ପୃଷ୍ଠା:Typical selections from Oriya literature.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୨
ଓଡ଼ିଆ ସାହିତ୍ୟ-ପରିଚୟ

ଯେ ହରଇ ବିପ୍ରଧନ ପାଞ୍ଚ ମଷା ଚିନା ।
ଯେଉଁ ଜନ ନ କରଇ ବିପ୍ରକୁ ବନ୍ଦନା ।
ନିଜ ଜନନୀକି ଯେହୁ କରଇ ରମଣ ।
ଗୋଦଣ୍ତା ଭାଙ୍ଗି କରଇ କୃଷି ଯେଉଁ ଜନ ।
ଏସନ‌କ ଲୋକଙ୍କ ସଙ୍ଗରେ ଯେହୁ ଥାଇ ।
ଏ ସର୍ବ ପ୍ରାପତ ଯେବେ ରାମେ କୂଟ ଥାଇ ।
ଶ୍ରୀରାମଙ୍କୁ ଯେବେ ମୋ ମନରେ ଥିବ ମାୟା ।
ଏତେ କୃତ୍ୟ କଲେ ମୋର ମାତା ଯେ କେକୟା ।

(6)
ଭରତଙ୍କ ଭରଦ୍ୱାଜ-ଭେଟ


ତୁମ୍ଭେ ଭ୍ରତବୀର ଏ ମୋହର ବୋଲ ଶୁଣ ।
ତୁମ୍ଭର ଏ ଥାଟକୁ ମୁଁ ଦେବଇ ଭୋଜନ ।
ଯେ ଯାହାର ବାଞ୍ଚା ପୂରୋଇବି ଏହିକ୍ଷଣି ।
ଭରତ ବୋଲଇ ମୁନିଙ୍କର ବୋଲ ଶୁଣି ।
ଅପରିମିତ ମୋ ଥାଟ ଲୋକ ଯେ ବ‌ହୁତ ।
ତୋତେ କିପାଁ ଘଞ୍ଚାଳ କରିବି ତପୋବନ୍ତ ।
ମୁନି ବୋଇଲେ ହୋ ତୁମ୍ଭେ ନ ଜାଣ ଯେ କିଛି ।
ତପୋବଳରେ ଆମ୍ଭର ଉପାୟ ଯେ ଅଛି ।
ଏତେବୋଲି ମୁନି ଗଲେ ମଢ଼ିଆରେ ପଶି ।
ଦୋହରା ଘର ଅଗ୍ନି ସନ୍ନିଧ୍ୟେ ଯାଇଁ ବସି ।
ଦକ୍ଷିଣ କରରେ ଜପ କଲେ ଘେନି ଜଳ ।
ତ‌ତ୍‌କ୍ଷଣେ ନିର୍ମାଣ ସେ କଲେକ ସକଳ ।
ଭ୍ରତ ଶତ୍ରୁଘ୍ନ‌କୁ ନୂଆ ନବର ଉଆସ ।
ଆବରଜନଙ୍କୁ ଯେଝା ଅନୁରୂପେ ବାସ ।
ରାଜାର ନବରକୁ ମଣ୍ତିଲେ ଯତ୍ନ କରି ।
ବସ୍ତ୍ର ଚାମର କୁଙ୍କୁମ ସର୍ବ ଅଛି ପୂରି ।
ସୁବର୍ଣ୍ଣର କଳଶ ଯେ ନେତର ଚାମର ।
ତୋରଣା ଲମ୍ବାଇଲେ ମୁକୁତା ମାଳ ମାଳ ।
ସୁବର୍ଣ୍ଣ ବାଡ଼ରେ ନାନାଚିତ୍ର ଯେ ଲିଖନ ।
କେବଣ ପୁର ଦିଶଇ ଅରୁଣ ଯେ ବର୍ଣ୍ଣ ।
କେହି ହିଙ୍ଗୁଳ ବର୍ଣ୍ଣ କେ ସ୍ଫଟିକର ବର୍ଣ୍ଣ ।
କେବଣ ଘର ହୋଇଛି ମର୍କତେ ରସାଣ ।