ପୃଷ୍ଠା:Typical selections from Oriya literature.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩୬
ଓଡ଼ିଆ ସାହିତ୍ୟ-ପରିଚୟ

ଏବେ ସେ ସରିଲା ନା ସକଳ ବଡ଼ପଣ ।
ମୁହେଁ ମୁହେଁ ଯୁଝନ୍ତି ଯେ ଋକ୍ଷ କପିଗଣ ।
ବ୍ରହ୍ମଶସ୍ତ୍ର ସେ ପେଷନ୍ତେ ହୋଇଲା ବିଅର୍ଥ ।
ଧାର୍ମିକ ପ୍ରାଣୀ ଅଟନ୍ତି ପ୍ରଭୁ ରଘୁନାଥ ।
ଜଗତର ନିମନ୍ତେ ଅସୁର ସଙ୍ଗେ ଯୁଝି ।
ଅଗସ୍ତିଙ୍କ ନାରାଚ ବିନ୍ଧିଲେ ସ୍ଥାନ ଖୋଜି ।
ରାବଣର ହୃଦରେ ସେ ପଡ଼ିଲାକ ଯାଇଁ ।
ପିଠିଆଡେ ଗଳିଗଲା ଛଇଛାଡ ହୋଇ ।
ଶସ୍ତ୍ର ବାହାରନ୍ତେ ପ୍ରାଣ ବାହାର ହୋଇଲା ।
ସମୁଦ୍ରେ ପଶି ନାରାଚ ସ୍ନାନ ଯାଇ କଲା ।
ରକତ ଛଡ଼ାଇଣ କ୍ରୋଣରେ ଆସି ପଶି ।
ରଘୁନାଥ ଚକ୍ଷୁକୁ ଯେ କିଛିହିଁ ନ ଦିଶି ।
ଦଶଦିଗ ଅନ୍ଧାର ଭାଳ‌ନ୍ତି ରାମରାୟେ ।
ଆତଙ୍ଗ ମନରେ ମାତଳିକି ପୁଚ୍ଛା କିଏ ।
କି ହୋ ଦେବଦୂତ ଏତ କେବଣଆକାର ।
କିପାଇଁ ଜଗତ ମୋତେ ଦିଶିଲା ଅନ୍ଧାର ।
ଏହା ଶୁଣି ମାତଳି ଯେ ବୋଇଲାକ ବାଣୀ ।
ଶୁଣ ଦେବ ଠାକୁର ଅଯୋଧ୍ୟା ରଘୁମଣି ।
ତୁ ଦେବ ରାବଣକୁ ମାଇଲୁ ବ୍ରହ୍ମ‌ବାଣ ।
ଆବର ବିଶେଷେ ସେହି ଅଟଇ ବ୍ରାହ୍ମଣ ।
ବିଶ୍ରବାଋଷିର ରେତୁଁ ସେହି ଉପୁଜିଲା ।
ମାତାର ଦୋଷରେ ସିନା ରାକ୍ଷସ ହୋଇଲା ।
ବ୍ରହ୍ମାର ନାତି ଅଟଇ ବିଶ୍ରବାର ସୁତ ।
ତପୀ କ୍ଷତ୍ରିଙ୍କର ଯେ ଅଟଇ ଶୁଦ୍ଧରେତ ।
ବ୍ରହ୍ମକର୍ମ ଗୋଟା ଯେ ଅଛଇ ତାର ତ‌ହିଁ ।
ତୁହି ତାକୁ ସ୍ୱହସ୍ତରେ ମାଇଲୁ ଗୋସାଇଁ ।
ତେଣୁ ସେହି ବ୍ରହ୍ମହତ୍ୟା ଲାଗିଅଛି ତୋତେ ।
ବ୍ରହ୍ମଶସ୍ତ୍ର ତେଜ ପୁଣି ଲାଗିଛି ଯୁକତେ ।
ଆନ ହୋଇଲେ କି ପ୍ରାଣ ଆଜ ସେ ପାଆନ୍ତା ।
ରାବଣର ସଙ୍ଗତରେ ସେହି ମରିଥାନ୍ତା ।
ଶୁଣିଣ ଶ୍ରୀରାମଚନ୍ଦ୍ର ହୋଇଲେ ବିଷାଦ ।
ମୋତେ ନିକି ନ ଚାହିଁ ନ ପୁଛନ୍ତି ସମ୍ବାଦ ।
କେମନ୍ତେହେଁ ସେହି ଦୋଷ ଯିବ ମୋର ପାର ।
ଶୁଣିଣ ଦେବଦୂତ ଯେ କରଇ ଉତ୍ତେ ।