ପୃଷ୍ଠା:ShreeJagannath.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିତରଶୋଧ କରି 'ମଣିମା’ ଡାକ ଦେଇ ଦ୍ୱାର ଖୋଲିବା । ଭିତରୁ ପଲଙ୍କ ଆସିବା ପରେ ଭିତର କାଠ ଲଗାଇବା, ଜୟ ବିଜୟ ଦ୍ୱାର ଖୋଲିବା, ଦିବା ପହୁଡ଼ରେ ଭିତରକାଠ ବାହାର କରିବା, ଶୟନ ପରେ ମଣିମା ଡାକିବା ଓ କବାଟ ବନ୍ଦ କରିବା, ପହୁଡ଼ ଭଙ୍ଗପରେ ସବୁ ଦ୍ୱାର ଖୋଲିବା, ସନ୍ଧ୍ୟା ଧୂପରୁ ଧୁକୁଡ଼ି ଦ୍ୱାରଠାରେ ପହୁଡ଼ ପର୍ଯ୍ୟନ୍ତ ରହି ଧୂପ ଡାକିବା, ଚନ୍ଦନ ବିଜେ ଡାକିବା, ବଡ଼ସିଂହାର ଧୂପ ପରେ ରୁପା ବଟାରେ ତିନି ବାଡ଼ ପାଇଁ ପଇଡ଼, ଜୟ ବିଜୟ ଦ୍ୱାରରେ ଶୟନଠାକୁର ପାଇଁ ପୁଷ୍ପାଳକଙ୍କୁ ପଇଡ଼ ଦେବା, ଶୟନ ବେଳେ 'ମଣିମା' ଡାକ ଦେବା ଏହାଙ୍କର କାର୍ଯ୍ୟ । (ଖ) ଧୁକୁଡ଼ି ଦ୍ୱାର ପ୍ରତିହାରୀ : ଗୋପାଳ ବଲ୍ଲଭଠାରୁ ମଧ୍ୟାହ୍ନ ଧୂପ ଯାଏଁ ଜଗୁଥିବା ଓ ଟେରା ବାନ୍ଧୁଥିବା ପ୍ରତିହାରୀ । ସେବା ବଂଶାନୁକ୍ରମିକ, କିନ୍ତୁ ଅ-ଶାଢ଼ୀବନ୍ଧା । (ଗ) ଦକ୍ଷିଣ ଦ୍ୱାର ପ୍ରତିହାରୀ : ଦକ୍ଷିଣ ଦ୍ୱାର (ଶଙ୍ଖ ଦ୍ୱାର)ଠାରେ ମଙ୍ଗଳ ଆଳତିଠାରୁ ଶୟନ ଯାଏଁ ଜଗି ରହିବା, ସକାଳ ଧୂପ, ମଧ୍ୟାହ୍ନ ଧୂପ, ପହିଲି ଭୋଗ ଓ ବାଳଧୂପ ଡାକିଯିବା, ଅଣସର ସମୟରେ ପଣାଭୋଗ ଡାକିଯିବା, ପୌଷ ପୂର୍ଣ୍ଣିମା ଓ ନୀଳାଦ୍ରି ମହୋଦୟ ଦିନ ଜଳ ବିଜେ ନୀତିରେ ଡାକି ଯିବା, ଭୋଗ ଜଗିବା, ପ୍ରତ୍ୟେକ ବେଢ଼ା ନୀତିରେ ବେତ ଧରି ବେଢ଼ାରେ ଯିବା ଏହାଙ୍କର କାର୍ଯ୍ୟ । (ଘ) ଦ୍ୱାରୀ ନାୟକ ପ୍ରତିହାରୀ : ପ୍ରତି ଭୋଗ ପରେ ଓ ପୂଜା ଶେଷରେ ମଣୋହି ନିମନ୍ତେ ଟେରା ପକାନ୍ତି ଓ ଶେଷରେ ଦ୍ୱାର ଫିଟାନ୍ତି । (୫) ଜୟବିଜୟ ଦ୍ୱାର ପ୍ରତିହାରୀ : ଜୟବିଜୟ ଦ୍ୱାରରେ ସର୍ବଦା ଜଗିଥାନ୍ତି । ପହୁଡ଼ ପର୍ଯ୍ୟନ୍ତ ଓ ନିଷେଧ ସମୟରେ ଲୋକଙ୍କୁ ଅଟକାନ୍ତି । ଏହି ପ୍ରତିହାରୀ ସେବକଙ୍କୁ ଗୋଛିକାର କୁହାଯାଏ । ଏହି ଦ୍ୱାର ପ୍ରତିହାରୀ ସେବା କେବଳ ଗୋଛିକାର ମଧ୍ୟରେ ହେବ । (ଚ) ଭୋଗମଣ୍ଡପ ପ୍ରତିହାରୀ : ଭୋଗମଣ୍ଡପଠାରେ ରହି ଶୋଧ, ଦ୍ୱାର ବନ୍ଦ କରିବା, ସୁଆରବଡ଼ୁ ଅମୋଣିଆ ପାଣି ପକାଇବା ପରେ ଜଗି ରହିବା ଓ ଟେରା ବାନ୍ଧିବା ଆଦି ସେବା ଏହି ପ୍ରତିହାରୀମାନେ କରନ୍ତି । (ଛ) ଦ୍ୱାରଘର ପ୍ରତିହାରୀ : ଏମାନେ ସାହାଣମେଲା ସମୟରେ ଯାତ୍ରୀମାନଙ୍କୁ ସାହାଯ୍ୟ କରି ଶୃଙ୍ଖଳା ରକ୍ଷା କରନ୍ତି । ପ୍ରତିହାରୀ ନିଯୋଗ ଏମାନଙ୍କୁ ମୁତୟନ କରେ । (ଜ) ସିଂହଦ୍ୱାର ପ୍ରତିହାରୀ : ସିଂହଦ୍ୱାରରେ ଓ ଗୁଣ୍ଡିଚା ସମୟରେ ଗୁଣ୍ଡିଚା ଘରେ, ରଥ ଉପରେ, ସ୍ନାନ ବେଦୀରେ ଓ ଦୋଳ ବେଦୀରେ ଜଗୁଥିବା ପ୍ରତିହାରୀ ।

୨୦. ଦଇତା

ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ବଡ଼ସିଂହାର ଧୂପ ଶେଷ ହେବା ପରେ ବାହୁଟ କଣ୍ଟ କରିବା, ପରବର୍ତ୍ତୀ ଦିନ ପାଗପଟି କାଟିବା, ସେନାପଟା ଲାଗି କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ, ପୃଷ୍ଠାଳକମାନଙ୍କ ସହ ହାତୀ ବେଶ କରିବା, ବାହୁଡ଼ା ପହଣ୍ଡି, ଅଣସର ତାଟି ଘରେ ନବଯୌବନ ଯାଏଁ ସକଳ ଗୁପ୍ତ ନୀତି, ନେତ୍ରୋତ୍ସବ ଦିନ ସର୍ବାଙ୍ଗଓବନ୍ଦାପନା, ରାତ୍ରରେ ବାହୁଟ କଣ୍ଟ, ସେନାପଟାଲାଗି, ରଥଯାତ୍ରାଦିନ ପହଣ୍ଡି, ରଥରେ ରୁନ୍ଧା, ବେଶ, ଅଳଙ୍କାର ଓ ସୋଲ ଚିତାଲାଗି; ରଥ ଦାୟିତ୍ୱରେ ରହିବା, ଗୁଣ୍ଡିଚା ଘରେ ରୁନ୍ଧା, ସର୍ବାଙ୍ଗ, ବନ୍ଦାପନା, ବାହୁଡ଼ାରେ ଶ୍ରୀଗୁଣ୍ଡିଚା ଦିନ ପରି ନୀତି, ଚକ୍ରବୁଲା ଏକାଦଶୀରେ ସୁବର୍ଣ୍ଣ ଚକ୍ରକୁ ନଗର ଭ୍ରମଣ, ଚିତାଲାଗି

୬୮ ଶ୍ରୀଜଗନ୍ନାଥ