ଏ ପୁଣ୍ୟ ଗ୍ରନ୍ଥ ଶୁଣି ଦୂରିତ କ୍ଷୟ କର ।
ପାତକ ବିନାଶ ଏକ ଏକ ଯେ ଅକ୍ଷର ।
ବେଦରୁ ସମ୍ଭୂତ ଏ ପଞ୍ଚାଶସସ୍ର ଗ୍ରନ୍ଥ ।
ବାଲ୍ମୀକି ବଖାଣଇ ବ୍ରହ୍ମାର ସନମତ ।
ପୁନର୍ଜନ୍ମ ନୋହି ଶୁଣିଲେ ଏ ଗ୍ରନ୍ଥ କାବ୍ୟ ।
ପୁଅଙ୍କର କହୁ କହୁ ହସନ୍ତି ରାଘବ ।
କମଳଲୋଚନ ଚୌତିଶା ।
BY BALARAM DAS
କମଳଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ରଧାରୀ ।
ଖଗଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।
ଗରୁଡ଼ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ ।
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ।
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରି ଯିବା ନରେ ଚିନ୍ତ ।
ଚନ୍ଦ୍ରମାପ୍ରାୟେକ ବଦନ । ଚାହିଁଲେ ଖଣ୍ତେ ଦୁଃଖମାନ ।
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆଣିଲେ ରୁକ୍ମିଣୀ ।
ଜଗଜ୍ଜୀବନ ଦାଶରଥି । ଜାନକୀଦେବୀ ପ୍ରାଣପତି ।
ଝିନପତନ ଅଙ୍ଗେ ଶୋଭା । ଝଟକ ବିଦ୍ୟୁପ୍ରାୟେ ଆଭା ।
ନୀଳନ୍ଦୀଜଳେ ପଦ୍ମ ଆଖି । ନିସ୍ତରି ଯିବା ନରେ ଦେଖି ।
ଟେକିଲେ ଦୂବ-କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ।
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ।
ଡମରୁଧର ଯାକୁ ସେବା । ଡରେ ଖଟନ୍ତି ସର୍ବଦେବା ।
ଢମ ଯେ କଲା ରାୟେ କଂସ । ଢାଳେ ଅସୁର ଗଲା ନାଶ ।
ଅନନ୍ତ ନାମେ ଅନ୍ତ ନାହିଁ । ଅଣ ଅକ୍ଷରେ ଯାର ଦେହୀ ।
ତପନକୁଳେ ଅବତରି । ତାରିଲେ ଗଉତମନାରୀ ।
ଥବିରପଣେ ମାୟା ଗତି । ଥୟ ନ ଜାଣେ ବେଦପତି ।
ଦରିଦ୍ର ଦାମୋଦର ମିତ୍ର । ଦଣ୍ତକେ ଦେଲେ କୋଟି ଅର୍ଥ ।
ଧରଣୀଧରଶିରୋମଣି । ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ।
ନୃସିଂହ ମାଧବ ମୁରାରି । ନଖେଣ ହିରଣ୍ୟ ବିଦାରି ।
ପରମାନନ୍ଦ ପଦ୍ମନାଭ । ପୂରି ରହିଛି ସର୍ବଜୀବ ।
ଫୁଲାପଣକୁ ନୋହେ ସରି । ଫୁଲମାଳରେ ଦେହ ପୂରି ।
ବାଳିକି ବଧ କଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ।