ପୃଷ୍ଠା:ShreeJagannath.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀକ୍ଷେତ୍ର ବା ଜଗନ୍ନାଥ ପୁରୀ ମଧ୍ୟ ଶଙ୍ଖାକୃତି । ସ୍କନ୍ଦ ପୁରାଣ ପ୍ରକାରେ ଶ୍ରୀକ୍ଷେତ୍ରର ଆୟତନ ଶଙ୍ଖାକୃତି । ଏହି ଶଙ୍ଖ ଦକ୍ଷିଣାବର୍ତ୍ତ ଓ ଏହାର ନାଭିକେନ୍ଦ୍ରରେ (ଶଙ୍ଖନାଭି ମଣ୍ଡଳରେ) ଶ୍ରୀଜଗନ୍ନାଥ ବିରାଜିତ । ତେଣୁ ପୁରୀକୁ ମର୍ତ୍ତ୍ୟବୈକୁଣ୍ଠ, ମର୍ତ୍ତ୍ୟ ଗୋଲୋକ ବୋଲି କୁହାଯାଏ । ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିତ ତ୍ରିମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତି ନିମ୍ନ ପ୍ରକାରେ ପ୍ରତିନିଧିତ୍ବ କରଛି ବୋଲି କେତେଜଣ ବିଦ୍ୱାନ ବ୍ୟାଖ୍ୟା କରିଛନ୍ତି ।

ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସୁଦର୍ଶନ
ଶିବ (ରୁଦ୍ର) ବ୍ରହ୍ମା ବିଷ୍ଣୁ -
ପ୍ରଳୟ ସୃଷ୍ଟି ସ୍ଥିତି -
ଶୈବ ଶାକ୍ତ ବୈଷ୍ଣବ ସୌର
ଶ୍ଳୀଂ ହ୍ରୀଂ କ୍ଳୀଂ ଓଁ
ଦ୍ରାବିଡ଼ ଅନାର୍ଯ୍ୟ ଆର୍ଯ୍ୟ -
ଋଗ୍‌ବେଦ ଯଦୁର୍ବେଦ ସାମବେଦ ଅଥର୍ବବେଦ
କର୍ଣ୍ଣ ଓଷ୍ଠ ଚକ୍ଷୁ ନାସିକା
ଲକ୍ଷ୍ମଣ ସୀତା ରାମ -
ଶଙ୍ଖ ପଦ୍ମ ଚକ୍ର ଗଦା
ଦିନ ସନ୍ଧ୍ୟା ରାତି -
ଶଙ୍କର୍ଷଣ ପ୍ରଦ୍ୟୁମ୍ନ ବାସୁଦେବ ଅନିରୁଦ୍ଧ
ସ୍ଥୂଳ ସୂକ୍ଷ୍ମ କାରଣ -
ଶିଷ୍ୟ ଗୁରୁ ଦେବତା -
ହରେ ରାମ କୃଷ୍ଣ ହରେ
ସି ଦ୍ଧି ସ୍ତୁ
ଶୁକ୍ଳ ହରିତ ପୀତ ଲୋହିତ
ରତି ପ୍ରେମ ସ୍ମୃତି -
ରେ କୃ ଷ୍ଣ
ପୁରୁଷ ପ୍ରକୃତି ପୁରୁଷୋତ୍ତମ -
-

ଏହିପରି ତ୍ରିମୂର୍ତ୍ତି, କନ୍ଧମାନଙ୍କ ଦେବତା- ଜାରୀପେନ୍ତୁ, ତାପେନୁ ଓ ମୁରବି ପେନୁଙ୍କ ପ୍ରତୀକ, ବୌଦ୍ଧ ତ୍ରିରତ୍ନ ଓ ଜୈନ ତ୍ରିରତ୍ନର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି । ପ୍ରଫେସର ବାସୁଦେବ ସାହୁ କହିଛନ୍ତି- “ବିଭିନ୍ନ ଧର୍ମର ମତବାଦ ଜଗନ୍ନାଥଙ୍କର ସାର୍ବଜନୀନ ଉଦାର ମହିମା ଦ୍ୱାରା ଗୋଟିଏ ସୂତ୍ରରେ ଗ୍ରଥିତ ହୋଇ ଜଗନ୍ନାଥ ଧର୍ମରେ ପରିଣତ ହୋଇଛି । ଜଗନ୍ନାଥ ଧର୍ମ୫୨ । ଶ୍ରୀଜଗନ୍ନାଥ