ପୃଷ୍ଠା:Typical selections from Oriya literature.pdf/୩୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୭
ଓଡ଼ିଆ ସାହିତ୍ୟ-ପରିଚୟ

ଅସିପତ୍ର ଘେନି ପାଣ୍ତୁ ଅଛନ୍ତି ଗୋଡ଼ାଇ ।
ପବନହୁଁ ଖରତର ବାଳୁତ ପଳାଇ ।
ଘନ ଅରଣ୍ୟ-ମଧ୍ୟରେ କୁମର ପଛରେ ।
ମହାରାଗେ ଗୋଡ଼ାଇଛି ପାଣ୍ତୁ ନରବରେ ।
ଭୀମ ପଳାନ୍ତି ପାଣ୍ତୁ ଗୋଡ଼ାନ୍ତି ପଛକ‌ତି ।
ପାଣ୍ତୁ-ପଛେ ଅଗ୍ନି ଦ୍ୱିଜରୂପେ ଧାଇଁ ଛନ୍ତି ।
ପାଣ୍ତୁ ବୋଇଲେ ଆମ୍ଭର ଅବଶ୍ୟ ନିୟମ ।
ନିଶ୍ଚୟ ତୋହର ଶିର ଛେଦିବଇଁ ଭୀମ ।

(୫)

କୁରୁପାଣ୍ତବଙ୍କର ଝୈମାଣିଖେଳ (Adi-Parva)
କ‌ହ‌ନ୍ତି ଅଗନ୍ତି ବୈବସ୍ୱତ-ସନ୍ନିଧାନେ ।
ଅନେକ ଉତ୍ସବ ହେଲା ହସ୍ତିନା-ଭୁବନେ ।
ବଳରାମଙ୍କର ତ‌ହୁଁ ଗଦା-ବିଦ୍ୟା ପାଇ ।
କାକୁ ନ ଗଣନ୍ତି ଦୁର୍ଯ୍ୟୋଧନ ଶତେ ଭାଇ ।
ଆଖଡ଼ାରେ ପଶିଣ ଗଦା-ଯୁଦ୍ଧ କରନ୍ତି ।
ଭୀମ ଦୁଃଶାସନର ଯେ ହୋଇଲା ଅପ୍ରୀତି ।
କର୍ଣ୍ଣ ଅର୍ଜୁନ ଦୁଇର ହୋଇଲା ଅଭାବ ।
ଦୁର୍ଯ୍ୟୋଧନ ଯୁଧିଷ୍ଠିଙ୍କ କରନ୍ତି ସ୍ୱଭାବ ।
ଇନ୍ଦ୍ରପ୍ରସ୍ଥ ଆଖଡ଼ାରେ କୁତୂହଳ ବୃତେ ।
ରସେ ଭିଆଇଲେ ଝିମିଟି ଖେଳ ପକ୍ଷାନ୍ତେ ।
ଯୁଧିଷ୍ଠି ଦୁର୍ଯ୍ୟୋଧନ ହୋଇଲେ ମୂଳଗଣ୍ତି ।
ଭୀମ ଦୁଃଶାସନ‌କୁ ସେ ଦୁହେଁ ହେଲେ ମଣ୍ତି ।
ଭୀମ ପଡ଼ିଲା ଯୁଧିଷ୍ଠିଦେବଙ୍କର କତି ।
ଦୁର୍ଯ୍ୟୋଧନ-ପାଶେ ଦୁଃଶାସନ ଯେ ପଡ଼ନ୍ତି ।
କର୍ଣ୍ଣ ଅର୍ଜୁନ ଦୁହେଁ ହୋଇଲେ ବେନି ଭାଗେ ।
ପଞ୍ଚା ପଞ୍ଚ ହୁଅନ୍ତି ସେ ଯେ ଯାହାର ଯୋଗେ ।
ଶଲ୍ୟ ସ‌ହଦେବ ଦୁହେଁ ପୁଣି ଗଣ୍ତି ହେଲେ ।
ଯୁଧିଷ୍ଠିରେ ସ‌ହଦେବ ଅନ୍ୟ ପକ୍ଷେ ଶଲ୍ୟେ ।
ନ‌କୁଳ ଅଶ୍ୱଥାମା ଗଣ୍ତି ବାଛିଲେ ଯେ କର୍ମେ ।
ଯୁଧିଷ୍ଠିର ନ‌କୁଳ ଅନ୍ୟରେ ଅଶ୍ୱତ୍ଥାମେ ।
ଏସନେକ ଗଣ୍ତି ବାଛିଲେ ଯେ ସମକଛେ ।
ଯୁଧିଷ୍ଠି ଭୀମ ଅର୍ଜୁନ ମାଦ୍ରି ବେନି ବତ୍ସେ ।