ପୃଷ୍ଠା:ShreeJagannath.pdf/୨୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଲପୁର ଅଞ୍ଚଳରେ ଇଂରେଜ ଆଧୁପତ୍ୟ ପ୍ରତିଷ୍ଠିତ ହୋଇଥିଲା । ଖ୍ରୀ: ୧୮୪୯ ରେ ସମ୍ବଲପୁରର ଶେଷ ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ପରେ ସେହି ରାଜ୍ୟ ମଧ୍ୟ ରାଜସ୍ବଦ୍ରଲୋପ ନୀତି ଅନୁସାରେ ବ୍ରିଟିଶ୍ ସାମ୍ରାଜ୍ୟର ଅଙ୍ଗ ହେଲା । ଅଣହିନ୍ଦୁ ବା ଖ୍ରୀଷ୍ଟିଆନ ଇଂରେଜମାନେ ପୁରୀ ଦଖଲ କରିନେବାଦ୍ବାରା ହିନ୍ଦୁଧର୍ମ ତଥା ପୁରୀର ଠାକୁର ରାଜାଙ୍କ ପ୍ରତି ଅପମାନ ଓ ବିପଦର ଆଶଙ୍କା ଉପୁଜିଲା ବୋଲି ରକ୍ଷଣଶୀଳ ହିନ୍ଦୁସମାଜର ନେତା ଜୟୀ ରାଜଗୁରୁ ମନେ କଲେ । ନାଗପୁରର ଭୋସଲା ପୁନର୍ବାର ଓଡ଼ିଶା ଦଖଲପାଇଁ ଷଡ଼ଯନ୍ତ୍ର ଚଳାଇଲେ ଏବଂ ଜଣେ ଗୁପ୍ତ ଚରକୁ ଜୟୀ ରାଜଗୁରୁଙ୍କ ପାଖକୁ ପଠାଇଲେ । ଏହି ଗୁପ୍ତଚର ଫେରିବା ବେଳେ ଧରା ପଡ଼ିଯିବାରୁ ସେ ରାଜଗୁରୁଙ୍କ ସହିତ ତାର ସାକ୍ଷାତ ହୋଇଥିଲା ବୋଲି କହିଦେଲା । ଇଂରେଜମାନେ ରାଜଗୁରୁଙ୍କ ପ୍ରତି ସନ୍ଦେହ ପୋଷଣ କରି ତାଙ୍କୁ ଶାସ୍ତି ଦେବା ସୁଯୋଗ ଅପେକ୍ଷାରେ ରହିଲେ । ଇଂରେଜମାନେ ଓଡ଼ିଶା ଦଖଲ ପରେ ନିଜର ସ୍ଥିତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଖୋଦ୍ଧା, ମୟୁରଭଞ୍ଜ, ଅନୁଗୁଳ ପ୍ରଭୃତି ଦେଶୀୟ ରାଜାର ଅଧୁପତିମାନଙ୍କୁ ଏକ ଚୁକ୍ତିରେ ଆବଦ୍ଧ କରିବା ଯୋଜନା କଲେ । ଚୁକ୍ତିର ସର୍ଷାନୁଯାୟୀ ସେମାନେ ବ୍ରିଟିଶ ଆଧିପତ୍ୟକୁ ସ୍ବୀକାର କରି ବାର୍ଷିକ ନିର୍ଦ୍ଦିଷ୍ଟ ପରିମାଣର ପେସ୍ ଦେବେ; ଆବଶ୍ୟକ ହେଲେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସାହାଯ୍ୟ କରିବାପାଇଁ ସୈନ୍ୟ ପଠାଇବେ ଓ ରାଜସ୍ବ ଆଦାୟରେ ସହଯୋଗ କରିବେ । ଏହି ପ୍ରସ୍ତାବିତ ଚୁକ୍ତିରେ ଦସ୍ତଖତ କଲେ ରାଜାଙ୍କ ସମୟ କ୍ଷମତା ଲୋପ ହେବାର ଆଶଙ୍କା କରି ଜୟୀ ରାଜଗୁରୁ ଏହି ଚୁକ୍ତି ଗ୍ରହଣ ନକରିବାପାଇଁ ରାଜାଙ୍କୁ ପରାମର୍ଶ ଦେଲେ ।
ପୂର୍ବର ଗୁପ୍ତଚୁକ୍ତି ଅନୁଯାୟୀ ଇଂରେଜ ସରକାର ଖୋଦ୍ଧା ରାଜାଙ୍କୁ ଦେବାକୁ ବା ଏକ ଲକ୍ଷ ଟଙ୍କାରୁ ଦୁଇଟି କିସ୍ତିରେ ସତୁରୀ ହଜାର ଟଙ୍କା ଦେଇଥଲେ ହେଁ ବଳକା ଟଙ୍କା ଦେବାରେ କାଳକ୍ଷେପଣ ନୀତି ଧରିଲେ । ଏତଦ୍‌ବ୍ୟତୀତ, ଖୋଦ୍ଧା ରାଜାଙ୍କୁ ଫେରାଇବାକୁ ଥିବା ରାହାଙ୍ଗ, ଲେମ୍ବାଇ ପ୍ରଭୃତି ପ୍ରଗଣାମାନ ଫେରାଇବାକୁ ରୋକ୍ ମନା କରିଦେଲେ । ଏହି କାରଣରୁ ଜୟୀ ରାଜଗୁରୁ ଓ ରାଜା ଉତକ୍ଷିପ୍ତ ହୋଇ ଉକ୍ତ ପ୍ରଗଣାମାନଙ୍କରୁ ଖଜଣା ଆଦାୟପାଇଁ ଲୋକ ପଠାଇଲେ । ଖ୍ରୀ: ୧୮୦୪ରେ ଖୋଦ୍ଧା ରାଜାଙ୍କୁ କେତେଜଣ ପାଇକ ବ୍ରିଟିଶ ଅକୃତ ପିପିଲି ଉପରେ ଆକ୍ରମଣ କଲେ । ମରହଟ୍ଟା ମାନଙ୍କ ସାହାଯ୍ୟରେ ଏହି ବିଦ୍ରୋହ ହେଉଥିବା ଜାଣିବା ପରେ କର୍ଣ୍ଣେଲ ହାରକୋର୍ଟ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିବାପାଇଁ ନେତୃତ୍ବ ନେଲେ ଓ ଡିସେମ୍ବର ୧୮୦୪ରେ ଖୋଦ୍ଧ ଦୁର୍ଗ ଉପରେ ଆକ୍ରମଣ କରି ତାହାକୁ ଧ୍ବଂସ କଲେ । ସେ ରାଜା ମୁକୁନ୍ଦଦେବଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗରେ କିଛିକାଳ ରଖିବା ପରେ ମେଦିନାପୁର ଜେଲକୁ ସ୍ଥାନାନ୍ତର କଲେ । ବିପ୍ଳବର ପ୍ରଧାନ ପୁରୋଧା ଜୟୀ ରାଜଗୁରୁଙ୍କୁ ଧରିନେଇ ମିଦିନାପୁର ବା ମେଦିନାପୁରରେ ସର୍ବସାଧାରଣଙ୍କ ସମ୍ମୁଖରେ ଏକ ବରଗଛରେ ଫାଶୀ ଦେଇଦେଲେ । ଓଡ଼ିଶା ଇତିହାସରେ ସହୀଦ ଜୟୀ ରାଜଗୁରୁଙ୍କ ଦେଶଭକ୍ତିର ପଟାନ୍ତର ନାହିଁ ।

ଶ୍ରୀଜଗନ୍ନାଥ ୨୨୯