ପୃଷ୍ଠା:Sarala Bhashatattwa.pdf/38

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୫
ସରଳ ଭାଷାତତ୍ତ୍ୱ

ଶବ୍ଦର (ଯଥା:-ଲବଣ, ବଣିକ, ବିଲ, ଶିବ ପ୍ରଭୃତି) ଧାତୁ ପ୍ରତ୍ୟୟ ନିର୍ଦ୍ଦେଶିତ ହୋଇଥିବାରୁ ଓ ଅନ୍ୟ ଭାଷାରେ ପ୍ରଚଳିତ ପ୍ରାୟ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟଗତ ବିଶ୍ଳେଷଣ ସମ୍ଭବପର ଥିବାରୁ ଏଥିରେ ଧାତୁ ପ୍ରତ୍ୟୟର ଯେଉଁ ସାର୍ଥକତା ଥିଲା, ଓଡ଼ିଆ ଭାଷା ଶିକ୍ଷାରେ ସେପ୍ରକାର ପୂର୍ଣ୍ଣ ସାର୍ଥକତା କଳ୍ପିତ ହୋଇ ନ ପାରେ । ଅବଶ୍ୟ ଧାତୁ ପ୍ରତ୍ୟୟ ଶିକ୍ଷା କରିବା ଅଯୌକ୍ତିକ ନୁହେଁ, ମାତ୍ର ତାହାଦ୍ୱାରା ଶବ୍ଦ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନଲାଭ କରାଯାଇ ନ ପାରେ ।

ଶବ୍ଦର ଧାତୁ-ପ୍ରତ୍ୟୟଗତ ବିଶ୍ଳେଷଣ ଓ ଶବ୍ଦର ଇତିହାସ ଦୁଇଗୋଟି ବିଭିନ୍ନ ପଦାର୍ଥ । ଗୋଟିଏ କଳ୍ପିତ, ଅନ୍ୟଟି ବାସ୍ତବ; ଗୋଟିଏ ବ୍ୟାକରଣଗତ ସଂକେତ, ଅନ୍ୟଟି ଭାଷାତତ୍ତ୍ୱାନୁମୋଦିତ ରୂପର କ୍ରମ ବିକାଶ; କିନ୍ତୁ ମନେ ରଖିବାକୁ ହେବ ଯେ, ପ୍ରାଚୀନତମ ମୂଳ ଆର୍ଯ୍ୟ ଭାଷାରେ ମଧ୍ୟ ଏହିପରି ଧାତୁ ଓ ପ୍ରତ୍ୟୟ କଳ୍ପିତ ହୋଇଥିଲା, ମାତ୍ର ତାହା ଶବ୍ଦ ପ୍ରୟୋଗର ବହୁ ପରେ ଘଟିଥିବାହିଁ ସମ୍ଭବ । ମୂଳ ସେମିଟିକ ଭାଷାରେ (ଅର୍ଥାତ୍ ଯେଉଁ ଭାଷାରୁ ଆରବୀଭାଷା ଉତ୍ପନ୍ନ ହୋଇଅଛି) ସେଥିରେ ମଧ୍ୟ ଏହିପରି ଧାତୁ କଳ୍ପିତ ହୋଇଥିଲା; ମାତ୍ର ସେମିଟିକ ଧାତୁ ଓ ଆର୍ଯ୍ୟ ଧାତୁମାନଙ୍କ ମଧ୍ୟରେ ଆକୃତିଗତ ଓ ଅର୍ଥପ୍ରକାଶିକ; ଶକ୍ତିଗତ ପାର୍ଥକ୍ୟ ପରିଷ୍ଫୁଟ । ସେ ଯାହାହେଉ, ଶବ୍ଦର ରୂପଗତ ଓ ଅର୍ଥଗତ ବିକାର, ତାହାର ଭାଷାତତ୍ତ୍ୱାନୁମୋଦିତ ଇତିହାସ, ତାହାର ବ୍ୟାକରଣ ଗତ ସାଙ୍କେତିକ ବିଶ୍ଳେଷଣ ଓ ତାହାର ଧାତୁ ପ୍ରତ୍ୟୟ ଏହା ମନେ ରଖି ଓଡ଼ିଆ ଭାଷା ଶିକ୍ଷା କରିବାକୁ ହେବ । କେତେଗୋଟି ଉଦାହରଣଦ୍ୱାରା ଶବ୍ଦର ଇତିହାସ ଓ ପ୍ରକୃତି ପ୍ରତ୍ୟୟଠାରୁ ତାହାର ପାର୍ଥକ୍ୟ ବିଷୟରେ ଆମ୍ଭେମାନେ ସୁସ୍ପଷ୍ଟ ଧାରଣା କରି ପାରୁଁ । ଓଡ଼ିଆରେ ହଳଦି, ହରିଦ୍ରା, ହରିତ୍, ହିରଣ୍ୟ ପ୍ରଭୃତି ଶବ୍ଦ ବ୍ୟବହୃତ ହୁଏ । ଏହି ଶବ୍ଦମାନଙ୍କର ଅର୍ଥ ଭିନ୍ନ ହେଲେହେଁ ଏମାନଙ୍କର 'ଧାତୁ' ଏକ୍, ମାତ୍ର 'ହରିତ୍' ଶବ୍ଦ ଯେଉଁ ରଙ୍ଗର ସୂଚନା ଦେଉଅଛି, ହରିଦ୍ରା ଶବ୍ଦରେ ତହିଁରୁ ସମ୍ପୂର୍ଣ୍ଣ ପୃଥକ୍ ରଙ୍ଗର ଅସ୍ତିତ୍ୱ ଦେଖାଯାଉଥିବାରୁ ଏ ବିଷୟରେ ଆମ୍ଭମାନଙ୍କର କୌତୂହଳ ଜାତ ହେବା ସ୍ୱାଭାବିକ । ବାସ୍ତବରେ ଦୁଇଗୋଟି କଠିନ ପଦାର୍ଥର ଘର୍ଷଣ ସମୟରେ ଯେଉଁ 'ଘର୍' 'ଘର୍' ଧ୍ୱନି ଜାତ ହୁଏ, ସେହି ଧ୍ୱନିକୁ ମୂଳ କରି ସେଥିରୁ କେତେଗୋଟି ଶବ୍ଦ ପ୍ରାଚୀନ ଆର୍ଯ୍ୟ ଭାଷାରେ ପ୍ରଚଳିତ ହୋଇଥିଲା ଓ କଠିନ ପଦାର୍ଥମାନଙ୍କର ଘର୍ଷଣଦ୍ୱାରା ସେମାନଙ୍କର ଔଜ୍ଜ୍ୱଲ୍ୟ ଜାତ ହେଉଥିବାରୁ 'ଘର୍' ଶବ୍ଦ 'ଉଜ୍ଜ୍ୱଳତା'କୁ ସୂଚାଇବା ନିମନ୍ତେ ବ୍ୟବହୃତ ହେଉଥିଲା । ଏହି ଶବ୍ଦରୁ କାଳକ୍ରମେ ହରିଦ୍ରା, ହଳଦୀ, ହରିତ୍, gold, yellow, glow ପ୍ରଭୃତି ଶବ୍ଦମାନ ଜାତ ହୋଇ ନାନା ଭାଷାରେ ବ୍ୟବହୃତ ହେଉଅଛି । ଅର୍ଥାର୍ ରଙ୍ଗର ଉଜ୍ଜ୍ୱଳତାସୂଚକ ଶବ୍ଦ ବିଭିନ୍ନ ରଙ୍ଗ ଅର୍ଥରେ ଓ