ପୃଷ୍ଠା:Typical selections from Oriya literature.pdf/୨୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୯
ଓଡ଼ିଆ ସାହିତ୍ୟ-ପରିଚୟ

ମୁହିଁ ଯେ ଶୁଣିଥିଲି ରହି । ଏବେ ରଖିଲୁ କିସପାଇଁ ।
ଏମନ୍ତେ ଧର୍ମ ଏ ସାକ୍ଷାତେ । କୃଷ୍ଣ କ‌ହିଲେ ନାନା ମତେ ।
ଅର୍ଜୁନ ନ ଶୁଣଇ ତାହା । ଗୁରୁପୁତ୍ରକୁ କରି ଦୟା ।
ତକ୍ଷଣେ ଉଠି ବୀର ପାର୍ଥ । ବନ୍ଧନ କରି ଗୁରୁପୁତ୍ର ।
ଦ୍ରୌପଦୀ ଆଗେ ନେଇ ଦେଲା । ତୋ ରିପୁ ସମ୍ଭାଳ ବୋଇଲା ।
ଦ୍ରୌପଦୀ ତାର ମୁଖ ଚାହିଁ । ତକ୍ଷଣେ ଚିତ୍ତେ ଦୟାବ‌ହି ।
ପୁତ୍ରଙ୍କ ମୃତ୍ୟୁ ହେତୁ ଏତ । ସ୍ୱଭାବେ ଦ୍ରୌଣ‌ଗୁରୁ-ସୁତ ।
ଅନ୍ତରେ ନମସ୍କାର କଲା । ଅର୍ଜୁନ-ମୁଖକୁ ଚାହିଁଲା ।
ବୋଲଇ ବେନି କର ଯୋଡ଼ି । ବନ୍ଧନ ଦିଅ ବେଗେ ଫେଡ଼ି ।
ସ୍ୱଭାବେ ବିପ୍ର ଗୁରୁଜନ । ବଶେଷେ ଦ୍ରୋଣଙ୍କ ନନ୍ଦନ ।
ରହସ୍ୟ ଧନୁର୍ବେଦ ଗ୍ରାମ । ବିସର୍ଗ ସଂହାର ସଂଗମ ।
ସକଳ ଅସ୍ତ୍ରଶସ୍ତ୍ର କଲା । ଯେ ଗୁରୁରୁପେ ଶିକ୍ଷା ଦେଲା ।
ସେହି ଯେ ପୁତ୍ରରୂପେ ଜାତ । ଆତ୍ମାରୁ ଆପଣେ ସଂଭୂତ ।
ସ୍ୱାମୀର ତ‌ହୁଁ ଅଧେ ଘେନି । ଜଗତେ ଏହାର ଜନନୀ ।
ଏ ତୋର ଧର୍ମଗୁରୁକୁଳ । ଏହାକୁ ଭଲେ ପ୍ରତିପାଳ ।
ଏହାର ଗୌତମୀ ଯେ ମାତା । ସେ ପୁଣ୍ୟବତୀ ପତିବ୍ରତା ।
ରୋଦନ ନ କରୁ ସେ ଦୁଃଖେ । ମୋହଇ ପତି-ପୁତ୍ର-ଶୋକେ ।
କ୍ଷତ୍ରିୟ ଯେବେ ମୂଢ଼ପଣେ । କୋପ କରଇ ବିପ୍ରଗଣେ ।
ସେ କୋପେ ନିଜକୁଳ ଦହେ । ଏଣୁ କେ ବିପ୍ରେ ହିଂସାବହେ ।

ଶ୍ରୀକୁନ୍ତୀ ଉବାଚ

କହଇ କ୍ଲଷ୍ପ-ମୁଖ ଚାହିଁ । ଭୋ ନାଥ କର ମୋତେ ତ୍ରାହି ।
ଭୋ ନାଥ ନମୁ ତୋ ପୟର । ଆଦି ପୁରୁଷ ବିଶ୍ୱେଶ୍ୱର ।
ପ୍ରକୃତିପରେ ତୋର ବାସ । ତେଣୁ ପ୍ରାଣିଙ୍କି ଅପ୍ରକାଶ ।
ଜନ୍ତୁଙ୍କ ଅନ୍ତର-ବାହାରେ । ତୋ ବିନୁ ଅନ୍ୟ ନାହିଁପରେ ।
ଆଚ୍ଛାଦି ମାୟା-ଯବନିକା । ନିର୍ଲ୍ଲେପିରୂପେ ଥାଉ ଏକା ।
ଇନ୍ଦ୍ରିୟ ତୁଲେ ଭୋଗ କରି । ଅବ୍ୟୟ ଅତ୍ମାରୂପେ ପୂରି ।
ତୋହର ମାୟା ଯାର ଚିତ୍ତେ । ସେ ତୋତେ ଜାଣିବ କେମନ୍ତେ ।
ନଟଙ୍କ ମଧ୍ୟେ ଯେ ନାୟକ । ସେ ଯେହ୍ନେ ନଟେ ମୋହେ ଲୋକ ।
ନାନା କାଛେଣି ସେ ଭିଆଇ । ନୃତ୍ୟକାରକୁ ଯେ ନ‌ଚାଇ ।
ଦେଖନ୍ତ। ପ୍ରାଣୀ ମନମୋହେ । ସତ୍ୟ ବିଚାରେ କିଛି ନୋହେ ।
ପରମହଂସ ଦୀକ୍ଷା ଗୁଣେ । ନିର୍ମଳ ଚେତା ମୁନିଗଣେ ।
ଦୃଢ଼ ଭକ‌ତି ଯୋଗମତେ । ତୋ ପାଦେ ସେବେ ଅବିରତେ ।
ପ୍ରଳୟ ଜଳେ ତୋର ବାସ । ନାଭୀରୁ ପଙ୍କଜ ପ୍ରକାଶ ।