ପୃଷ୍ଠା:ShreeJagannath.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହୋଦୟ ବହିରେ ବିଗ୍ରହମାନଙ୍କର ଉଚ୍ଚତା କିମ୍ବା ଶ୍ରୀ ଅଂଗର ବିଭିନ୍ନ ଅଂଶର ମାପ ଉଲ୍ଲେଖ ନାହିଁ ।
ଏହି ଲେଖକ ଶ୍ରୀମନ୍ଦିରରେ ସହକାରୀ ପ୍ରଶାସକ ଥିଲାବେଳେ ତଡ଼ାଉକରଣ ସୁଦର୍ଶନ ପଟ୍ଟନାୟକଙ୍କ ପାଖରେ ମାଦଳାପାଞ୍ଜିର କିଛି ଅଂଶ ଦେଖିଥିଲା । ସେଥିରୁ ପ୍ରାପ୍ତ ତଥ୍ୟ ଅନୁସାରେ ମଧ୍ୟମ ଅଙ୍ଗୁଳି ଯବମାପ ଅନୁସାରେ ଶ୍ରୀଜଗନ୍ନାଥଦେବଙ୍କର ଚକ୍ରାକୃତି ଘଟଣାକୁ ୮୪ ଯବ; ଶ୍ରୀବଳରାମଦେବଙ୍କର ଶଙ୍ଖାକୃତି ଘଟଣାକୁ ୮୪ ଯବ, ଶ୍ରୀସୁଭଦ୍ରାଦେବୀଙ୍କର ପତ୍ନାକୃତି ଘଟଣାକୁ ୫୦ଯିବ ୮ ବିଶ୍ବା, ଶ୍ରୀସୁଦର୍ଶନ ଦେବଙ୍କର ଗଦାକୃତି ଘଟଣାକୁ ୮୦ ଯବ କୁହାଯାଇଛି । ‘ଘଟଣା’ର ଅର୍ଥ ଗଠନ ବା ନିର୍ମାଣ ।
ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ରେ ଲେଖାଅଛି ଯେ ଜଗନ୍ନାଥ, ବଳଭଦ୍ର ଏବଂ ସୁଦର୍ଶନ ଠାକୁରମାନଙ୍କର ଉଚ୍ଚତା ପ୍ରତ୍ୟେକ ୮୪ ଯବ । ଦେବୀ ସୁଭଦ୍ରାଙ୍କର ୫୨ ଯିବ ।
ବିଭିନ୍ନ ପ୍ରକାର ଯବ ମାପ ରହିଛି । ଏଠାରେ ଉଲ୍ଲେଖ ଥିବା ଯବମାପ ହେଉଛି ମଧ୍ୟମ ଆଙ୍ଗୁଳି ଯବ ମାପ; ଯାହାକି ମଝି ଆଙ୍ଗୁଳିର ମଝି ଅଂଶର ଦୈର୍ଘ୍ୟକୁ ବୁଝାଏ । ଏହି ଦୈର୍ଘ୍ୟ ପାଖାପାଖି ବା ପ୍ରାୟ ଏକ ଇଞ୍ଚ ।
ବିଶିଷ୍ଟ ଗବେଷକ ଗୟାଚରଣ ତ୍ରିପାଠୀ ଲେଖିଛନ୍ତି ଯେ ସେମାନେ ୧୯୭୧ ମସିହାରେ ଦେଉଳକରଣଙ୍କଠାରୁ ସଂଗ୍ରହ କରିଥିବା ଏକ ପାଣ୍ଡୁଲିପି ପ୍ରକାରେ ବଳଭଦ୍ର, ଜଗନ୍ନାଥ ଓ ସୁଦର୍ଶନଙ୍କର ଉଚ୍ଚତା ୮୪ ଯବ ଏବଂ ସୁଭଦ୍ରାଙ୍କର ୫୨.୫ ଯବ । ଶ୍ରୀ ତ୍ରିପାଠୀ ଲେଖିଛନ୍ତି:
The way and means of carving the images as well as the measurements of the different parts of the statues are a very closely guarded secret of the Daitas. The carpenters of the Daitas fashion the images on the basis of the details contained in old palm-leaf manuscripts which they possess from their family tradition. Some of the details are, however, also found in the old manuscript of the Madala Panji procured by us from the Deula Karana of the Temple in 1971. According to this manuscript the height of Balabhadra and Jagannath as well as of Sudarsana amounts to 84 Yavas each, whereas that of Subhadra only 52.5 Yavas. (The C.J.R.T.O- Ed. byA. Eschmann, H. Kulke, G.C. Tripathy) ।
ବିଶ୍ୱସ୍ତ ସୂତ୍ରରୁ ଏହି ଲେଖକଙ୍କଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଉଚ୍ଚତା ହେଉଛି-

ଶ୍ରୀବଳଭଦ୍ର- ୮୭ ଯବ; ଶ୍ରୀଜଗନ୍ନାଥ- ୮୪ ଯବ
ଦେବୀ ସୁଭଦ୍ରା- ୭୦ ଯବ; ଶ୍ରୀସୁଦର୍ଶନ- ୮୪ ଯବ

୨୮୪ ଶ୍ରୀଜଗନ୍ନାଥ