ପୃଷ୍ଠା:Typical selections from Oriya literature.pdf/୨୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୩୯
ଓଡ଼ିଆ ସାହିତ୍ୟ-ପରିଚୟ

ବୋଲଇ କୃଷ୍ଣମୁଖ ଚାହିଁ । ଭୋ ନାଥ ଶୁଣ ଭାବଗ୍ରାହୀ । ତୋହର ଅଭୟଚରଣେ । ମୁହିଁ ପୁଚ୍ଛଇ ଦାସପଣେ । ଯମ ନିୟମ ଶମ ଦମ । ଯେତେ ପ୍ରକାର ଯଥାକ୍ରମ । ତିତିକ୍ଷା ଧୃତି ତପୋଦାନ । କ‌ହ ହେ ପ୍ରଭୁ ଭଗବାନ । ଶଉଚେ ରତ ସ‌ତ୍ୟ ତ୍ୟାଗ । ଧନ ଦକ୍ଷିଣା ଯଜ୍ଞଭାଗ । କିରୂପେ ବିଦ୍ୟା ଲଜ୍ଜା ଶୀରୀ । କି ସୁଖ ଦୁଃଖ ଲାଭ କରି । କେ ସାଧୁମାର୍ଗ କେ କୁପଥ । କେ ମୂର୍ଖ କେ ଅବା ପଣ୍ଡିତ । କାହାକୁ ବୋଲି ସ୍ୱର୍ଗଲୋକ । କିଏ ବା ଅଟଇ ନରକ । ଧନାଢ୍ୟ ଜାଣିବା କେମନ୍ତେ । ଦୁଃଖୀ ଦରିଦ୍ର ଅବା କେତେ । କାହାକୁ ବୋଲି ବନ୍ଧୁଘର । କେ ଅବା କୃପଣ-ଈଶ୍ୱର । ଏ ଆଦି ପଚାରଇ ତୋତେ । ଭୋ ନାଥ କ‌ହ ଦୟାଚିତ୍ତେ । ମୋ ଚିତ୍ତ-ସଂଶୟ ପ୍ରମାଣୁ । ଏ ପ୍ରଶ୍ନ ପଚାରିଲି ତେଣୁ । ଯେ ଅବା ଘଟେ ଯେଉଁମତେ । ଭୋ ନାଥ କ‌ହ ଯଥୋଚିତେ । ପୁରୁଷସିଂହ ଚକ୍ରପାଣି । ଏମନ୍ତ ଭୃତ୍ୟମୁଖୁ ଶୁଣି । ଚିତ୍ତେ ସକ‌ଳ ଅବଧାରି । କ‌ହ‌ନ୍ତି ପ୍ରଭୁ ଦଇତ୍ୟାରି । ଶ୍ରୀ ଭଗବାନୁବାଚ ଶୁଣ ଉଦ୍ଧବ ଏକଚିତ୍ତେ । ଯେ ପ୍ରଶ୍ନ ପଚାରିଲୁ ମୋତେ । ବଚନ ମଧ୍ୟେ ସତ୍ୟବାଣୀ । ନିର୍ଲ୍ଲୋଭ ପରଧନ ଜାଣି । ଲଜ୍ଜା, ସକଳ ସଙ୍ଗତ୍ୟାଗ । ଧନ-ସଞ୍ଚୟନେ ବୈରାଗ୍ୟ । ମଉନ, ବ୍ରହ୍ମଚର୍ଯ୍ୟ ଗୁଣ । ଧଇର୍ଯ୍ୟ ଆସ୍ତିକ-କାରଣ । ଜୀବେ ଅହିଂସା,ଭୟ, କ୍ଷମା । ଯମ ଦ୍ୱାଦଶ ଏ ମ‌ହିମା । ଶଉଚ ଜପ ତପୋଦାନ । ଆନନ୍ଦେ ମୋହର ଅର୍ଚ୍ଚନ । ଆଚାର୍ଯ୍ୟ-ସେବା ତୀର୍ଥ-ଗତି । ଶ୍ରଦ୍ଧାରେ ପୂଜିବ ଅତିଥି । ସକଳ ଚେଷ୍ଟା ପରହିତେ । ସୃଷ୍ଟି ଅବଲମ୍ବନ ଚିତ୍ତେ । ନିୟମ ଦ୍ୱାଦଶ ଏ ଜାଣ । ଏଣେ ଜୀବର ପରିତ୍ରାଣ । ମୋ ଦେହେଁ ଥିବ ବୁଦ୍ଧି ମନ । ଇନ୍ଦ୍ରିୟ-ସଂଯମଟି ଦମ । ଜିହ୍ୱା ଉପସ୍ଥ ବଦ୍ଧ ଧୃତି । ତିତିକ୍ଷା ସର୍ବ-ଦୁଃଖ-ଶାନ୍ତି । ପରକୁ ଦଣ୍ତ ତ୍ୟାଗ ଦାନ । ତପୋବର୍ଜ୍ଜନ ସଙ୍ଗ କାମ । ନିଜ ସ୍ୱଭାବେ ଯେବେ ଜିଣି । ଶଉର୍ଯ୍ୟ ବୋଲି ତାକୁ ଭଣି । ସମାନ ଦୃଷ୍ଟି ସର୍ବଭୂତେ । ଯେ ସତ୍ୟପଥ ମୋର ମତେ । ସକଳ କର୍ମଫଳ-ତ୍ୟାଗ । ଶଉଚ-ଲକ୍ଷଣ-ସ୍ୱଭାବ । ସଂସାରେ ସନ୍ନ୍ୟାସ-ଲକ୍ଷଣ । ଉତ୍ତମ ତ୍ୟାଗ ଏହା ଜାଣ । ଧନାଢ୍ୟ ବୋଲି ଏ ଶୟଳେ । ସେ ନିତ୍ୟେ ଇଷ୍ଟଧର୍ମ ପାଳେ ।