ପୃଷ୍ଠା:ShreeJagannath.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୭
କୋଠଭୋଗ


ଶ୍ରୀମନ୍ଦିରରେ ପ୍ରତ୍ୟହ ବିଭିନ୍ନ ଧୂପରେ ପ୍ରଶାସନ ତରଫରୁ କୋଠଭୋଗ ବା ରାଜଭୋଗ ହୁଏ । ଏହି ଭୋଗର ତାଲିକା ନିମ୍ନରେ ପ୍ରଦତ୍ତ ହେଲା । ଏହି ତାଲିକାରେ ସୂପକାରମାନଙ୍କ ପକ୍ଷରୁ ହେଉଥିବା ଭୋଗମଣ୍ଡପ ବା ବରାଦି ଭୋଗ ଅନ୍ତର୍ଭୁକ୍ତ ହୋଇନାହିଁ ।
ଗୋପାଳବଲ୍ଲଭ ଭୋଗ :

ପାଗ ଖଇ - ୪୪ ଓଳି
ସାନ ନଡିଆ କୋରା – ୨୨୮
ବଡ଼ ନଡ଼ିଆ କୋରା - ୨୯
ପାଚିଲା କଦଳୀ - ୩ ସରା (୭ ମୂର୍ତ୍ତି)
ଦ‌ହି - ୪ ବଢ଼ା (୪୦୦ ଗ୍ରାମ୍‌)
ପାତି ବା ଖୁଦି ନଡ଼ିଆ - ୩ ସରା

ପୂର୍ବରୁ ବଲ୍ଲଭ ଭୋଗରେ ଖୁଆ ମଣ୍ଡା, ସର, ରାବିଡ଼ି ଭୋଗ ହେଉଥିଲା । ଏବେ ଆଉ ହେଉନାହିଁ । ତା ୨-୯-୧୯୮୮ଠାରୁ ଖୁଆମଣ୍ଡା (୧୦ଟି), ରାବିଡ଼ି, ସର ଓ ଦହି ବଲ୍ଲଭଭୋଗ ସମାପ୍ତି ପରେ ଜଗମୋହନରେ ସର୍ପମଣୋହି କରାଯାଉଛି । ସକାଳ ଧୂପ :

ପିଠାପୁଳି - ୪ ସରା
ହଂସକେଳି - ୨ ସରା
ବଡ଼କାନ୍ତି - ୫ ସରା
ସାନକାନ୍ତି - ୩ ସରା
ଏଣ୍ଡୁରି - ୬ ଗୋଟା
ମାଠପୁଳି - ୬ ଗୋଟା
କାକତୁଆ ଝିଲ୍ଲି - ୪ ଗୋଟା
ଆଳୁ କଦଳୀ ଭଜା - ୧ ସରା
ଶ୍ରୀଜଗନ୍ନାଥ ୨୮୫