ପୃଷ୍ଠା:Typical selections from Oriya literature.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୨
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣ ହୋ କୁମରମଣି ସ୍ଥିର କର ମନ ।
ସାବଧାନ ହୋଇ ଶୁଣ ମୋହର ବଚନ ।
ଯେବା ଭାବେ ପୂର୍ବଜନ୍ମେ ନାନା ତପ କରି ।
ନାନାରୂପେ ଭୋଗ ଭୁଞ୍ଜେ ନାନା ଦେହ ଧରି ।
ଚନ୍ଦ୍ରଜ୍ୟୋତି ପାଟଚ୍ଛତ୍ର ଚାମରସମେତେ ।
ନୃପସିଂହାସନେ ବସେ ବାଦ୍ୟ-ନାଦ ଗୀତେ ।
ସିନ୍ଦୁରେ ମଣ୍ଡିତ ଶିର ରାଜବୃନ୍ଦ-ମେଳେ ।
ମନୋଗାମୀ ତୁରଙ୍ଗମ ତତୁରଙ୍ଗବଳେ ।
ଅନାଦି ବ୍ୟାଧି ଜୀବନେ ଜୟେ ଶିତସୀମା ।
ଉତ୍ତମ ସୁଜନେ ଯାର ସୁଚିତ୍ତ ମହିମା ।
ଶୁଭରାଜ୍ୟେ ରାଜାପଦେ ଲଭେ ଅକଣ୍ଟକ ।
ରାଜା ଯଶ ଗୁଣେ ପୁରେ ଇହପରଲୋକ ।
ହରିହର ଚରଣେ ସେବଇ ନିତ୍ୟେ ନିତ୍ୟେ ।
ଦୁଃଖୀଜନଙ୍କର ଦୟା ବହେ ହୃଦଗତେ ।
ସୁନିର୍ମଳ କଳୁଷ ଜ୍ଞାନ ନିତ୍ୟେ ଯା ଚିତ୍ତେ ।
ସର୍ବଶାସ୍ତ୍ର ଅଭ୍ୟାସ କର ଶୁଦ୍ଧମତେ ।
ରିପୁରାଜବର୍ଗଜୟ ସ‌ତ୍ୟ‌ଗୁଣେ ମତି ।
କାରୁଣ୍ୟ ସଂପୂର୍ଣ୍ଣ ଦୃଷ୍ଟି ବାଣୀ ଶୁଦ୍ଧକୃତି ।
ସର୍ବଦା ଯେ ନିରଳସ ଗୁରୁପାଦେ ଭକ୍ତି ।
ସର୍ବତ୍ର ସୁଖ ଯେ ଜାତ ସଂଯୋଗରେ ଶକ୍ତି |
ଉପାସନା ମନୋସୂଚି ନିର୍ଦ୍ଧନ ବଚନ ।
ସଭାମଧ୍ୟେ ସୁପଣ୍ଡିତ ଅତିବିଦ୍ୟମାନ ।
ପ୍ରଜାନ୍ତ ତାରଣ ମଧ୍ୟେ ଅତି ବୀରପଣ ।
ଇହ ପରଲୋକେ ହୋଏ ସୁଯଶ ସ୍ମରଣ ।
ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେ ।
ବାଣିଜ୍ୟେ ଚତୁରଭାବ ବାକ୍ୟେ ମନ ମୋହେ ।
ଯୋଷିତେ ପ୍ରିୟରେ ମୃଦୁବଚନ ଭାଷିତ ।
ବ୍ରାହ୍ମଣ ବିଷୟେ ଚିତ୍ତେ ଭଜେ ସୁବିନୀତ ।
ସ୍ୱଧର୍ମେ ଜୀବନ ପୋଷେ ନିଜବୃତ୍ତି ବ‌ହି ।
ବୁଧଙ୍କର ଭାବେ ଯେ ସାତ୍ବିକ୍ୟେ ମନ ଦେଇ ।
ଭଗୀରଥି-ତୀରେ ବାସ ସୁତୀର୍ଥେ ମରଣ ।
ଅର୍ଥ ଭୋକ୍ଷିଗଣ ମୁଖ୍ୟ ଅତୀଥ ତୋଷଣ ।
ବ‌ନ୍ଧୁଜନ ତୁଲେ ଭୋଗ କରେ ସମତୁଲେ ।
ଦାନ ଦକ୍ଷେ ଦିବସ ଯାହାର ଯାଇ ଭଲେ ।