ପୃଷ୍ଠା:ShreeJagannath.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

functions recall to the mind the famed car festival of Jagannath. The description of the car festival at Pataliputra, as given by Fahian in the travels, does not correspond to the Rath Jatra at Puri (୩୩)

ରାଜେନ୍ଦ୍ରଲାଲ ମିତ୍ର କହିଛନ୍ତି ଯେ ପୁରୀ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତିିଙ୍କ ଅସମ୍ପୂର୍ଣ୍ଣ ଅବସ୍ଥାର କାରଣ ସମ୍ବନ୍ଧରେ ଯେଉଁ କିମ୍ବଦନ୍ତୀ ଶୁଣାଯାଏ, ତାହା ସହିତ ବୁଦ୍ଧଗୟାର ବୁଦ୍ଧଙ୍କ ମୂର୍ତ୍ତିର ଅସମ୍ପୂର୍ଣ୍ଣ ଅବସ୍ଥାର କିମ୍ବଦନ୍ତୀର ମେଳ ରହିଛି । ସପ୍ତମ ଶତାବ୍ଦୀରେ ହୁଏନ୍‍ସାଂ ଏହି କିମ୍ବଦନ୍ତୀ ସମ୍ପର୍କରେ ଲେଖିଛନ୍ତି । ବୁଦ୍ଧଗୟାରେ ମନ୍ଦିର ନିର୍ମିତ ହୋଇସାରିବା ପରେ ତଥାଗତ(ବୁଦ୍ଧ)ଙ୍କ ବୁଦ୍ଧତ୍ୱ ପ୍ରାପ୍ତି ସମୟର ଅବସ୍ଥାର ଏକ ମୂର୍ତ୍ତିି ଗଠନ କରିବାପାଇଁ କୌଣସି ଶିଳ୍ପୀ ସକ୍ଷମ ହେଲେ ନାହିଁ । ଶେଷରେ ଜଣେ ବ୍ରାହ୍ମଣ ଏହି ମୂର୍ତ୍ତିି ଗଠନପାଇଁ ଆଗଭର ହେଲେ । ତାଙ୍କର ସର୍ତ୍ତ ଥିଲା, ସେ ରୁଦ୍ଧ ବିହାର ମଧ୍ୟରେ ରହି ମୂର୍ତ୍ତିିଗଠନ କରିବେ ଏବଂ ଛଅ ମାସ ପୂର୍ବରୁ ଦ୍ୱାର କବାଟ କେହି ଖୋଲିବେ ନାହିଁ । କିନ୍ତୁ ବୌଦ୍ଧଭିକ୍ଷୁମାନେ ଛଅ ମାସ ପୂର୍ଣ୍ଣ ହେବା ପୂର୍ବରୁ ଦ୍ୱାର ଖୋଲିଦେଲେ ଓ ଦେଖିଲେ ଯେ ବିହାରର ମଧ୍ୟସ୍ଥଳରେ ବୁଦ୍ଧଦେବ ଧ୍ୟାନସ୍ଥ ଅବସ୍ଥାରେ ହାତ ଉପରେ ହାତ ରଖିଛନ୍ତି, କିନ୍ତୁ ତାଙ୍କର ବକ୍ଷସ୍ଥଳର ବାମ ଭାଗଟି ପୂର୍ଣ୍ଣ ଭାବରେ ଗଠିତ ହୋଇନାହିଁ । ବ୍ରାହ୍ମଣ ଶିଳ୍ପୀ ଉଭାନ ହୋଇଯାଇଛନ୍ତି । ରାଜେନ୍ଦ୍ରଲାଲଙ୍କ ମତାନୁସାରେ କିମ୍ବଦନ୍ତୀର ଏହି ସାମଞ୍ଜସ୍ୟ, ଜଗନ୍ନାଥ ଯେ ବୁଦ୍ଧମୂର୍ତ୍ତିି ଏହାର ଅନ୍ୟତମ ପ୍ରମାଣ । କିନ୍ତୁ ଏହି କିମ୍ବଦନ୍ତୀ ହିନ୍ଦୁ କିମ୍ବଦନ୍ତୀର ଅନୁକରଣରେ ହୋଇନଥିବ ଭାବିବା ମଧ୍ୟ ଅଯୌକ୍ତିକ ହେବ । ସମଗ୍ର ବୌଦ୍ଧଶାସ୍ତ୍ରରେ; ହିନ୍ଦୁଶାସ୍ତ୍ରର, ହିନ୍ଦୁ ଦେବଦେବୀଙ୍କର ଅନେକ ଅନୁକରଣ ଦେଖାଯାଏ । ସୁତରାଂ ବୁଦ୍ଧଗୟାର କିମ୍ବଦନ୍ତୀଟି ପୁରୀ କିମ୍ବଦନ୍ତୀ ଅନୁକରଣରେ ସୃଷ୍ଟି ହୋଇଥିବା ଅସମ୍ଭବ ନୁହେଁ (୩୪)

ସ୍ୱାମୀ ଅଭେଦାନନ୍ଦଙ୍କ କାଶ୍ମିର ଓ ତିବ୍ବତ ପରିଭ୍ରମଣ ପୁସ୍ତକରେ ଲେଖାଅଛି ଯେ, ତିବ୍ବତର ଲାସାରେ ଜିଖାଙ୍ଗ (Jekhang) ନାମକ ଏକ ପ୍ରାଚୀନ ମନ୍ଦିରରେ ଏକ ଅଷ୍ଟଧାତୁର ବୁଦ୍ଧମୂର୍ତ୍ତିି ବିରାଜିତ । କିମ୍ବଦନ୍ତୀ ଅନୁସାରେ ଗୌତମବୁଦ୍ଧଙ୍କ ଜୀବନକାଳରେ ଏହି ବୁଦ୍ଧମୂର୍ତ୍ତିି ମଗଧରେ ନିର୍ମିତ ହୋଇଥିଲା । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ଏହି ମୂର୍ତ୍ତିି ନିର୍ମାଣ କରିଥିଲେ (୩୫) । ଏହି କିମ୍ବଦନ୍ତୀ ଉପରେ ହିନ୍ଦୁ ପୁରାଣର ପ୍ରଭାବ ଲକ୍ଷ୍ୟ କରାଯାଏ ।

୫) ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଜାତି, ବର୍ଣ୍ଣର ଭେଦଭାବ ନାହିଁ । ଏହା ବୌଦ୍ଧତନ୍ତ୍ରର ପ୍ରଭାବ ବୋଲି କୁହାଯାଇଛି । କିନ୍ତୁ ମୂଳ ବୌଦ୍ଧଧର୍ମରେ ମୂର୍ତ୍ତିିପୂଜା ନଥିଲା କି ତନ୍ତ୍ର ପ୍ରବେଶ କରିନଥିଲା । ଖ୍ରୀଷ୍ଟୀୟ ସପ୍ତମ/ଅଷ୍ଟମ ଶତାବ୍ଦୀରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କଲା । ମହାଯାନପନ୍ଥୀ ବୌଦ୍ଧମାନେ ବୌଦ୍ଧଧର୍ମର ମୂଳ ଦର୍ଶନକୁ ଉପେକ୍ଷା କରି ହିନ୍ଦୁଧର୍ମର ତାନ୍ତ୍ରିକ


୩୩. Report of the Special Officer under the Puri Shri Jagannath Temple (Administration) Act.1952

୩୪. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ

୩୫. Swami Abhedananda's journey into Kashmir and Tibet- May 2001 Edition

୩୮ ଶ୍ରୀଜଗନ୍ନାଥ