ପୃଷ୍ଠା:ShreeJagannath.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତର ସ୍ଥାପତ୍ୟକୁ ପ୍ରଧାନତଃ ତିନି ଶ୍ରେଣୀରେ ବିଭକ୍ତ ହୋଇଥିବା କୁହାଯାଏ । ଯଥା- ୧. ନାଗର ସ୍ଥାପତ୍ୟ (ଉତ୍ତର ଭାରତୀୟ) ୨. ବେସର ସ୍ଥାପତ୍ୟ (ଦକ୍ଷିଣ-ପଶ୍ଚିମ ଭାରତୀୟ, ୩. ଦାବି ଡ଼ ସ୍ଥାପତ୍ୟ ( ଦକ୍ଷିଣ ଭାରତୀୟ) । ଅନ୍ୟ ମତରେ ୧. ଆର୍ଯ୍ୟଭାରତୀୟ ସ୍ଥାପତ୍ୟ, ୨. ବେସର ସ୍ଥାପତ୍ୟ କ-ଦକ୍ଷିଣ ଭାରତୀୟ ବା ଦ୍ରାବିଡ଼, ଖଦକ୍ଷିଣ ପଶ୍ଚିମ ଭାରତୀୟ, ଚାଲୁଙ୍କା ସ୍ଥାପତ୍ୟ), ୩, କଳିଙ୍ଗ ସ୍ଥାପତ୍ୟ । ଶ୍ରୀମନ୍ଦିରର ସ୍ଥାପତ୍ୟକୁ ଉନ୍ନତ ନାଗର ରୀତି ବା କଳିଙ୍ଗ ସ୍ଥାପତ୍ୟର ଅନ୍ତର୍ଗତ କରାଯାଇଛି । ରାଜେନ୍ଦ୍ରଲାଲ ମିତ୍ର ଓଡ଼ିଶାର ସ୍ଥାପତ୍ୟକୁ ‘ଉତ୍ତର-ଭାରତୀୟ ସ୍ଥାପତ୍ୟର ଉପବିଭାଗ କିମ୍ବା ‘କେନ୍ଦ୍ର ଭାରତୀୟ ଶିଳ୍ପ ଆଖ୍ୟା ଦେଇଛନ୍ତି ।
“ମାଦଳାପାଞ୍ଜି' ରେ ଲେଖା ଅଛି ଯେ ବଡ଼ଦେଉଳ ଶ୍ରୀବତ୍ସ ଖଣ୍ଡୁଆଳ ଢାଞ୍ଚା ଅନୁସାରେ ଗଠିତ । ଏହି ପ୍ରକାର ଦେଉଳ ବିଷ୍ଣୁଙ୍କର ଅତି ପ୍ରିୟ ବୋଲି କୁହାଯାଇଛି । ଅଗ୍ନିପୁରାଣରେ ପାଞ୍ଚପ୍ରକାର ଦେଉଳ ସଂପର୍କରେ ଉଲ୍ଲେଖଥିବା ଜଣାଯାଏ । ତାହାହେଲା- ୧. ବୈରାକ, ୨. ପୃଷ୍ପକ, ୩. ମାଳକ, ୪. କୈଳାସ ଓ ୫. ତ୍ରିପଷ୍ଟିକ । *ବୈରାକ ଶ୍ରେଣୀ ଭିତରେ ଶ୍ରୀବତ୍ସ ଖଣ୍ଡୁଆଳ ରହିଛି । ଶିଳ୍ପଶାସ୍ତ୍ର ‘ଭୁବନ ପ୍ରଦୀପ’ରେ ଛବିଶରୁ ଉର୍ଦ୍ଧ ରେଖମନ୍ଦିରର ବିବରଣୀ ରହିଛି । ଏଥିରେ “ଶ୍ରୀବତ୍ସ ଶବ୍ଦଯୁକ୍ତ ତିନୋଟି ମନ୍ଦିର ଉଲ୍ଲେଖ ଅଛି । ସେଗୁଡ଼ିକ ହେଲା- ଶ୍ରୀବତ୍ସ ଖଣ୍ଡଶାଳ, ମୂଳ ଶ୍ରୀବତ୍ସ ଓ ଶ୍ରୀବତ୍ସ ନନ୍ଦିବର୍ଦ୍ଧନ ।
ଓଡ଼ିଶାରେ ସାଧାରଣତଃ ଚାରିପ୍ରକାର ମନ୍ଦିର ଦେଖାଯାଏ । ଯଥା ୧. ରେଖ । ରେଖା, ୨) ଖାକରା, ୩. ଗୌଡ଼ୀୟ ଏବଂ ୪, ଭଦ୍ରା । ଶ୍ରୀମନ୍ଦିର ରେଖଶ୍ରେଣୀର । ରେଖ ମନ୍ଦିରର ମୁଖ୍ୟ ଅଂଶ ହେଲା- ୧. ପୀଠ (ପୃଷ୍ଠା), ୨. ବାଡ଼, ୩. ଗଣ୍ଡି (ଶରୀର) ଏବଂ ୪. ମସ୍ତକ । ଶ୍ରୀମନ୍ଦିରର ପୀଠ ‘ପଦ୍ମପୀଠ । ବାଡ଼ ସାଧାରଣତଃ ପାଞ୍ଚ ଭାଗରେ ବିଭକ୍ତ । ଯଥା- ୧. ଜବ୍ଦୀ, ୨. ସାକର ବରଣ୍ଡି, ୩. ତିକାଠର୍ମ, ୪. ସିକର ଏବଂ ୫, ସପ୍ତକାସ । ରେଖ ଦେଉଳର ବିମାନ କୃଟିଳ ରେଖା ବିଶିଷ୍ଟ ହୋଇଥାଏ । ଯେଉଁ ଦେଉଳର ବିମାନର ଆକୃତି ପୀରାମିଡ଼ ପରି, ତାହା ହେଲା ପୀଢ଼ ଦେଉଳ । ପୀଢ଼ ଓ ରେଖ ଦେଉଳ ମଧ୍ୟ ଏକରଥ, ତ୍ରିରଥ, ପଞ୍ଚରଥ, ସପ୍ତରଥ କିମ୍ବା ନବରାଥ ମନ୍ଦିର ଦେଖାଯାଏ । ଏହି ଶ୍ରେଣୀର ମନ୍ଦିର ମଧ୍ୟରେ ‘ଶ୍ରୀବତ୍ସ ଅଗ୍ରଗଣ୍ୟ । ପଞ୍ଚରଥ ମନ୍ଦିରରେ ଦୁଇଟି ଅନୁରଥ ପାଗ, ଦୁଇଟି କନକ ପାଗ ଏବଂ ଗୋଟିଏ ରାହାପାଗ ରହିଥାଏ । ମଧ୍ୟଭାଗଟି ରାହାପାଗ; ତାହାର ଦୁଇପଟେ ଦୁଇଟି ଅନୁରଥ ପାଗ ଓ ଦୁଇ କୋଣରେ ଦୁଇଟି କୋଣକ (କନକ) ପାଗ ଥାଏ ।
ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ରାଜାରାଣୀ, ବ୍ରହ୍ମେଶ୍ବର ଓ କେଦାରେଶ୍ବର-ଗୌରୀ ଇତ୍ୟାଦି ମନ୍ଦିର ପଞ୍ଚରଥ ଶ୍ରେଣୀର । ଶାରୀ ଦେଉଳର ବିମାନ ଓ । ଜଗମୋହନ ସପ୍ତରଥ ବିଶିଷ୍ଟ । ଓଡ଼ିଶାରେ ନବରଥ ମନ୍ଦିର ଅତି ବିରଳ । ଭୁବନେଶ୍ବରର ଚିତ୍ରେଶ୍ୱର ଦେଉଳକୁ ନବରିଥ ଦେଉଳ କୁହାଯାଇପାରେ ।
ରେଖଦେଉଳର ବିଭିନ୍ନ ଅଂଶ ନିମ୍ନ ଚିତ୍ରରେ ପ୍ରଦର୍ଶନ କରାଗଲା ।

୨୫୮ ଶ୍ରୀଜଗନ୍ନାଥ