ପୃଷ୍ଠା:ShreeJagannath.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିମାନର ତିନିଦିଗକୁ ଲାଗି ତିନୋଟି ଛୋଟ ମନ୍ଦିର ବା ‘ନିଶା’ ରହିଛି । ଏଥିରେ ପାର୍ଶ୍ୱଦେବତା ଭାବରେ ଦକ୍ଷିଣରେ ନିଶାବରାହ, ପଶ୍ଚିମରେ ନିଶାନୃସିଂହ ଏବଂ ଉତ୍ତରରେ ନିଶାଦ୍ରି ବିକ୍ରମ ଅଛନ୍ତି । ଏହି ନିଶା ଗୁଡ଼ିକ ପରବର୍ତ୍ତୀକାଳରେ ସଂଯୁକ୍ତ ହୋଇଛି । ପାର୍ଶ୍ୱଦେବଦେବୀ ମୁଖ୍ୟ ମନ୍ଦିରର ତିନି ପାର୍ଶ୍ୱରେ ଖୋପ (niche)ରେ ରହିବା କଥା । ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ବିକାଶକ୍ରମରେ ପରବର୍ତ୍ତୀ କାଳରେ ଏହା ଏକ ସ୍ଥାପତ୍ୟ କୌଶଳ ଭାବରେ ମୁଖ୍ୟମନ୍ଦିରକୁ ଦୃଢ଼ ରଖିବା ସହ ପାର୍ଶ୍ୱଦେବତାଙ୍କ ଆସ୍ଥାନ ରୂପରେ ସଂଯୋଜିତ ହୋଇଛି ।” (ପୁରୀ ବୋଲି)
ବିମାନର ଉପର ଘରେ ଥିବା ପୀଢ଼-ମୁଣ୍ଡିମାନଙ୍କରେ ବିଷ୍ଣୁଙ୍କ ଦଶାବତାର ମୂର୍ତ୍ତି ରହିଛି । ଦକ୍ଷିଣ-ପୂର୍ବ କୋଣରେ ବରାହ ଏବଂ ନୃସିଂହ, ଦକ୍ଷିଣ ପଶ୍ଚିମ କୋଣରେ କଳକୀ ଏବଂ ବୁଦ୍ଧଙ୍କ ମୂର୍ତ୍ତି ଅଛି । ବରାଣ୍ଡି ନିମ୍ନରେ ଥିବା ରାହାପାଗର ଦୁଇଟି ଶିଖରରେ ବିଷ୍ଣୁଙ୍କ ଚତୁର୍ଦ୍ଧାମୂର୍ତ୍ତି ରହିଛି । ବିମାନର ପୂର୍ବ ପାର୍ଶ୍ୱସ୍ତ ରାହାପାଗରେ ଏକ ବିଶାଳ ଗଜସିଂହ ମୂର୍ତ୍ତି ଅଛି, ଯାହା କି ମନ୍ଦିରର ସବୁଠାରୁ ବୃହତ୍ ଗଜସିଂହ । ପ୍ରତ୍ୟେକ ପାର୍ଶ୍ୱଦେବତା- ବରାହ, ନରସିଂହ ଓ ତ୍ରିବିକ୍ରମଙ୍କ ଉଭୟ ପାର୍ଶ୍ୱରେ ବିଷ୍ଣୁଙ୍କର ଚାରିଟି ଲେଖାଏଁ ମୂର୍ତ୍ତି, ମୋଟ ୨୪ ପ୍ରକାର ବିଷ୍ଣୁଙ୍କ ମୂର୍ତ୍ତି ଖୋଦିତ ହୋଇଛି । ବିଶିଷ୍ଟ ପ୍ରତ୍ନତତ୍ତବିତ୍ ଡକ୍ଟର ଜି.ସି. ଚାଉଲେ କହନ୍ତି: On both sides of each parswadebata shrines, in the outer wall, figures of Visnu four on either side is carved with depicting 24 forms of Visnus, such as Kesava, Madhava, Damodara, Narayana, Vishnu, etc.
ଅନୁରଥ ପାଗରେ ଉପରକୁ ଉପର ହୋଇ ୩ଟି ଲେଖାଏଁ କ୍ଷୁଦ୍ର ଅଙ୍ଗଶିଖର ବାମ ଓ ଡାହାଣ ପାର୍ଶ୍ୱରେ ରହିଛି । ସେଥିରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ପ୍ରତିମା ରହିଛି । ବିମାନର ଦକ୍ଷିଣ ପାର୍ଶ୍ୱସ୍ତ ଅନୁରଥ ପାଗର ଉପର ଘାରେ ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ମୂର୍ତ୍ତି ଅଛି । ଉତ୍ତରପାର୍ଶ୍ୱସ୍ତ୍ର ଅନୁରଥ ପାଗର ଉପର ଘରେ ମଧ୍ୟ ଶ୍ରୀକୃଷ୍ଣ ଓ ଦ୍ୱିଭୁଜ ବିଷ୍ଣୁଙ୍କ ମୂର୍ତ୍ତି ରହିଛି । ଏହି ଅନୁରଥ ପାଗର ଉଭୟ ପାର୍ଶ୍ୱରେ ପ୍ରାୟ ଛଅଫୁଟ ଉଚ୍ଚର ଏକ ବିଡ଼ାଳ ମୃଉଁ ବିଦ୍ୟମାନ । କୋଣକ ପାଗଟି ଓସାରିଆ ଓ କୋଣମାନ ଅର୍ବବୃତ୍ତାକାର । ଉଭୟ ଅନୁରଥ ଓ କୋଣକ ପାଗରେ ଦିପାଳଙ୍କ ମୂର୍ତ୍ତି ଅଛି । ଉତ୍ତର ପାର୍ଶ୍ୱ କାରରେ ଉପବେଶନ କରିଥିବା ବିଷ୍ଣୁ, ଉର୍ଦ୍ଧବାହୁରେ ଗଦାପଦ୍ମ ଓ ନିମ୍ନବାହୁରେ ଶଙ୍ଖ ଚକ୍ର ଧାରଣ କରିଛନ୍ତି । ପୂର୍ବ ଓ ଦକ୍ଷିଣ ପାର୍ଶ୍ୱରେ ବିଷ୍ଣୁଙ୍କର ଅନେକ ମୂର୍ତ୍ତି ଥିଲେ ହେଁ ଦକ୍ଷିଣ ପାର୍ଶୁର ମୃତ୍ତମାନଙ୍କରୁ ଅଧିକାଂଶ ଭଗ୍ନ ଅବସ୍ଥାରେ ରହିଥିବା ଦେଖାଯାଏ ।
ବିମାନର ଅଙ୍ଗଶିଖର ଓଡ଼ିଶାର ରେଖିଦେଉଳର ଏକ ବୈଶିଷ୍ଟା । ବିମାନର ବାଡ଼ିରେ ଥିବା ୨୪ଟି ଅଙ୍ଗଶିଖରରେ ଜଣେଜଣେ ଦେବଦେବୀ ବିରାଜିତ । ମନ୍ଦିର ଉପରେ ଉତ୍ତର କୋଣର ପୂର୍ବଦିଗରେ ନଟରାଜ ଓ ମଝିରେ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ବିମାନର ପୂର୍ବଦିଗରେ ବିବିଧ ଆୟୁଧ ଧାରଣ କରିଥିବା ଦିପାଳଙ୍କ ମୂର୍ତ୍ତି, ପଶ୍ଚିମଦିଗରେ କାଳୀ ଦକ୍ଷିଣ-ପଶ୍ଚିମ ଅଙ୍ଗଶିଖରରେ ଗଣେଶ ଓ ଦକ୍ଷିଣ-ପୂର୍ବ କୋଣରେ ବ୍ରହ୍ମାଙ୍କର ମୂର୍ତ୍ତି ଦେଖାଯାଏ ।

ଶ୍ରୀଜଗନ୍ନାଥ ୨୬୩