ପୃଷ୍ଠା:Typical selections from Oriya literature.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜୀଇଛି କି ନାହିଁ ପୁଣ ଜନକ ଦୁହିତା ।
ଅନେକ ଯୁବତୀଙ୍କର ନାମ ଅଟେ ସୀତା ॥
ରାବଣ ଘର ଅଛଇ ଅନେକ ଯେ ମତେ ।
କିଅବା ତାହାକୁ ହରିଲାଣି ସେ ଦଇତେ ॥
ହାନି ଲାଭ କଥାମାନ ଜାଣିବା ନିମନ୍ତେ ।
ସାଧ୍ୟକଥା ପାଇ ଯେ ପେଷିବା ଏବେ ଦୂତେ ॥
ଯଦ୍ୟପି ରାବଣ ଯେ ସୀତାକୁ ହରି ଥିବ ।
ଥାଟ ଘେନି ଯାଇଁ ଆଉ କି ଅବା କରିବ ॥
ଦୁଃଶୀଳା ଯୁବତୀ କତି ନ ଆଣିବି ମୁହିଁ ।
ତହିଁକି ବୋଲଇ ଦୂତ ବରଗିବା ପାଇଁ ॥
କିଅବା ସୀତା ମୋ ଆତ୍ମଘାତୀ ହୋଇ ମଲା ।
ଯହୁଁ ସେହି ଦଶାନନ ବହୁ ଦୁଃଖ ଦେଲା ॥
ଏମନ୍ତ ହୋଇଲେ ଆମ୍ଭେ କିପାଇଁ ସେ ଯିବା ।
ନିର୍ଣ୍ଣୟ ପାଇଲେ ଆମ୍ଭେ ଏଥୁ ବାହୁଡ଼ିବା ॥
ଅପ୍ରମାଦେ ଜାନକୀ ସେ ପ୍ରାଣ ପାଇ ଥିବ ।
ତେବେ ସେ ଦୂତଙ୍କୁ ଦେଖି କାରୁଣ୍ୟ କରିବ ॥
ଦୂତଙ୍କର ଆଗରେ ସେ ହୋଇବ ବିକଳ ।
ଅବିକ୍ଷଣ ନୟନରେ ଥିବ ଅଶ୍ରୁଜଳ ॥
କାର୍ପଣ୍ୟ ହୋଇ ବୋଲିବ ନ୍ୟନ୍ତୁ ସ୍ବାମୀ ମୋତେ ।
ଏସନେକ ବୋଲି ଯେବେ କହିବାକ ଦୂତେ ॥

ସୁନ୍ଦରାକାଣ୍ଡ
(୧)


ହନୁମାନର ସୀତା-ଠାବ
ଶିଂଶପା ବୃକ୍ଷର ତଳେ ସୀତା ଉଭା ହୋଇ ।
ଦୁଃଖମନରେ ଭାଳଇ ଏହା ବଇଦେହୀ ॥
ପୋଡ଼ୁ ଏ ଜୀବନ ମରିବାର ବଡ଼ ସୁଖ ।
ନ ଦେଖିଲେ ଆଜିଯାଏ ପ୍ରାଣନାଥ-ମୁଖ ॥
ଶ୍ରୀରାମର ବିଛେଦ ଆଜକୁ ଦଶମାସ ।
କାହାରି ମୁଖରୁ ନ ପାଇଲି ଯେ ସନ୍ଦେଶ ॥
ଏସନ ଭାଳନ୍ତେ ହନୁମନ୍ତ ଯେ ବିଚାରି ।
ଏହି ସେ ଜାନକୀ ଦେବୀ ଜନକମୁମାରୀ ॥