ପୃଷ୍ଠା:ShreeJagannath.pdf/୨୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନଥିଲା । ରାଣୀ ଯଦି ମ୍ୟାନେଜରଙ୍କୁ ବାହାର କରିବାକୁ ଚାହିଁବେ ତେବେ କରିପାରିବେ । କିନ୍ତୁ ଅନ୍ୟ ଜଣେ ମ୍ୟାନେଜରଙ୍କୁ ଯଥାସମୟରେ ସେ ନିଯୁକ୍ତି ଦେବେ । ନଚେତ୍ ସିଭିଲ କୋର୍ଟ ଖାଲି ପଡ଼ିଥିବା ମ୍ୟାନେଜର ପଦବୀରେ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ମ୍ୟାନେଜର ଭାବେ ନିଯୁକ୍ତି ଦେବେ । ମ୍ୟାନେଜରଙ୍କ କ୍ଷମତା କଣ ତାହା ଏହି ରାୟ (decree) ରେ ଉଲ୍ଲେଖ ଥିଲା । ରାଜା ସାବାଳକତ୍ ଲାଭ କରିବା ପରେ ଏହିଁ *ଡିକୀ’ ଆପଣା ଛାଏଁ ଅକାମୀ ହେବ ବୋଲି ଲେଖାଥିଲା । ।
୧୮୮୮ ମସିହାରେ ହୋଇଥିବା ଏହି ରାଜିନାମା ୧୮୯୮ ମସିହା ଯାଏ, ଅର୍ଥାତ୍ ନାବାଳକ ରାଜା ସାବାଳକ ହେବା ଯାଏଁ ବଳବତ୍ତର ଥିଲା ।
ପ୍ରଥମ ଥର ନାବାଳକ ପୁତ୍ର ଓ ଦ୍ବିତୀୟ ବାର ନାବାଳିକ ନାତିଙ୍କ ତରଫରୁ ରାଣୀ ସୂର୍ଯ୍ୟମଣିଙ୍କୁ ଶ୍ରୀମନ୍ଦିରର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥିଲା । ପୂର୍ବରୁ ଅଭିଜ୍ଞତା ଥୁବାରୁ ଏହିଥର ମନ୍ଦିର ପରିଚାଳନାରେ ତାଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ । ପୂର୍ବୋକ୍ତ ରାଜିନାମା ରାଣୀ ସୂର୍ଯ୍ୟମଣି ଓ ମଧୁବାବୁଙ୍କ ବ୍ୟକ୍ତିତ୍ୱ ଓ ସାମାଜିକ ପ୍ରତିଷ୍ଠାକୁ ବହୁଗୁଣିତ କରି ଦେଇଥିଲା । ସେମାନଙ୍କ ଉଦ୍ୟମରେ ଭାରତ ସରକାର ନାବାଳକ ରାଜାଙ୍କୁ 'ରାଜା' ଉପାଧୁ ପ୍ରଦାନ କରିଥିଲେ ।
ଦୀର୍ଘ ୩୩ ବର୍ଷ କାଳ ୧୮୬୦ରୁ ୧୮୯୭ ଯାଏ (ମଝିରେ ଦିବ୍ୟସିଂହ ଦେବଙ୍କ ଦାୟିତ୍ବ ସମୟ ୧୮୭୫ରୁ ୧୮୭୮ ବାଦ୍ ଯାଇ), ରାଣୀ ସୂର୍ଯ୍ୟମଣି ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ବ ତୁଲାଇ ଶ୍ରୀମନ୍ଦିର ତଥା ଓଡ଼ିଶା ଇତିହାସରେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ରାଣୀ ସୂର୍ଯ୍ୟମଣିଙ୍କ ଭୂମିକା ଉପରେ ମତ ଦେଇ ବିଶିଷ୍ଟ ଐତିହାସିକ ପ୍ରଭାତ ମୁଖାର୍ଜୀ ଲେଖିଛନ୍ତି :
"Rani Suryamani was undoubtedly a woman of keen intelligence and strong personality. Though a purdha lady, she revived the prestige of the Puri Raja family. She practically forced the Govt. of India to confer the title of Raja on Mukunda Dev, during the life time of his father. She united all sections of people to rally round the cause of the Raja of Puri. XXXX" She became widow at an early age. "She was expected to live sixty years in recluse but destiny ordained otherwise. She became the custodian of the Jagannath temple and of the Puri Raj estates from 1860 to 1897, except for the brief period 1875 to 1878, when Dibyasingh Dev took charge".
(History of Jagannath Temple in the 19th century-P. Mukherjee)
ରାଣୀ ସୂର୍ଯ୍ୟମଣି ୧୦୮ ବର୍ଷ ବୟସରେ ୧୯୨୬ ମସିହା ନଭେମ୍ବର ୧୪ରେ ପରଲୋକ ଗମନ କଲେ । ନାତି ଜଗନ୍ନାଥ ଜେନାମଣି ସାବାଳକ ହେବା ପରେ ମୁକୁନ୍ଦଦେବ (୩ୟ) ନାମରେ ପୁରୀର ଗଜପତି ରାଜା ଓ ମନ୍ଦିରର ସୁପରିଣ୍ଟେଣ୍ଡେଣ୍ଟ ହେଲେ । ନିଜ ପିତା ଦିବ୍ୟସିଂହଦେବଙ୍କ ପରି ସେ ମଧ୍ୟ ମନ୍ଦିର ସୁପରିଚାଳନା ଦିଗରେ ବିଶେଷ ଆଗ୍ରହୀ ହୋଇନଥିଲେ । ସରକାର ବା ଜିଲ୍ଲା କର୍ତ୍ତୁପକ୍ଷଙ୍କ ସହିତ ଉତ୍ତମ ବୁଝାମଣା ଓ ସହଯୋଗ ରଖିବାରେ ସେ ବିମୁଖ ଥିଲେ ।

୨୩୮ ଶ୍ରୀଜଗନ୍ନାଥ