିତ୍ ରବର୍ଟ କୋଲ୍ଡଓ୍ୱେ ୧୮୯୯ରେ କିଛି ଭୂଗର୍ଭ ଗୃହ ଆବିଷ୍କାର
କରିିଥିଲେ ବେବିଲୋନ୍ର ଧ୍ୱଂସାବଶେଷ ମଧ୍ୟରୁ । ଏହିଠାରେ ଲୁଚି ରହି କ୍ରୀତଦାସମାନେ ପାଣି
ଉଠାଉ ଥିଲେ ବଗିଚାର ବିଭିନ୍ନ ମହଲକୁ । ଆଉ କିଛି ପୁରାତତ୍ତ୍ୱବିତ୍ ବେବିଲୋନ୍ ପାଖରେ ଥିବା
ଏକ ଧ୍ୱଂସସ୍ତୂପକୁ ମୋର ଅବଶେଷ ବୋଲି ଭାବନ୍ତି ।
ମୋ ସ୍ମୃତି କିନ୍ତୁ ଆଜିଯାଏ ବଞ୍ଚି ରହିଛି । ମଧ୍ୟପ୍ରାଚ୍ୟର ଦୁବାଇ ସହରରେ ମୋର ଏକ
ଆଧୁନିକ ପ୍ରତିକୃତି ନିର୍ମାଣ କରିବାର ଯୋଜନା ଚାଲିଛି । ଏହାକୁ ନାମିତ କରାହେବ ମୋ ନାମରେ ।
ଏଥିରେ ରହିବ ସପିଂ ମଲ୍, ହୋଟେଲ ଓ ମଉଜମଜଲିସ୍ର ଅନେକ ଉପାଦାନ । କିନ୍ତୁ ଏହି
ବଗିଚାକୁ ପାଣି ଉଠାଇବାପାଇଁ କ୍ରୀତଦାସ ବ୍ୟବହାର ହେବେନି । କାରଣ ସାଧାରଣ ପାଣି ପମ୍ପରେ
ସେ କାମ ଚଳିଯିବ ।
ପୃଷ୍ଠା:Saptascharya.pdf/୩୦
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦ ସପ୍ତାଶ୍ଚର୍ଯ୍ୟ